ଆଫଗାନିସ୍ତାନ କର୍ତ୍ତୃପକ୍ଷ ସେଠାର ନାଗରିକଙ୍କ ମୋବାଇଲ୍ ଫୋନ୍ ଜବତ କରି ନଷ୍ଟ କରୁଛନ୍ତି ?

False International

ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ଭାବରେ ସେୟାର କରାଯାଉଛି ଯେଉଁଥିରେ ଆଫଗାନିସ୍ତାନ କର୍ତ୍ତୃପକ୍ଷ ସେଠାର ନାଗରିକଙ୍କ ମୋବାଇଲ୍ ଫୋନ୍ ନଷ୍ଟ କରୁଥିବା ଦେଖାଯାଉଛି।  କିଛି ସୋସିଆଲ ୟୁଜର ଏହା ମଧ୍ୟ ଦାବି କରୁଛନ୍ତି ଯେ, ଆଫଗାନିସ୍ତାନରେ ମୋବାଇଲ୍ ଫୋନ୍ ନିଷେଧ କରାଯାଇଛି ଏବଂ କର୍ତ୍ତୃପକ୍ଷ ସମସ୍ତ ଫୋନ୍ ଜବତ କରିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।

9 ଫେବୃଆରିରେ Debasish Grahacharya ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଆଫଗାନିସ୍ତାନ ରେ #ମୋବାଇଲ_ଫୋନ ଉପରେ ଲାଗିଲା ପ୍ରତିବନ୍ଧ। ନୂଆ #ତାଲିବାନୀ ନିୟମ ଲାଗୁ। ନିଜର ଫୋନ ତାଲିବାନ ସେନା ଅଧିକାରୀ ଦେବା କୁ ବାଧ୍ୟ ସାଧାରଣ ଜନତା । ଯଦି କାହା ପାଖରୁ ମୋବାଇଲ ମିଳେ ,ତାକୁ ତୁରନ୍ତ ଗୁଳି କରିଦେବାକୁ ନିର୍ଦ୍ଦେଶ। #ସତରେ__ଧରାପୃଷ୍ଠ_ପାଇଁ_ଏମାନେ_ଶାନ୍ତିର_ପ୍ରତୀକ।  ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 18ଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।

ତେବେ କଣ ଭାଇରାଲ ଭିଡିଓରେ ଆଫଗାନିସ୍ତାନ କର୍ତ୍ତୃପକ୍ଷ ସେଠାର ନାଗରିକଙ୍କ ମୋବାଇଲ୍ ଫୋନ୍ ଜବତ କରି ନଷ୍ଟ କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଅନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ରିଭର୍ସ ଇମେଜ କରିଲୁ।  ଭିଡିଓକୁ ଅତି ନିକଟରୁ ଦେଖିଲୁ ଏବଂ ଲକ୍ଷ୍ୟ କଲୁ ଯେ, ଭିଡିଓରେଥିବା ଅଧିକାରୀଙ୍କ ୟୁନିଫର୍ମରେ ପାକିସ୍ଥାନର ପତାକା ଚିହ୍ନ ଦେଖାଯାଉଛି ଏବଂ ଦେଶର କଷ୍ଟମ୍ସ ବିଭାଗର ସଙ୍କେତ ମଧ୍ୟ ରହିଛି। ଭିଡିଓର 14 ସେକେଣ୍ଡ ସମୟ ଷ୍ଟାମ୍ପରେ ଆମେ ପାକିସ୍ତାନ ପତାକା ର ଏକ ଚିହ୍ନ ଦେଖିପାରିବା। ଏଥିରୁ ଆମେ ଜାଣିବାକୁ ପାଇଲୁ ଯେ ଭିଡିଓଟି ପାକିସ୍ତାନର ଅଟେ। 

ଏହା ପରେ ଆମେ ଭାଇରାଲ ଭିଡିଓକୁ ଗୁଗୁଲରେ ସର୍ଚ୍ଚ କରିଲୁ। ଡିସେମ୍ବର 31, 2021 ରେ ୟୁଟ୍ୟୁବରେ Yasir Khan Sahab  ପେଜରେ  ଭିଡିଓ ଅପଲୋଡ୍ ପାଇଲୁ ଯାହାର ନାମ ହେଲା “ପାକିସ୍ତାନ କଷ୍ଟମ୍ସ ବିନାଶ ସମାରୋହ କଷ୍ଟମ୍ସ ଏନଫୋର୍ସମେଣ୍ଟ ଆଣ୍ଡ କମ୍ପ୍ଲେନ୍ସ”। ଭିଡିର 1: 13 ରେ ସମାନ ପୋଷାକଧାରୀ ଅଧିକାରୀମାନେ ମୋବାଇଲ୍ ଫୋନ୍ ଏବଂ ମଦ ବୋତଲ ନଷ୍ଟ କରୁଥିବା ଦେଖାଯାଉଛି। ତଳେ ଲିଙ୍କ ଦେଖନ୍ତୁ।

ଏହା ପରେ ଆମକୁ ଅନ୍ୟ ଏକ ଭିଡିଓ ୟୁଟ୍ୟୁବରେ ପାଇଲୁ । ଯେଉଁଥିରେ ଭାଇରାଲ୍ ଭିଡିଓରେ ଦେଖାଯାଇଥିବା ୟୁନିଫର୍ମକୁ  ଜଣେ ଅଧିକାରୀଙ୍କ ସହ ତୁଳନା କରିଥିଲୁ ଯିଏକି ୟୁଟ୍ୟୁବ ଚ୍ୟାନେଲରେଥିବା  ଭିଡିଓରେ ଦେଖାଯାଉଛନ୍ତି। ଭିଡିଓରେ ଲେଖାଯାଇଛି ଯେ,  “ପାକିସ୍ଥାନ କଷ୍ଟମ୍ସ ବିନାଶ ସମାରୋହ” ରେ ସମ୍ବୋଧିତ କରିଥିଲେ। Daily City News Karachi ଏକ ରିପୋର୍ଟରେ ସମାନ ଅଧିକାରୀଙ୍କୁ ଦେଖିବାକୁ ମିଳୁଛି। ତଳେ ଲିଙ୍କ ଦେଖନ୍ତୁ।

ଏହି ଭିଡିଓରୁ ଉତ୍ସ ସହିତ ୟୁଟ୍ୟୁବରେ ସମ୍ପୃକ୍ତ କୀ ଶବ୍ଦଗୁଡ଼ିକୁ ଖୋଜି  ପାକିସ୍ତାନୀ ମିଡିଆ ‘ଜିଓ ନ୍ୟୁଜ୍’ର ଏକ ଭିଡିଓ ପୋଷ୍ଟ କରାଯାଇଛି। ଏହି ଭିଡିଓକୁ ଡିସେମ୍ବର 29, 2021 ରେ ଅପଲୋଡ୍ କରାଯାଇଥିଲା ଯେଉଁଥିରେ କ୍ୟାପସନ୍ ଦିଆଯାଇଛି – କଷ୍ଟମ୍ସ ବିଭାଗ ଚୋରି ହୋଇଥିବା ସାମଗ୍ରୀକୁ କୋଟି କୋଟି ଟଙ୍କା ଜାଳି ଦେଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଡିସେମ୍ବର 29, 2021 ରେ ‘SSK କରାଚି’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଏକ ଭିଡିଓ କ୍ୟାପସନରେ ଲେଖା ଯାଇଛି, : “ପାକିସ୍ତାନ କଷ୍ଟମ୍ସ 3 ବିଲିୟନ ଟଙ୍କା ମୂଲ୍ୟର ଚୋରା ସାମଗ୍ରୀ ନଷ୍ଟ କରୁଛି”। ଭିଡିଓରେ ଅନେକ ମଦ ବୋତଲ ଏବଂ ମୋବାଇଲ୍ ଫୋନ୍ ତଳେ ପଡ଼ିଥିବାର ଦେଖାଯାଇଛି। ଭିଡିଓର 40 ସେକେଣ୍ଡରେ କିଛି ପୋଲିସ୍ ନିଜ ପାଦକୁ ମୋବାଇଲ୍ ଚଳାଇଥିବାର ଦେଖାଯାଇଛି। ଟ୍ରକର ଟ୍ରଲି ପଛରେ ଏବଂ ପଛ ପଟରେ ଥିବା ଅଖା ମଧ୍ୟ ଭାଇରାଲ ଭିଡିଓରେ ଅଛି। ଏହା ସ୍ପଷ୍ଟ ହେଲା ଯେ ଭାଇରାଲ୍ ଭିଡିଓ ଏବଂ ଏହି ଭିଡିଓ ସମାନ ସ୍ଥାନରେ ଅଛି।

ଆମକୁ ମିଳିଥିବା ଭିଡିଓ ଏବଂ ଭାଇରାଲ ଭିଡିଓକୁ ବିଶ୍ଲେଷଣ କରିଲୁ। ଯେଉଁଥିରେ ସ୍ପଷ୍ଟ ହେଲୁ ଯେ, ସମସ୍ତ ଭିଡିଓ ସମାନ ଅଟେ। 

ଶେଷକଥା-

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ପାକିସ୍ତାନ କଷ୍ଟମ୍ସ ପୋଲିସ ଦ୍ୱାରା ଚୋରା ଚାଲାଣ ସାମଗ୍ରୀ ନଷ୍ଟ ହେବାର ଭିଡିଓକୁ ଆଫଗାନିସ୍ତାନ କର୍ତ୍ତୃପକ୍ଷ ସେଠାର ନାଗରିକଙ୍କ ମୋବାଇଲ୍ ଫୋନ୍ ଜବତ କରି ନଷ୍ଟ କରୁଥିବା ଦାବିରେ ଭାଇରାଲ କରାଯାଉଛି।

Avatar

Title:ଆଫଗାନିସ୍ତାନ କର୍ତ୍ତୃପକ୍ଷ ସେଠାର ନାଗରିକଙ୍କ ମୋବାଇଲ୍ ଫୋନ୍ ଜବତ କରି ନଷ୍ଟ କରୁଛନ୍ତି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *