ଗାଈ ଗୋରୁ ଭାସିଆସୁଥିବା ଏହି ଭିଡିଓ ଭାରତର ନୁହେଁ ମେକ୍ସିକୋ ଦେଶର ଅଟେ ।

False Social

ବାର୍ଷା ଲାଗିରହିଥିବାରୁ ଦେଶର ଅଲଗା ଅଲଗା ଜାଗାରେ ବନ୍ୟାର ସ୍ଥିତି ବାନିଯାଇଛି। ଜାଗା ଜାଗାରେ ପାଣି ଭର୍ତ୍ତି ହୋଇଥିବାରୁ ଲେକଙ୍କୁ ଏ ନେଇ ଅନେକ ଅସୁବିଧାର ସମ୍ନା କରିବାକୁ ପଡ଼ୁଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଗାଈ ବନ୍ୟା ପାଣିରେ ଭାସିଯାଉଥିବାର ଦେଖା ଯାଉଛନ୍ତି। ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ଭାରତର ଅଟେ। 

Jagat news ପେଜରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ଦାବି କରାଯାଇଛି ଯେ, ଭାରତର ଏକ ଜାଗାରେ ବନ୍ୟା ଜଳରେ ଗୋରୁ, ଗାଈ ଭାସି ଯାଉଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ବନ୍ୟା ଜଳରେ ଗୋରୁ, ଗାଈ ମାନେ ଭାସି ଯାଉଛନ୍ତି।ଏହା ହେଉଛି ଆମ ଭାରତ ଏକ ଜାଗା ର ଦୃଶ୍ୟ । କେହିବି ଆସିନଥିଲେ ଟିକେ ବଞ୍ଚାଇବାକୁ। କିନ୍ତୁ ଫଟୋ ଉଠାଇବାକୁ ଭୁଲି ନଥିଲେ।

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। ଏଠାରେ ପୋଷ୍ଟର Archive ଲିଙ୍କ ଦେଖନ୍ତୁ।

ଗାଈ, ଗୋରୁମାନେ ବନ୍ୟାରେ ଭାସିଯାଉଥିବାର ଏହି ଭିଡିଓ ଭାରତର କି ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଭାଙ୍ଗିଲୁ। ଏହା ପରେ ମିଳିଥିବା ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରଲା ଭିଡିଓର କିଛି ଲିଙ୍କ ମିଲା। ଆମକୁ  Comosucedio ପେଜରେ ଭାଇରାଲ ଭିଡିଓ ମିଳିଲା। ଯାହାକି 27 ଜୁଲାଇ 2020ରେ ପ୍ରକାଶିତ ହୋଇଥିଲା। ଖବର ଅନୁସାରେ ଆମେ ପାଇଲୁ ଯେ, ଭାଇରାଲ ଭିଡିଓ ମାକ୍ସିକୋର ଅଟେ। zacualpan river ନାମକ ଏକ ନଦୀରେ ବନ୍ୟା ଆସିବାରୁ ଗାଈମାନେ ଭାସିଗଲେ। ଭାଇରାଲ ଭିଡିଓ ମାକ୍ସିକୋ ଦେଶର ବୋଲି ଖବରରେ ପ୍ରକାଶ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- ComosucedioArchive

ଏହା ପରେ ଆମକୁ Imagen Notice ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଭାଇରାଲ ଭିଡିଓ ପାଇଲୁ। ଯାହାକି  28 ଜୁଲାଇ 2020ରେ ପ୍ରକାଶିତ କରାଯାଇଛି। ୟୁଟ୍ୟୁବ୍ କ୍ୟାପସନରେ ଲେଖାଯାଇଛି ଯେ,  “ଏଗୁଡ଼ିକ ହେଉଛି ନୟାରିଟରେ ଥିବା ଜାକୁଆଲପାନ୍ ନଦୀର ଓଭରଫ୍ଲୋର ଚିତ୍ର । ଯାହା ନଦୀ  ହାନ୍ନା ଦେଇ ଯିବାସମୟରେ   ଗୋରୁମାନେ ନଦୀ ପ୍ରବାହରେ ଭାସୀ ଆସିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ଭାରତର ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

28 ଜୁଲାଇରେ Jornada ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଏହି ଭିଡିଓ ହାନ୍ନାର ଅଟେ। ଯେଉଁଥିରେ ପ୍ରବଳ ବର୍ଷା ଯୋଗୁଁ ହଜାର ହଜାର ଲୋକ ପ୍ରଭାବିତ ହୋଇଥିଲେ। ଏହା ସହ ସଂଖ୍ୟାଧିଗ ଗାଈ ଗୋରୁ ମଧ୍ୟ ଭାସି ଆସିଥିଲେ। ଭାଇରାଲ ଖବର  ମାକ୍ସିକୋ ଦେଶର ଅଟେ। ଭାଇରାଲ ଭିଡିଓର ଭାସତ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-JornadaArchive

ଶେଷକଥା-

ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲୁଯେ, ଭାଇରାଲ ଭିଡିଓ ଭାରତର ନୁହେଁ ମାକ୍ସିକୋ ଦେଶର । ଭିଡିଓର ଭାରତ ସହ କୌଣସି ସମ୍ପର୍କ ନାହିଁ। 

Avatar

Title:ଗାଈ ଗୋରୁ ଭାସିଆସୁଥିବା ଏହି ଭିଡିଓ ଭାରତର ନୁହେଁ ମେକ୍ସିକୋ ଦେଶର ଅଟେ ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *