କ’ଣ ଏହା ନେପାଳରେ ହେଇଥିବା ବିମାନ ଦୁର୍ଘଟଣା ସ୍ଥଳର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

False Social

ନିକଟରେ ନେପାଳରେ ଏକ ବିମାନ ଦୁର୍ଘଟଣାରେ ୬୮ ଲୋକଙ୍କ ମୃତ୍ୟୁ ହେଇଥିବା ଖବର ସାମନାକୁ ଆସିଛି। ଏହା ଘଟିବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। 

ଏପରି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି ଯେଉଁଥିରେ ଏକ ବିମାନ ଭଙ୍ଗାରୁଜା ଅବସ୍ଥାରେ ରାସ୍ତାରେ ପଡିଛି। ଦାବି କରା ଯାଉଛି ଯେ ଏହା ନେପାଳରେ ଘଟିଥିବା ବିମାନ ଦୁର୍ଘଟଣାର ଭିଡିଓ ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ହଳିୱୁଡ ଫିଲ୍ମର ଏକ ସେଟ୍ ର ଭିଡିଓ ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “ଗୋଟିଏ ଦୁଃଖଦ ଘଟଣା। ଗତ କାଲି ଆମ ପଡ଼ୋଶୀ ଦେଶ ନେପାଲ ରେ ଉଡାଜାହାଜ ଦୁର୍ଘଟଣା ଗ୍ରସ୍ତ ହୋଇଛି |ଯେଉଁଥିରେ କି 76 ଯାତ୍ରୀ ଙ୍କର୍ ମୃତୁ ଘଟିଛି। ଯେଉଁଥିରେ 5 ଜଣ ଭାରତୀୟ ଯାତ୍ରୀ ଥିଲେ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ୟୁଟ୍ୟୁବରେ ୬ ବର୍ଷ ପୂର୍ବରୁ ପୋଷ୍ଟ ହେଇଥିବା ସମାନ ଭିଡିଓ ସମାନକୁ ଆସିଲୁ। ଭିଡିଓ ସହିତ ଦିଆ ଯାଇଥିବା ସୂଚନାରେ କୁହା ଯାଇଛି ଯେ ଏହା ହଲିୱୁଡ ସିନେମାର ୟୁନିଭର୍ସାଲ ଷ୍ଟୂଡିଓର ‘ୱାର ଅଫ୍ ୱାର୍ଲ୍ଡ’ ଫିଲ୍ମର ବିମାନ ଦୁର୍ଘଟଣାର ସେଟ୍ ଅଟେ। 

ଉପରୋକ୍ତ ତଥ୍ୟରୁ ପ୍ରମାଣ ହେଉଛି ଯେ ଭାଇରାଲ ଭିଡିଓ ପୁରୁଣା ଅଟେ। ତେଣୁ ଏହାର ନିକଟରେ ଘଟିଥିବା ନେପାଳର ବିମାନ ଦୁର୍ଘଟଣା ସହିତ କୌଣସି ସମ୍ବନ୍ଧ ଥିବା ସମ୍ଭବ ନୁହେଁ। 

ଆଇଏମଡ଼ିବି ୱେବସାଇଟରେ ଯାଇ ୱାର ଅଫ୍ ଦି ୱାର୍ଲ୍ଡ ସର୍ଚ୍ଚ କରିବା ପରେ ଆମକୁ ଭାଇରାଲ ଭିଡିଓରେ ବିମାନ ଦୁର୍ଘଟଣା ସ୍ଥଳର ଫୋଟୋ ମଧ୍ୟ ମିଳିଲା। ନିମ୍ନରେ ଆପଣ ମାନେ ସେହି ଫୋଟୋ ଗୁଡିକ ଦେଖି ପାରିବେ। 

ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ବ୍ଭାଇରାଲ ଭିଡିଓର ସ୍ଥାନ ଖୋଜି ଭାହାର କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ଏହି ଭାଇରାଲ ଭିଡିଓଆମେରିକାର ୟୁନିଭର୍ସାଲ ଷ୍ଟୁଡିଓ ନିକଟରେ ଅବସ୍ଥିତ। ଏହାକୁ ଆପଣ ମାନେ ନିମ୍ନରେ ଗୁଗୁଲ ମ୍ୟାପ୍ ରେ ମଧ୍ୟ ଦେଖି ପାରିବେ। 

https://www.google.com/maps/@34.1367883,-118.3480094,68a,35y,137.47h,63.26t/data=!3m1!1e3

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ଆମେରିକାର ୟୁନିଭର୍ସାଲ ଷ୍ଟୁଡିଓର ‘ୱାର ଅଫ୍ ଦି ୱାର୍ଲ୍ଡ’ ସିନେମାର ଏକ ସେଟ୍ ଅଟେ। ଏହାର ନେପାଳରେ ଘଟିଥିବା ବିମାନ ଦୁର୍ଘଟଣା ସହିତ କୌଣସି ସମ୍ବନ୍ଧ ନାହିଁ।

Avatar

Title:କ’ଣ ଏହା ନେପାଳରେ ହେଇଥିବା ବିମାନ ଦୁର୍ଘଟଣା ସ୍ଥଳର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *