
ସୋସିଆଲ ମିଡିଆରେ ଅନେକ ନେତା ଏବଂ ନିର୍ବାଚନ ପ୍ରଚାରକ ମାନଙ୍କୁ ଲୋକମାନେ ମାଡ଼ ମାରୁଥିବାରଥିବାର ଭିଡିଓ ଅଲଗା ଅଲଗା ଦାବିରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ଅନ୍ୟ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ନେତାଙ୍କୁ ଲୋକମାନେ ଗୋଡ଼ାଇ ଗୋଡ଼ା ମାରୁଥିବାର ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ଉତ୍ତର ପ୍ରଦେଶର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
6 ଫେବୃଆରୀରେ Mardaraj Debabrata MD Lipu ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ବେଙ୍ଗଲ ରେ ପାହାର ଖାଇଲା ବେଳେ ରାଷ୍ଟ୍ରପତି ଶାସନ କରିବା ପାଇଁ ଚିତ୍କାର କରୁଥିଲ…ଉତ୍ତର ପ୍ରଦେଶ ରେ ଏବେ ପାହାର ଖାଇଲା ବେଳେ ଆଉ କହି ପାରୁନ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ କରାଯାଇଛି। ତେଳେ ଲିଙ୍କ ଦେଖନ୍ତୁ।
ତେବେ କଣ ଭାଇରାଲ ଭିଡିଓରେ ଉତ୍ତର ପ୍ରଦେଶରେ ନେତାଙ୍କୁ ସ୍ଥାନିୟ ଲୋକମାନେ ମାଡ଼ ମାରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡ଼ରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ଏପ୍ରିଲ 2021 ରେ ‘ନନ୍ଦିଗୋଶା ଟିଭି’ ଦ୍ୱାରା ସମାନ ଭିଡିଓ ଅପଲୋଡ୍ ହୋଇଥିବା ଦେଖିବାକୁ ମିଳିଲା। ଭିଡିଓରେ ପ୍ରକାଶିତ କରାଯାଇଛି ଯେ, ଧରାମପୁରର ଗ୍ରାମବାସୀ ବିଜେପି ପ୍ରାର୍ଥୀଙ୍କୁ ଗୋଡ଼ାଇ ତାଙ୍କୁ ଗାଁରୁ ବାହାର କରିଦେଲେ। ତେଳେ ଲିଙ୍କ ଦେଖନ୍ତୁ।
‘‘Bengali.abplive’ ଅନୁଯାୟୀ, ଭିଡିଓରେ ସ୍ଥାନିୟ ନୋକମାନେ ଗୋଡ଼ାଇଥିବା ବ୍ୟକ୍ତି ହେଉଛନ୍ତି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ – 2021 ରେ ବୋଲପୁରରୁ ବିଜେପି ପ୍ରାର୍ଥୀ ଅନୀରବାନ୍ ଗାଙ୍ଗୁଲି। ଖବର ଅନୁସାରେ ଧରାମପୁରରେ ଅନିର୍ବାନ ଗାଙ୍ଗୁଲିଙ୍କୁ ‘ଗୋ ବ୍ୟାକ୍’ ସ୍ଲୋଗାନ ଦିଆଯାଇଥିଲା। ବିଜେପି ପ୍ରାର୍ଥୀଙ୍କ କାର ଭଙ୍ଗାରୁଜା କରାଯାଇଥିଲା। ଏକ ବାଡିରେ କାରର ଗ୍ଲାସ ଭାଙ୍ଗି ଯାଇଥିଲା। କାଉଣ୍ଟର-ତୃଣମୂଳ ସ୍ତର (ଟିଏମସି) ଅନୁଯାୟୀ ଏହି ଅଶାନ୍ତିର କାରଣ ହେଉଛି ବିଜେପି ପ୍ରାର୍ଥୀ। ଏଥିସହ ବିଜେପି ଆକ୍ରମଣରେ 4 ଟି ତୃଣମୂଳସ୍ତରର କାର୍ଯ୍ୟକର୍ତ୍ତା ଆହତ ହୋଇଥିବା ସେ ଦାବି କରିଛନ୍ତି। ପରେ ପରିସ୍ଥିତିକୁ ପୋଲିସ ନିୟନ୍ତ୍ରଣ କରିଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମକୁ ମିଳିଥିବା ଖବରକୁ ଧ୍ୟାନରେ ରଖି ଅଧିକ ସର୍ଚ୍ଚ କରିଲୁ। Anirban Gangulyଙ୍କ ଏକ ଟ୍ୱିଟ୍ ପାଇଲୁ। ଯାହାକି 29 ଏପ୍ରିଲ 2021ରେ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ ଲେଖାଯାଇଛି, ଇଲାମବାଜାର ବୋଲପୁରରେ ମୋ ଉପରେ ହୋଇଥିବା ଆକ୍ରମଣକୁ ନେଇ ଉଦ୍ବେଗ ପ୍ରକାଶ କରିଥିବାରୁ ମୁଁ ମୋର ସମସ୍ତ ବନ୍ଧୁ ଏବଂ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ। ମୁଁ ସମ୍ପୂର୍ଣ୍ଣ ଭଲ ଅଛି ସ୍ଲୋଗାନ ଦେଉଥିବା ଜିହାଦି ଗୁଣ୍ଡର ଜନତା # ସୋନବଙ୍ଗଲା ପାଇଁ, #ebarbjpsorkar ପାଇଁ ମୋର ସଂକଳ୍ପକୁ ଭାଙ୍ଗି ପାରିବେ ନାହିଁ କିମ୍ବା ହ୍ରାସ କରିପାରିବେ ନାହିଁ! । ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହାର ଅନ୍ୟ ଏକ ଭିଡିଓ Sangbad Pratidin ୟୁଟ୍ୟୁବ ଚ୍ୟାନେଲରେ ପାଇଲୁ। ଯେଉଁଥିରେ ଲେଖାଯାଇଛି ଯେ, ବୋଲପୁର ଅନିର୍ବାନ୍ ଗାଙ୍ଗୁଲିଙ୍କ କନଭେନରୁ ବିଜେପି ପ୍ରାର୍ଥୀ ବୀରଭୂମର ଇଲାମବାଜରରେ ଆକ୍ରମଣ କରିଥିଲେ। ଏହା ପୋଷ୍ଟ 29 ଏପ୍ରିଲ୍ 2021ରେ ପୋଷ୍ଟ କରାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଉତ୍ତର ପ୍ରଦେଶରେ ବିଜେପି ନେତାଙ୍କୁ ସ୍ଥାନିୟ ଲୋକମାନେ ଗୋଡେଇ ଗୋଡ଼େଇ ଗାଁରୁ ତଡ଼ୁଥିବା ଦାବିରେ ଭାଇରାଲ ଭିଡିଓ 2021 ମସିହା ଏପ୍ରିଲ ମାସରେ ପଶ୍ଚିମବଙ୍ଗରୁ ବିଧାନସଭା ନିର୍ବାଚନର ଅଟେ। ସେତେବେଳେ ବିଜେପି ପ୍ରାର୍ଥୀ ଅନିର୍ବାନ ଗାଙ୍ଗୁଲିଙ୍କ ଗାଡି ଉପରେ ଆକ୍ରମଣ କରାଯାଇଥିଲା ।

Title:2021 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ସମୟରେ ବିଜେପି ପ୍ରାର୍ଥୀ ଅନିର୍ବାନ ଗାଙ୍ଗୁଲିଙ୍କ ଉପରେ ଆକ୍ରମଣ ଭିଡିଓକୁ ଉତ୍ତର ପ୍ରଦେଶ ଦାବିରେ ଭାଇରାଲ ହେଉଛି।
Fact Check By: Saritadevi SamalResult: False
