
ସୋସିଆଲ ମିଡିଆରେ ବୁର୍ଖା ପିନ୍ଧିଥିବା ଜଣେ ମହିଳାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ମହିଳା କହୁଛନ୍ତି ଯେ ତାଙ୍କ ନାମ ଶାଳିନୀ ଉନ୍ନିକୃଷ୍ଣନ ଥିଲା କିନ୍ତୁ ତାଙ୍କର ଜବରଦସ୍ତି ଧର୍ମ ପରିବର୍ତ୍ତନ କରି ତାଙ୍କ ନାମ ଫାଟିମା ବା ରଖା ଯାଇଛି ଏବଂ ବର୍ତ୍ତମାନ ସେ ଆଫଘାନିସ୍ତାନ ରେ ଆଇଏସଆଇଏସ ର ଜଣେ ଆତଙ୍କବାଦୀ ଭାବରେ ଅଛନ୍ତି।
ଭିଡିଓରେ ସେ ଏହା ମଧ୍ୟ କହିଛନ୍ତି ଯେ ସେ କେରଳରେ ନର୍ସ ଥିଲେ। ଏହି ପରି ୩୨୦୦୦ ମହିଳାଙ୍କ ସହ ସମାନ ଘଟଣା ଘଟିଠିଛି ବୋଲି ସେ କହିଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “କେରଳରେ ନିରୀହ ହିନ୍ଦୁ ଝିଅଙ୍କ ଧର୍ମ ପରିବର୍ତନ କରି ଇସଲାମ ମଜହବ୍ ଗ୍ରହଣ କରାଇ ଆତଙ୍କବାଦୀ ବନା ଚାଲିଛି । ହିନ୍ଦୁ ଝିଅଙ୍କୁ ଅନୁରୋଧ ଗୁଗଲ୍ କିମ୍ବା ୟୁଟ୍ୟୁବ୍ ଦ୍ଵାରା ଏହି ବିଷୟରେ ଓ ଲଭ୍ ଜିହାଦ୍ ବିଷୟରେ ଜାଣନ୍ତୁ ଓ ନିଜ ଭଉଣୀ / ସାଙ୍ଗ ମାନଙ୍କୁ ଜଣାନ୍ତୁ ।”
ଆମ ଅନୁସନ୍ଧାନ:
ଭିଡିଓକୁ ଗଭୀରତା ସହିତ ଦେଖିବା ପରେ ଆମେ ଜାଣିଲୁ ଯେ ଭିଡିଓର ଶେଷରେ ‘ଦି କେରଳା ଷ୍ଟୋରି’ ବୋଲି ଉଲ୍ଲେଖ କରା ଯାଇଛି। ଗୁଗୁଲରେ ‘ଦି କେରଳା ଷ୍ଟୋରି’ ସର୍ଚ୍ଚ କରିବା ପରେ ଆମେ ଅନେକ ସମ୍ବାଦ ପ୍ରବନ୍ଧ ପାଇଲୁ ଯେଉଁଥିରେ କୁହା ଯାଇଛି ଯେ ‘ଦି କେରଳା ଷ୍ଟୋରି’ଭିପୁଲ୍ ଅମୃତଲାଲ ଶାହଙ୍କ ଦ୍ଵାରା ନିର୍ଦାଷିତ ଏକ ସିନେମା ଅଟେ। ନିମ୍ନରେ ଆପଣ ମାନେ ଶନଶାଇନ୍ ପିକଚର୍ସ ଦ୍ଵାରା ୩ ନଭେମ୍ବରରେ ୟୁଟ୍ୟୁବରେ ଅପ୍ଲୋଡ ହେଇଥିବା ଦେଖି ପାରିବେ। ଭିଡିଓର କ୍ୟାପସନ୍ ରେ ଉଲ୍ଲେଖ କରା ଯାଇଛି, “କେରଳରେ ୩୨୦୦୦ ମହିଳାଙ୍କ ହୃଦୟ ବିଦାରକ କାହାଣୀ। ଶୀଘ୍ର ଆସୁଛି।”
ଭିଡିଓରେ ଦର୍ଶାଯାଇଛି ଯେ ଅନ୍ତର୍ଜାତୀୟ ସୀମା ସାମ୍ନାରେ ଜଣେ ମୁସଲମାନ ମହିଳା ତାଙ୍କ କାହାଣୀ ବର୍ଣ୍ଣନା କରୁଛନ୍ତି। ଅଭିନେତ୍ରୀ ଅଦା ଶର୍ମା ତାଙ୍କ ଦ୍ଵାରା ଅଭିନୀତ ଚରିତ୍ରରେ କହୁଛନ୍ତି ଯେ ଏହା ପୂର୍ବରୁ ସେ ଶାଲିନି ଉନିକ୍ରିଷ୍ଣନ୍ ଥିଲେ ଏବଂ ନର୍ସ ଭାବରେ ଲୋକଙ୍କ ସେବା କରିବାକୁ ଚାହୁଁଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ ବଳପୂର୍ବକ ଇସଲାମ ଧର୍ମ ଗ୍ରହଣ କରାଯାଇଥିଲା ଏବଂ ତାଙ୍କ ନାମ ଫାତିମା ବା ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଆତଙ୍କବାଦୀ ହେବା ପାଇଁ ତାଙ୍କୁ ଆଇଏସଆଇଏସକୁ ପଠାଯାଇଥିଲା ଏବଂ ଶେଷରେ ସେ ଆଫଗାନିସ୍ତାନ ଜେଲରେ ବନ୍ଦୀ ହୋଇ ରହିଛନ୍ତି।
ଆମେ ଅଦା ଶର୍ମାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ୍ ମଧ୍ୟ ସର୍ଚ୍ଚ କରିଲୁ। ୩ ନଭେମ୍ବରରେ ତାଙ୍କ ଟୁଇଟର ହେଣ୍ଡେଲରେ ଭାଇରାଲ କ୍ଲିପର ପୁରା ଭିଡିଓ ପୋଷ୍ଟ କରିଛନ୍ତି ଯାହା ଆପଣ ମାନେ ନିମ୍ନରେ ଦେଖି ପାରିବେ।
ଏହି ସିନେମା କେରଳର ଧର୍ମ ପରିବର୍ତ୍ତନ ଏବଂ ଆତଙ୍କବାଦ ପ୍ରସଙ୍ଗ ଉପରେ ଆଧାରିତ ଅଟେ। ସିନେମା ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ଲେଖକ-ନିର୍ଦେଶକ ସୁଦିପ୍ତୋ ସେନ ଏକ ବିବ୍ରତ୍ତିରେ କହିଛନ୍ତି, ନିକଟରେ ହୋଇଥିବା ଅନୁସନ୍ଧାନ ଅନୁଯାୟୀ, ୨୦୦୯ ପରଠାରୁ- ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର କେରଳ ଏବଂ ମାଙ୍ଗାଲୋରର ପ୍ରାୟ 32,000 ବାଳିକା ଇସଲାମ ଧର୍ମ ଗ୍ରହଣ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ସିରିଆ, ଆଫଗାନିସ୍ତାନ ଏବଂ ଅନ୍ୟାନ୍ୟ ଆଇଏଏସ ଅଞ୍ଚଳରେ ଅବତରଣ କରିଛନ୍ତି। ଏହି ସବୁ ତଥ୍ୟ ଜାଣି ମଧ୍ୟ ସରକାର କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟନୁଷ୍ଠାନ ନେଉଆ ନାହିଁ କିମ୍ବା ଏହି ବିଷୟରେ ଚିନ୍ତା କରୁ ନାହିଁ।
ତେବେ କ’ଣ ଏହା ସତ୍ୟ ଯେ ୩୨୦୦୦ କେରଳ ହିନ୍ଦୁ ମହିଳାଙ୍କ ଧର୍ମ ପରିବର୍ତ୍ତନ କରା ଯାଇଥିଲା ଏବଂ ତାଙ୍କୁ ଆଇଏସଆଇଏସ ଅଞ୍ଚଳକୁ ପଠାଇ ଦିଆ ଯାଇଥିଲା? ଏହି ବିଷୟରେ ସର୍ଚ୍ଚ କରିଲା ପରେ ଆମକୁ କୌଣସି ବିଶ୍ଵସନୀୟ ରିପୋର୍ଟ ମିଳିଲା ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଗୋଟିଏ ସିନେମାର କ୍ଲିପ୍ କୁ ଲଭ୍ ଜିହାଦର ପ୍ରକୃତ ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

Title:ଗୋଟିଏ ସିନେମାର କ୍ଲିପ୍ କୁ ଲଭ୍ ଜିହାଦର ପ୍ରକୃତ ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।
Fact Check By: Siddharth SahuResult: False
