ଟୀକାକରଣ ପାଇଁ ଖାଲି ସିରିଞ୍ଜ ବ୍ୟବହାର କରୁଥିବା ମହିଳାଙ୍କ ଭିଡିଓ ଭାରତର ?

False Social

ସୋସିଆଲ ମିଡିଆରେ କୋରୋନାକୁ ନେଇ ଅନେଖ ଫଟୋ ଏବଂ ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେଉଛି। ଏହି ସମୟରେ କୋରୋନା ଟିକା ଭାରତ ସରକାର ଦ୍ୱାରା ଲୋକମାନଙ୍କୁ ଦିଆଯାଉଥିବା ସମୟରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତିକୁ କୋରୋନା ଟିକା ଲଗାଯାଉଛି। କିନ୍ତୁ ଇଞ୍ଜେକ୍ସନ୍ ରେ ଭାକ୍ସିନ ନାହିଁ। ଖାଲି ଇଞ୍ଜେକ୍ସନ୍ ବ୍ୟକ୍ତି ଜଣକ ଶରୀରରେ ଦିଆ ଯାଇଛି। ଭାଇରାଲ ଭିଡିଓଟି ଭାରତର ବୋଲି ଦାବି କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

1 ମେରେ ରେ Purna Chandra Mishra   ନାମକ ନାମକ ଜଣେ ବ୍ୟକ୍ତି ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, କୋରୋନା ମହାମାରି ସମୟରେ ମଧ୍ୟ ଲୋକମାନେ ଭ୍ରଷ୍ଟାଚାର କରୁଛନ୍ତି। ଲୋକଙ୍କୁ ସଚେତନ କରିଛି ଯେ, କୋରୋନା ଟିକା ନେବା ସମୟରେ ଦେଖିକି ନବ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ କୋରୋନା ମହାମାରି ସମୟରେ କୋରୋନା ଟିକା ଦେବାରେ ଏପରି ଅବ୍ୟବସ୍ଥା କରଯାଉଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। El Tiempo ପେଜରେ ଭାଇରାଲ ଫଟୋ ପାଇଲୁ। ଯାହାକି ଏକ ସ୍ପେନର ମିଡିଆ ଅଟେ। ଭଇରାଲ ଫଟୋ ସହ ଖବର 4 ଏପ୍ରିଲ୍ 2021 ରେ ପ୍ରକାଶିତ କରାଯାଇଛି। ସ୍ପାନିଶରେ ରିପୋର୍ଟର ହେଡଲାଇନକୁ ଅନୁବାଦ କରି ପଢ଼ିଲୁ। ଖବରରେ ଲେଖାଯାଇଚି ଯେ, ‘ମେକ୍ସିକୋରେ, ଖାଲି ସିରିଞ୍ଜ ମାମଲାରେ ଅସନ୍ତୋଷ ଦେଖା ଦେଇଛି। 

ରିପୋର୍ଟ ଅନୁଯାୟୀ, ଭିଡିଓରେ ଥିବା ବ୍ୟକ୍ତି ମେକ୍ସିକୋ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସିକ୍ୟୁରିଟି (MISS) ସହିତ ଏକ ସ୍ୱେଚ୍ଛାସେବୀ ଥିଲେ। ଭିଡିଓରେଥିବା ନର୍ସ ବୟସ୍କଙ୍କୁ ଖାଲି ସିରିଞ୍ଜରେ ଇଞ୍ଜେକ୍ସନ ଦେଇଥିବା  ମାମଲା ସାମ୍ନାକୁ ଆସିବା ପରେ ତାଙ୍କୁ ତାଙ୍କ ସେବାରୁ ହଟାଇ ଦିଆଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- El TiempoArchive

4 ଏପ୍ରିଲରେ Mexican Institute of Social Security (IMSS) ଟ୍ୱିଟ କରିଥିବାର ପାଇଲୁ। ଯେଉଁଥିରେ ସେମାନେ ଏହି ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସ୍ପାନୀୟ ଭାଷାରେ ଟୁଇଟ୍ କୁ ଅନୁବାଦ କଲେ ଲେଖାଯାଇଛି ଯେ, ‘ନ୍ୟାସନାଲ ପଲିଟେକ୍ନିକ୍ ଇନଷ୍ଟିଚ୍ୟୁଟ୍ ର ନ୍ୟାସନାଲ୍ ସ୍କୁଲ୍ ଅଫ୍ ବାୟୋଲୋଜିକାଲ୍ ସାଇନ୍ସେସ୍ ଠାରେ ଗତକାଲିର ଟୀକାକରଣ ଅଧିବେଶନରେ ଘଟିଥିବା ଘଟଣାଗୁଡ଼ିକ ସଂପର୍କରେ, #SEDESA ଏବଂ @Tu_IMSS ଯାହା ଘଟିଲା ସେଥିପାଇଁ ଦୁଃଖିତ । ପ୍ରକାଶ ଯେ, ଭିଡିଓ ଭାଇରାଲ ପରେ  ବ୍ୟକ୍ତି ଜଣଙ୍କୁ ତାଙ୍କ ପରିବାରର ଉପସ୍ଥିତିରେ ସଠିକ୍ ଭାବେ ଟୀକା ଦିଆଯାଇଥିଲା।  ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

4 ଏପ୍ରିଲରେ El Universal ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପୋଷ୍ଟ ହୋଇଥିବାର ମଧ୍ୟ ପାଇଲୁ। ଏଠାରେ ଲେଖାଯାଇଛି ଯେ, ଭିଡିଓରେ ଦେଖାଯାଉଥିବା ନର୍ସଙ୍କୁ ନିଲମ୍ବିତ କରାଗଲା। ସେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ମିଥ୍ୟା ଟୀକାକରଣ କରୁଥିବାର ଧରା ପଡ଼ିଛନ୍ତି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। େ

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ନର୍ସଟି ମିଥ୍ୟା ଟିକା କରଣ କରିଥିବା ଦାବିରେ ଭାଇରାଲ ଭିଡିଓ ଭାରତର ନୁହେଁ। ଭାଇରାଲ ଭିଡିଓ ମେକ୍ସିକୋର ଅଟେ।

Avatar

Title:ଟୀକାକରଣ ପାଇଁ ଖାଲି ସିରିଞ୍ଜ ବ୍ୟବହାର କରୁଥିବା ମହିଳାଙ୍କ ଭିଡିଓ ଭାରତର ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *