ମହିଳାଙ୍କ ସହ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଧରାପଡିଥିବା ବ୍ୟକ୍ତି ଜଣେ ‘ହିନ୍ଦୁ ସାଧୁ’ ନୁହଁନ୍ତି, ସେ ଶ୍ରୀଲଙ୍କାର ଜଣେ ସାଧୁ।

Misleading Social

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଅର୍ଦ୍ଧ ନଗ୍ନ ବ୍ୟକ୍ତିଙ୍କୁ କିଛି ଲୋକ ମାଡ ମାରୁଛନ୍ତି। ସେହି ବ୍ୟକ୍ତିଙ୍କ ସହିତ ଦୁଇଜଣ ମହିଳା ମଧ୍ୟ ଅଛନ୍ତି। ମାଡ ମାରୁଥିବା ଲୋକମାନେ ମଧ୍ୟ ମହିଳାଙ୍କୁ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଛି। ଏହାକୁ ସେୟାର କରି ଦାବି କରାଯାଇଛି ଯେ ଭିଡିଓରେ ମହିଳାଙ୍କ ସହ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଧରାପଡିଥିବା ବ୍ୟକ୍ତି ହେଉଛନ୍ତି ‘ହିନ୍ଦୁ ସାଧୁ’। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଶ୍ରୀଲଙ୍କା ଦେଶର ଏକ ଘଟଣା ଏବଂ ମହିଳାଙ୍କ ସହ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଧରାପଡିଥିବା ବ୍ୟକ୍ତି ହିନ୍ଦୁ ସାଧୁ ନୁହଁନ୍ତି। 

ଏହି ଭିଡିଓ ସେୟାର କରି ଜଣେ ଫେସବୁକ ଉପଭୋକ୍ତା ଲେଖିଛନ୍ତି, “ୟେ ମହାଶୟ ହେଉଛନ୍ତି ହିନ୍ଦୁ ରାଷ୍ଟ୍ରର ପ୍ରବକ୍ତା

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଏହି ଘଟଣାର ଖବର ଏବଂ ଏକ ଫୋଟୋ ଏସିଆନ୍ ମିରର ୱେବସାଇଟରେ ୨୦୨୩ ରେ ପ୍ରକାଶିତ ହେଇଥିବା ମିଳିଲା। 

ଖବର ଅନୁଯାୟୀ, ଶ୍ରୀଲଙ୍କାର ନୱାଗାମୁୱା ଠାରେ ଜଣେ ସାଧୁ ଏବଂ ଦୁଇଜଣ ମହିଳାଙ୍କ ସହ ଜଡିତ ଯୌନ ଘୋଟାଲା ମାମଲା ସାମନାକୁ ଆସିଥିଲା। 

ପଲ୍ଲୋଗାମା ସୁମନା ଥେରୋ ଏବଂ ଦୁଇ ଜଣ ମହିଳାଙ୍କୁ ଗୋଟିଏ ଘର ଭିତରେ ଆକ୍ରମଣ କରି ନୱାଗାମୁୱାପୋଲିସ ଚାରି ଜଣଙ୍କୁ ଗିରଫ କରିଥିଲା। ଥେରୋ ଅଭିଯୁକ୍ତଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ କରି କହିଥିଲେ ଯେ ସେମାନେ ଜବରଦସ୍ତ ଘର ଭିତରକୁ ପଶିଥିଲେ ଏବଂ ସମ୍ପତ୍ତି ନଷ୍ଟ ମଧ୍ୟ କରିଥିଲେ। ଅନ୍ୟ ପକ୍ଷରେ ଏହା ଅଭିଯୋଗ କରା ଯାଇଛି ଯେ ଥେରୋ ଦୁଇଜଣ ମହିଳାଙ୍କ ସହ ଅନୁପଯୁକ୍ତ ଆଚରଣ କରୁଥିଲେ। ଏହି ଘଟଣାର ସୁଟିଂ କରି ପରେ ଇଣ୍ଟରନେଟରେ ପ୍ରସାରିତ କରା ଯାଇଥିଲା।

ନ୍ୟୁଜ୍ ୱାୟାର ଏବଂ ଶ୍ରୀଲଙ୍କା ମିରର ଭଳି ଶ୍ରୀଲଙ୍କାର ଅନେକ ଖବରକାଗଜ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଅନେକ ସିହ୍ନାଲା ଭାଷା ସମ୍ବାଦ ୱେବସାଇଟ୍ ମଧ୍ୟ ଏହି ବିଷୟରେ ରିପୋର୍ଟ କରିଛନ୍ତି।

୮ ଅଗଷ୍ଟ ୨୦୨୩ ରେ ପ୍ରକାଶିତ ଶ୍ରୀଲଙ୍କା ଗଣମାଧ୍ୟମ ‘ଲଙ୍କା ସାରା’ ର ରିପୋର୍ଟରେ କୁହାଯାଇଛି ଯେ ପଲ୍ଲୋଗାମା ସୁମାନା ଥେରୋଙ୍କୁ ପୋଲିସ ଗିରଫ କରିଥିଲା। ଦୁଇ ମହିଳାଙ୍କ ସହ ‘ଆପତ୍ତିଜନକ’ ସ୍ଥିତିରେ ଥିବା ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ଅନେକ ସ୍ଥାନୀୟ ଲୋକ ତାଙ୍କୁ ଏହି ଅଞ୍ଚଳର ଅନେକ ମହିଳାଙ୍କ ସହ ଅନୈତିକ ବ୍ୟବହାର କରିଥିବା ଅଭିଯୋଗ କରିଥିଲେ। ୯ ଅଗଷ୍ଟ ୨୦୨୩ ରେ ‘ଶ୍ରୀଲଙ୍କା ମିରର’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପଲ୍ଲୋଗାମା ମଧ୍ୟ ପରଦିନ ଜାମିନ ପାଇଥିଲେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ଘଟଣା ଭାରତର ନୁହେଁ। ଏହା ଶ୍ରୀଲଙ୍କାର ଏକ ପୁରୁଣା ଘଟଣା ଯେତେବେଳେ କିଛି ଲୋକ ସେଠାର ଜଣେ ସାଧୁଙ୍କୁ ଦୁଇଟି ମହିଳା ସହ ଆପତ୍ତିଜନକ ସ୍ଥିତିରେ ଧରି ଥିଲେ। 

Avatar

Title:ମହିଳାଙ୍କ ସହ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଧରାପଡିଥିବା ବ୍ୟକ୍ତି ଜଣେ ‘ହିନ୍ଦୁ ସାଧୁ’ ନୁହଁନ୍ତି, ସେ ଶ୍ରୀଲଙ୍କାର ଜଣେ ସାଧୁ।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *