
ବର୍ତ୍ତମାନ ସୋସିଆଲ ମିଡିଆରେ ସନି ଦେଓଲଙ୍କ ଏକ ଭିଡିଓ ଭାଇରାଲ ହେବରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରସିଦ୍ଧ ଅଭିନେତା ସନି ଦେଓଲ ରାସ୍ତାରେ ଚାଲୁଛନ୍ତି। ସେହି ସମୟରେ ଜଣେ ଅଟୋରିକ୍ସା ଚାଳକ ତାଙ୍କୁ ନିଜ ଗାଡିରେ ବସାଇଲେ। ଦାବି କରା ଯାଉଛି ଯେ ଏହା ମୁମ୍ବଇର ଯୁହୁ ବିଚ୍ ଅଞ୍ଚଳର ଦୃଶ୍ୟ ଅଟେ ଯେଉଁଠାରେ ସନି ଦେଓଲ ମଦ ନିଶାରେ ରାସ୍ତାରେ ଚାଲୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ବିଭ୍ରାନ୍ତକାରୀ ଦାବି ଅଟେ। ସନି ଦେଓଲ ନିଜ ଆସନ୍ତା ଫିଲ୍ମ ସଫରର ଶୁଟିଙ୍ଗ ସମୟରେ ଅଭିନୟ କରୁଛନ୍ତି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “ଜୁହୁ ବିଚ୍ ଇଲାକାରେ ଟଳମଳ ସନି ଦେଓଲ”
ସମାନ ଭିଡିଓ ଆମକୁ ଟୁଇଟରରେ ମଧ୍ୟ ଭାଇରାଲ ହେଇଥିବା ମିଳିଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ସନି ଦେଓଲଙ୍କ ଫ୍ୟାନ୍ କ୍ଳବ୍ ନାମକ ଟୁଇଟର ଏକାଉଣ୍ଟରେ ୬ ଡିସେମ୍ବର ୨୦୨୩ ରେ ପୋଷ୍ଟ ହେଇଥିବା ପାଇଲୁ। ଏହି ଟୁଇଟରେ ଉଲ୍ଲେଖ କରା ଯାଇଛି ଯେ ଏହି ଭିଡିଓ ସନି ଦେଓଲଙ୍କ ଆସନ୍ତା ଫିଲ୍ମ ସଫରର ଶୁଟିଙ୍ଗର ଦୃଶ୍ୟ ଅଟେ।
ଏହି ବିଷୟରେ ଅଧିକ ସର୍ଚ୍ଚ କରିବା ପରେ ଆମକୁ ସନି ଦେଓଲଙ୍କ ଏକ ଟୁଇଟ ମଧ୍ୟ ମିଳିଲା। ଏହି ଟୁଇଟରେ ସେ ଲେଖିଛନ୍ତି, “ମିଥ୍ୟା ଖବରର ସଫର ବାସ୍ ଏତିକି ଦୂର ତକ୍”
ଏହି ଟୁଇଟରେ ସେ ଏକ ଲାମ୍ବା ଭିଡିଓ ପୋସ୍ତ କରିଛନ୍ତି ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି ଯେ ସେଠାରେ ଶୁଟିଙ୍ଗ ଚାଲିଛି।
ଦି ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ସନି ଦେଓଲଙ୍କ ନିଶା ଅବସ୍ଥାରେ ମୁମ୍ବଇର ରାସ୍ତାରେ ଚାଲୁଥିବା ଭିଡିଓ ଭାଇରାଲ ହେବ ପରେ ସେ ସ୍ପଷ୍ଟ କରିଛନ୍ତି ଯେ ତାହା ତାଙ୍କ ଆସନ୍ତା ଫିଲ୍ମ ସଫରର ଶୁଟିଙ୍ଗ ସମୟର ଭିଡିଓ ଅଟେ। ସେ କହିଛନ୍ତି, “ଏହା ଏକ ସୁଟ୍ ର ଭିଡିଓ ରେକର୍ଡିଂ, ପ୍ରକୃତ ଭିଡିଓ ନୁହେଁ। ତେଣୁ ସମସ୍ତେଙ୍କୁ କେବଳ ଆରାମ କରିବା ଉଚିତ୍। ଯଦି ମୁଁ ପିଇବାକୁ ଚାହୁଁଛି ତେବେ ମୁଁ ରାସ୍ତାରେ ଏବଂ ଏକ ଅଟୋ ରିକ୍ସାରେ ପିବି କି? ସତ୍ୟ ହେଉଛି, ମୁଁ ନିଶା କରେ ନାହିଁ। ଏହା ଏକ ପ୍ରକୃତ ଭିଡିଓ ନୁହେଁ ବରଂ ଏକ ଚଳଚ୍ଚିତ୍ର ସୁଟିଂ ଅଟେ।”

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ସନି ଦେଓଲଙ୍କ ଆସନ୍ତା ଫିଲ୍ମର ଶୁଟିଙ୍ଗର ଏକ ରେକର୍ଡିଙ୍ଗକୁ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ କରା ଯାଉଛି। ଏହା ପ୍ରକୃତ ଘଟଣା ନୁହେଁ ଏକ ରେକର୍ଡିଙ୍ଗ ଅଟେ।

Title:କ’ଣ ମୁମ୍ବଇର ରାସ୍ତାରେ ପ୍ରସିଦ୍ଧ ଅଭିନେତା ସନି ଦେଓଲ ମଦ ନିଶାରେ ଚାଲୁଛନ୍ତି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Misleading
