109 ବର୍ଷ ବୌଦ୍ଧ ବୃଦ୍ଧଙ୍କୁ 163 ବର୍ଷ ବୌଦ୍ଧ ଭିକ୍ଷୁ ମିଥ୍ୟା ଦାବିରେ  ଭାଇରାଲ୍ କରାଯାଉଛି।

False Social

ସୋସିଆଲ ମିଡିଆରେ ଜଣେ ଦୁର୍ବଳ ବୃଦ୍ଧଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ହେଉଛନ୍ତି ହିମାଳୟ ବୌଦ୍ଧ ଏବଂ ତାଙ୍କ ବୟସ 163 ବର୍ଷ। ଆମର ଅନୁସନ୍ଧାନରେ, ଏହି ଦାବି ମିଥ୍ୟା ପ୍ରମାଣିତ ହେଲା। ଭାଇରାଲ ହେଉଥିବା ଭିଡିଓଟି ଥାଇଲ୍ୟାଣ୍ଡର 109 ବର୍ଷିୟ ଲୁଆଙ୍ଗ ଫୋ ୟାଇଙ୍କର ଏବଂ ତାଙ୍କ ବୟସ 109 ବର୍ଷ ଅଟେ। 

24 ଫେବୃଆରିରେ Odisha Bhaskar ଫେସବୁକ ପେଜରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, କିଏ ଏହି ୧୬୩ ବର୍ଷୀୟ ଭାଇରାଲ୍ ବୌଦ୍ଧ ଭିକ୍ଷୁ ? ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।

ତେବେ କଣ ଭାଇରାଲ ଭିଡିଓରେ ଦେଖାଯାଉଥିବା ବୃଦ୍ଧ ବ୍ୟକ୍ତିର ବୟଷ 163 ବର୍ଷ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା।  ନ୍ୟୁଜ୍ ଫ୍ଲେୟାରରେ ପ୍ରକାଶିତ ଖୂର ଅନୁଯାୟୀ, ଭିଡିଓରେ ଥିବା ବ୍ୟକ୍ତିଙ୍କ ନାମ ହେଉଛି ଫ୍ରାଖ୍ରୁ ଆଖା ଚନ୍ତାସରୋ। ସେ 1912 ମସିହାରେ ଜନ୍ମ ହୋଇଥିଲେ ଏବଂ ତାଙ୍କ ବୟଷ ବର୍ତ୍ତମାନ 109 ବର୍ଷ ଅଟେ। ଡାକ୍ତରମାନେ ତାଙ୍କ ମା’ଙ୍କୁ କହିଥିଲେ ଯେ ସେମାନେ କେବଳ 20 ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚିବେ ବୋଲି ଆଶା କରିଥିଲେ।

ତାଙ୍କ ନାତୁଣୀ ଆୟୁ ଆୟାରି ୱାଟ ବାନ୍ କ୍ଲାଙ୍ଗ ମନ୍ଦିରରେ ତାଙ୍କର ଯତ୍ନ ନିଅନ୍ତି।  ଏପରିକି ସେ ତାଙ୍କର ଟିକଟୋକ ଆକାଉଣ୍ଟ ଖୋଲିଛନ୍ତି ଏବଂ ନିୟମିତ ଭାବେ ତାଙ୍କ ଭିଡିଓ ପୋଷ୍ଟ କରନ୍ତି। ସେ ପ୍ଲାଟଫର୍ମରେ ଲକ୍ଷ ଲକ୍ଷ ଭ୍ୟୁ ସଂଗ୍ରହ କରିଥିଲେ ଏବଂ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ହୋଇଛନ୍ତି।  

ଆୟୁ ନ୍ୟୁଜଫ୍ଲେୟାରକୁ କହିଛନ୍ତି, “ମୁଁ ମୋ ଜେଜେବାପାଙ୍କ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରେ। “ସେ କ୍ୱଚିତ୍ କଥାବାର୍ତ୍ତା କରନ୍ତି ଏବଂ ବେଳେବେଳେ ତାଙ୍କ ସହ ଯୋଗାଯୋଗ କରିବା କଷ୍ଟସାଧ୍ୟ ହୋଇପାରେ କାରଣ ସେ ଅନ୍ଧ ଏବଂ ତାଙ୍କ ଶ୍ରବଣ ଭଲ ନୁହେଁ।  କିନ୍ତୁ ତାଙ୍କ ଚେତନା ଅନ୍ୟ ବ୍ୟକ୍ତିଙ୍କ ପରି ତୀକ୍ଷ୍ଣ ଅଟେ। ସେ ଚଳିତ ବର୍ଷ 13 ଏପ୍ରିଲରେ 110 ବର୍ଷ ପୂରଣ କରିବେ। ” ସେ ଇନଷ୍ଟାଗ୍ରାମରେ ଫଟୋ ଏବଂ ଭିଡିଓ ମଧ୍ୟ ଅପଡେଟ୍ କରନ୍ତି।

ଫ୍ରାଖ୍ରୁଙ୍କ ଭିଡିଓ ଭାଇରାଲ ହେବା ପରେ ଲୋକମାନେ ତାଙ୍କ ବୟସ ବିଷୟରେ କଳ୍ପନା କରିବା ଆରମ୍ଭ କଲେ। କେହି କେହି ତାଙ୍କୁ 163 ବୋଲି ଦାବି କରିଥିଲେ ତ କେହି 200 ବର୍ଷ ବୃଦ୍ଧ ବୋଲି ଦାବି କରିଥିଲେ।  

ଫ୍ୟାକ୍ଟ କ୍ରେସେଣ୍ଡୋ ଫ୍ରାଖ୍ରୁଙ୍କ ନାତୁଣୀ ସହିତ ଯୋଗାଯୋଗ କଲେ।  ସେ ତାଙ୍କ ଜେଜେବାପାଙ୍କ ବୟସ ବିଷୟରେ ଭାଇରାଲ ଗୁଜବକୁ ଅସ୍ୱୀକାର କରିଥିଲେ। “ଭାଇରାଲ୍ ଭିଡିଓ ମୋର ଜେଜେବାପାଙ୍କର। ସେ 109 ବର୍ଷ ବୃଦ୍ଧ। ମୁଁ ତାଙ୍କର ଯତ୍ନ ନେଉଛି ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ମୋ ଅନୁମତି ବିନା ଲୋକମାନେ ମୋ ଆକାଉଣ୍ଟରୁ ଭିଡିଓ ନେଇଥିଲେ। ଥାଇଲ୍ୟାଣ୍ଡରେ ସେ ବହୁତ ସମ୍ମାନିତ ବୋଲି ସେ କହିଛନ୍ତି। ମିଥ୍ୟା ତଥ୍ୟ ସହିତ ଏହି ଭିଡିଓ ବିସ୍ତାର ନକରିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି।

ଶେଷକଥା-

ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଭିଡିଓରେ 163 ବର୍ଷ କୁହାଯାଉଥିବା ବୃଦ୍ଧ ପ୍ରକୃତରେ 109 ବର୍ଷର ଅଟନ୍ତି।

Avatar

Title:109 ବର୍ଷ ବୌଦ୍ଧ ବୃଦ୍ଧଙ୍କୁ 163 ବର୍ଷ ବୌଦ୍ଧ ଭିକ୍ଷୁ ମିଥ୍ୟା ଦାବିରେ ଭାଇରାଲ୍ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *