
କିଛି ଦିନ ପୂର୍ବରୁ ଦେଶର ଅନେକ ରାଜ୍ୟ ପ୍ରବଳ ବର୍ଷାର ସାମନା କରିଥିଲା। ଅନେକ ସ୍ଥାନରେ ରାସ୍ତାରେ ପାଣି ଜମିଥିବା ସମୟରେ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ମହୀ ହେଇଥିଲା। ଇଭିନ୍ନ ସହରର ଲୋକେ ଏହି ପ୍ରାକୃତିକ ବିପଦରେ ନିଜ ଘର ଏବଂ ଜୀବିକା ହରାଇଛନ୍ତି। ସୋସିଆଲ ମିଡିଆରେ ଲୋକଙ୍କ ଅବସ୍ଥା ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳିଛି।
ବର୍ତ୍ତମାନ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ବର୍ଷା କାରଣରୁ ରାସ୍ତାର ଅବସ୍ଥା ଖରାପ ହେଇଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ କିଛି ଲୋକେ ରାସ୍ତା କଡରେ ଛିଡା ହୋଇ ଗୀତ ଗାଈ କହୁଛନ୍ତି, “ଦାରୁ ମୁର୍ଗା ଖାଓଗେ, ଏସା ହି ରୋଡ ପାୟଗେ। ୫୦୦ ମେଂ ବିକ ଜାଓଗେ ଏସା ହି ରୋଡ ପାୟଗେ।” ଭିଡିଓ ଭାଇରାଲ କରି ପୋଷ୍ଟରେ ଦାବି କରା ଯାଇଛି ଯେ ଏହି ଭିଡିଓ ବର୍ଷା ପରେ ଗୁଜୁରାଟର ଦୃଶ୍ୟ ଦର୍ଶାଉଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ଜାଣିବାକୁ ହେସତା କରିଲୁ ଯେ କ’ଣ ବର୍ଷା କାରଣରୁ ରାସ୍ତା ଖରାପ ହେଇଥିବାରୁ କୌଣସି ବିରୋଧ ହେଇଥିଲା କି? ଏହା ଜାଣିବା ପାଇଁ ଆମେ ପ୍ରଥମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଆମ୍ ଆଦମ୍ୟ ପାର୍ଟିର ଅଫିସିଆଲ ଟୁଇଟର ହେଣ୍ଡେଲରେ ଏକ ଭିଡିଓ ପୋଷ୍ଟ ହେଇଥିବା ମିଳିଲା। ଏହି ଭିଡିଓରେ ମଧ୍ୟ ସମାନ ନାରା ସହିତ ଗୁଜୁରାଟର ଏକ ଖରାପ ରାସ୍ତା ଦର୍ଶାଅ ଯାଇଛି। ଟୁଇଟର ହେଣ୍ଡେଲରେ ଲେଖା ଯାଇଛି ଯେ ଏହି ଭିଡିଓ ଗୁଜୁରାଟ ମଡେଲ୍ କୁ ପ୍ରକାଶ କରୁଥିବା ଆପ୍ ପାର୍ଟିର ପ୍ରଦର୍ଶନ
ଉପରୋକ୍ତ ପୋଷ୍ଟ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯଦିଓ ବର୍ଷା କାରଣରୁ ଗୁଜୁରାଟର ରାସ୍ତା ପ୍ରଭାବିତ ହୋଇଛି। କିନ୍ତୁ କ’ଣ ଭାଇରାଲ ଭିଡିଓ ଗୁଜୁରାଟର? ଆସନ୍ତୁ ଜାଣିବା।
ଭାଇରାଲ ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଭିଡିଓରେ ଗୀତ ଗାଉଥିବା କିଛି ବ୍ୟକ୍ତି ମାନେ ପୋଷ୍ଟର ଧରି ନାଚୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ୟକତି ଯେଉଁ ପୋଷ୍ଟର ଧରିଥିଲେ ସେଥିରେ ଲେଖା ଯାଇଥିଲା “ମୁଶ୍କୁରାଇୟେ ଆପନେ କୋର୍ବା କୋ ବରବାଦ କର ଦିଆ (ହସନ୍ତୁ, କାରଣ ଆପଣ ମାନେ କୋର୍ବାକୁ ବରବାଦ କରି ଦେଇଛନ୍ତି।)”

ଏହା ପରେ ଆମେ ଗୁଗୁଲ ମ୍ୟାପରେ ଯାଇ କୋର୍ବା ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ କୋର୍ବା ଛତତିଶଗଦ ରାଜ୍ୟର ଏକ ସହର ଅଟେ। ଆପଣ ନିମ୍ନରେ ଥିବା ମ୍ୟାପରେ ଦେଖିପାରିବେ।

ୟୁଟ୍ୟୁବ ରେ ବିଭିନ୍ନ ମୁଖ୍ୟଶବ୍ଦ ୟବାହାର କରି ସର୍ଚ କରିଲା ପରେ ଆମକୁ ସମାନ ଭିଡିଓ ଏକ ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ ଏକ କାର ରାସ୍ତାରେ ଛିଡା ହେଇଛି ଯାହାର ନମ୍ବର ପ୍ଳେଟରେ ସିଜି (CG) ଲେଖା ଯାଇଛି। ସି.ଜି ହେଉଛି ଛତତିଶଗଦ ରାଜ୍ୟର ପରିବାହନ ରେଜିଷ୍ଟ୍ରେସନ୍ ନମ୍ବର ଅଟେ।

ଏହା ପରେ ଆମକୁ ଏଏନଆଇ ନ୍ୟୁଜର ୟୁଟ୍ୟୁବ ଚ୍ୟାନାଲରେ ମଧ୍ୟ ସମାନ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଭିଡିଓରେ କୁହା ଯାଇଛି ଯେ ଆମ୍ ଆଦମ୍ୟ କାର୍ଯ୍ୟକର୍ତ୍ତା ମାନେ ଛତିଶଗଡର କୋର୍ବାରେ ଖରାପ ରାସ୍ତା ଅବସ୍ଥା ବିରୋଧରେ ପ୍ରଦର୍ଶନ କରୁଛନ୍ତି। ଏହି ଭିଡିଓରେ ଦଳର ନେତୃତ୍ଵ କରୁଥିବା ଆପ୍ ନେତା ବିଶାଳ କେଲକରଙ୍କ ସାକ୍ଷାତକାର ମଧ୍ୟ ଅଛି। ବିଶାଳ କେଲକର କହୁଛନ୍ତି ଯେ ସେମାନେ ବିଭିନ୍ନ ପ୍ରୟାସ କରି ଦେଖି ସାରିଛନ୍ତି କିନ୍ତୁ ସେ ବର୍ତ୍ତମାନ ବୁଝି ସାରିଛନ୍ତି ଯେ ଏହି ଖରାପ ରାସ୍ତାର ମୁଖ୍ୟ କାରଣ ଜନତା ଅଟନ୍ତି କାରଣ ସେମାନେ ଭୁଲ ଭୋଟ୍ ଦେଇଛନ୍ତି। ସେ ଜନତାକୁ ଜାଗୃତ କରିବାକୁ ଚେଷ୍ଟା କରୁଛନ୍ତି ଯେ କୌଣସି ଲୋଭରେ ଆସି ନିଜ ଭୋଟକୁ ନବିକନ୍ତୁ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଭିଡିଓ ଗୁଜୁରାଟର ନୁହେଁ, ବରଂ ଏହା ଛତିଶଗଡର କୋର୍ବା ନାମକ ଜିଲ୍ଲାର ଏକ ଭିଡିଓ ଅଟେ। ଆମ୍ ଆଦାମି ପାର୍ଟି ଦ୍ଵାରା ଏହି ପ୍ରଦର୍ଶନ କରା ଯାଇଥିଲା।

Title:କ’ଣ ପ୍ରବଳ ବର୍ଷା ପରେ ଖରାପ ରାସ୍ତା ଅବସ୍ଥା ଦର୍ଶାଉଥିବା ଏହି ଭିଡିଓ ଗୁଜୁରାଟର ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
