
ଜଣେ ମହିଳାଙ୍କୁ ଗୋଟିଏ ଲୋକ ତାଙ୍କ ବାଲ ଧରି ଘୋଷାଡିକି ନେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଅନ୍ୟ ଲୋକ ମାନେ ମଧ୍ୟ ଆସି ସେହି ମହିଳାଙ୍କୁ ମାରୁଛନ୍ତି ଏବଂ ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି।
ଭିଡିଓ ସହିତ ଦାବି କରା ଯାଇଛି ଯେ ମହିଳା ଜଣକ ଜଣେ ପାକିସ୍ତାନୀ ହିନ୍ଦୁ ଯାହା ଉପରେ ସେଠିକାର ମୁସଲମାନ ମାନେ ଏପରି ଅତ୍ୟାଚାର କରୁଛନ୍ତି।
କ’ଣ କୁହା ଯାଇଛି ପୋଷ୍ଟରେ?
ପୋଷ୍ଟରେ କୁହା ଯାଇଛି ଯେ ଏହି ଘାଟଣା ପାକିସ୍ତାନରେ ଅଟେ ଯେଉଁଠାରେ ସଂଖ୍ୟାଲଘୁ ହିନ୍ଦୁ ଏବଂ ଗରିବଙ୍କ ଉପରେ ଏପରି ଅତ୍ୟାଚାର ହୁଏ। ଏପରି କିଛି କିଛି ଘଟଣା ସାମନାକୁ ଆସିଥାଏ କିନ୍ତୁ ପ୍ରାୟ ଘଟଣାକୁ ଲୁଚେଉ ଦିଆ ଯାଏ।
ସମାନ ଭିଡିଓ ଅନ୍ୟ ଫେସବୁକ ଏକାଉଣ୍ଟରେ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ କୁହା ଯାଇଛି ଯେ “ଆଫଗାନିସ୍ତାନରେ ମହିଳା ମାନଙ୍କ ବିଦେଶରେ ପଢିବା ଉପରେ ପ୍ରତିବନ୍ଧ ଲଗା ଯାଇଛି ଏବଂ ପାକିସ୍ତାନ ହିନ୍ଦୁ ମହିଳା ମାନଙ୍କ ଉପରେ ଅତ୍ୟାଚାର କରିବାରେ ଲାଗୁଛି। ଜିହାଦୀ ମାନଙ୍କ ମହିଳା ବିରୋଧୀ ମାନସିକତା କେବେ ମଧ୍ୟ ବଦଳିବା ନାହିଁ।”
ଆମ ଅନୁସନ୍ଧାନ:
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୯ ଜାନୁଆରୀ ୨୦୨୨ ରେ କେପିଟାଲ୍ ଟିଭି ନାମକ ୟୁଟ୍ୟୁବ ଚ୍ୟାନାଲରେ ଏକ ରିପୋର୍ଟ ପ୍ରସାରିତ ହେଇଥିବା ମିଳିଲା। ସୂଚନା ଅନୁଯାୟୀ ଏହି ଘଟଣା ପାକିସ୍ତାନର ସିଆଲକୋଟ୍ ସହରରେ ଘଟିଥିଲା ଯେଉଁଠି ଜଣେ ବୃଦ୍ଧ ମହିଳାଙ୍କୁ କିଛି ଲୋକେ ମାଡ ମାରିଥିଲେ।
ସିଆଲକୋଟରେ ଜମି ବିବାଦକୁ ନେଇ ଜଣେ ମହିଳାଙ୍କ ଉପରେ ଅତ୍ୟାଚାର ହୋଇଥିଲା। ଭିଡିଓ ଭାଇରାଲ ହେବା ପରେ ସିଆଲକୋଟ୍ ପୋଲିସ ୧୫ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି 9 ଜଣଙ୍କୁ ଗିରଫ କରିଥିଲା।
ଜିଓ ଟିଭି ଏବଂ ଡନ୍ ରିପୋର୍ଟ ଅନୁଯାୟୀ ସମସ୍ତ ଅବ୍ଜିଯୁକ୍ତଙ୍କ ମଧ୍ୟରୁ ଚାରିଜଣ ସନ୍ଦିଗ୍ଧ ମହିଳା ଥିଲେ। ବୃଦ୍ଧ ମହିଳା ଜଣକ କହିଛନ୍ତି ଯେ ଗତ ୧୩ ବର୍ଷ ଧରି ଜମି ଉପରେ ଚାଲିଥିବା ବିବାଦ ଯୋଗୁଁ ଏହି ଝଗଡା ହୋଇଥିଲା। ରିପୋର୍ଟରେ ପୀଡିତା ମହିଳା କହିଛନ୍ତି ଯେ “ଅପରାଧୀମାନେ ମୋ ଘରର କବାଟ ବାଡେଇ ଜବରଦସ୍ତ ଭିତରକୁ ପ୍ରବେଶ କରି ମୋତେ ରାସ୍ତାରେ ଟାଣି ନେଇଥିଲେ ଏବଂ ସେମାନେ ମୋ ଉପରେ ନିର୍ଯାତନା କରିଥିଲେ।“
୮ ଜାନୁଆରୀ ରେ ମୁନାୱାର କାନୱାଲ ଏବଂ ନସିରିନ୍ ବିବିଙ୍କ ମଧ୍ୟରେ ବିବାଦ ହୋଇଥିଲା। ମୁନାୱର କାନୱାଲଙ୍କୁ ନାସିରିନ୍ ଏବଂ ତାଙ୍କ ସମ୍ପର୍କୀୟମାନେ ନିର୍ଯାତନା କରିଥିଲେ। ନାସିରିନଙ୍କ ସମ୍ପର୍କୀୟ ଭାଇ ମୁନାୱାରଙ୍କ ବାଳ ଟାଣି ରାସ୍ତାରେ ଘୋଷାଡ଼ି ନେଇଥିଲେ। ଏଥିସହିତ ଆକ୍ରମଣକାରୀମାନେ ଚାପୁଡ଼ା, ମୁକ୍କା ଏବଂ ଲୁହା ରଡ ବ୍ଯ୍ବହାର କରି ଆକ୍ରମଣ କରିଥିଲେ।

ରିପୋର୍ଟ ଅନୁଯାୟୀ, ପଞ୍ଜାବ ପୋଲିସର ଇନ୍ସପେକ୍ଟର ରାଓ ସର୍ଦ୍ଦାର ଅଲି ଖାନ ହିଂସା ଘଟଣାରେ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। କୋଟଲି ସୟଦ ଆମୀର ପୋଲିସ ୧୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ନୋର ହୁସେନ୍, ତିମୋର କାସୀମ, ୟାସିମିନ ବିବି, ମୁବାଶିର ଅଲି, ଜିଶାନ ଅଲି, ହାଇଦର ଅଲି, ଆସାଦ ଅଲି ଏବଂ ସାଜଜାଦ ହୁସେନଙ୍କୁ ଗିରଫ କରିଛି।
ଏହା ପରେ ଆମକୁ ପାକିସ୍ତାନର ପଞ୍ଜାବ ପୋଲିସର ଟୁଇଟ୍ ମିଳିଲା। ୯ ଜାନୁୟାରୀ ୨୦୨୨ ରେ କରାଯାଇଥିବା ଟୁଇଟ୍ ଅନୁଯାୟୀ ସିଆଲକୋଟ ପୋଲିସ ଜଣେ ମହିଳାଙ୍କ ଉପରେ ନିର୍ଯାତନା ଘଟଣାରେ ଚାରିଜଣ ମହିଳା ଏବଂ ଜଣେ ପୁରୁଷଙ୍କୁ ଗିରଫ କରିଛି।
ପଞ୍ଜାବ ପୋଲିସ ସୂଚନା ଦେଇଛି ଯେ ଜଣେ ବୃଦ୍ଧ ମହିଳାଙ୍କ ପ୍ରତି ହିଂସା ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ତାଇମୁରଙ୍କୁ ଝାଙ୍ଗ ମୋ ଅଞ୍ଚଳରୁ ଗିରଫ କରାଯାଇଛି। ପଞ୍ଜାବ ପୋଲିସ କହିଛି, “ଗିରଫ ସନ୍ଦିଗ୍ଧଙ୍କ ସଂଖ୍ୟା ଦଶକୁ ବୃଦ୍ଧି ପାଇଛି। ବାକି ଅଭିଯୁକ୍ତଙ୍କୁ ଖୋଜା ଚାଲିଛି।“
ଏହା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ସିଆଲକୋଟ୍ ପୋଲିସ ସହିତ ଯୋଗାଯୋଗ କରିଲା। ସେମାନେ ଆମକୁ ସ୍ପଷ୍ଟ କରିଛନ୍ତି ଯେ ଭାଇରାଲ ଭିଡିଓର ପ୍ରକୃତ ଘଟଣାରେ କୌଣସି ସାମ୍ପ୍ରଦାୟିକ ମାମଲା ନାହିଁ। ଏହି ଖବର ପ୍ରାୟ ୮ ମାସ ପୁରୁଣା ଅଟେ।“
ଆପଣ ଏହି ଖବର ଏଠାରେ ମଧ୍ୟ ଦେଖିପାରିବେ |
ଶେଷକଥା:
ସମସ୍ତ ତଥ୍ୟ ଯାଞ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ମହିଳାଙ୍କ ନିର୍ଯାତନା ଘଟଣା ଜାନୁଆରୀ ୨୦୨୨ ରେ ପାକିସ୍ତାନର ପାକିସ୍ତାନର ସିଆଲକୋଟରେ ଘଟିଥିଲା। ଉଭୟ ଅଭିଯୁକ୍ତ ଏବଂ ପୀଡିତା ସମାନ ସମ୍ପ୍ରଦାୟର ଥିଲେ। ପୀଡ଼ିତା ମହିଳା ହିନ୍ଦୁ ହେଇଥିବା ଦାବି ମିଥ୍ୟା ଅଟେ।

Title:ଜମି ବିବବାଦକୁ ନେଇ ମୁସଲମାନ ମହିଳାଙ୍କ ଉପରେ ନିର୍ଯାତନାର ଭିଡିଓକୁ ପାକିସ୍ତାନରେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ଦାବି ସହିତ ଭାଇରାଲ ହେଉଛି।
Fact Check By: Siddharth SahuResult: False
