କ’ଣ ଅମିତ ଶାହ କହିଛନ୍ତି ଯେ ବିଜେପି କ୍ଷମତାକୁ ଆସିବା ପରେ ଏସସି, ଏସଟି ଏବଂଓବିସି ସଂରକ୍ଷଣକୁ ରଦ୍ଦ କରିବ? ଜାଣନ୍ତୁ ସତ୍ୟତା। 

Altered Political

ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଅମିତ ଶାହ କହୁଛନ୍ତି, “ଯଦି ପୁଣିଥରେ ବିଜେପି ସରକାର ଗଠନ ହୁଏ, ତେବେ ଆମେ ଅସାମ୍ବିଧାନିକ ଏସସି, ଏସଟି ଏବଂ ଓବିସି ସଂରକ୍ଷଣକୁ ରଦ୍ଦ କରିବୁ”

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ଏଡିଟେଡ୍ ଭିଡିଓ ଅଟେ। ଅମିତ ଶାହା ଏସସି, ଏସଟି ଏବଂ ଓବିସି ସଂରକ୍ଷଣ ବିଷୟରେ ନୁହେଁ, “ମୁସଲମାନମାନଙ୍କ ପାଇଁ ଅସାମ୍ବିଧାନିକ ସଂରକ୍ଷଣ” ରଦ୍ଦ କରିବା ବିଷୟରେ କହୁଥିଲେ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଟାଇମ୍ସ ନାଓ ର ୟୁଟ୍ୟୁବ ଚ୍ୟାନାଲରେ ୨୪ ଏପ୍ରିଲ୍ ୨୦୨୩ ରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। କ୍ୟାପ୍ସନ୍ ରେ ଲେଖା ହେଇଛି, “ଅମିତ ଶାହା ତେଲେଙ୍ଗାନାରେ ‘ଅସାମ୍ବିଧାନିକ’ ମୁସଲିମ କୋଟାକୁ ସ୍କ୍ରାପ୍ କରିବାକୁ ପ୍ରତିଶୃତି ଦେଇଛନ୍ତି

ଉପରୋକ୍ତ ଭିଡିଓର ୧.୨୪ ମିନିଟ ରୁ ୧.୫୫ ମିନିଟ ସମୟ ମଧ୍ୟରେ ଆପଣ ମାନେ ଭାଇରାଲ କ୍ଲିପ୍ ଦେଖିପାରିବେ। କିନ୍ତୁ ଏହି ଭିଡିଓରେ ଅମିତ ଶାହ କହିଛନ୍ତି, “ଯଦି ବିଜେପି ସରକାର ଗଠନ ହୁଏ, ତେବେ ଆମେ ଅସାମ୍ବିଧାନିକ ମୁସଲମାନ ସଂରକ୍ଷଣକୁ ରଦ୍ଦ କରିବୁ। ତେଲେଙ୍ଗାନାର ଏସସି, ଏସଟି ଏବଂ ଓବିସି ସମ୍ପ୍ରଦାୟ ଏହି ସୁଯୋଗ ପାଇବାକୁ ଯୋଗ୍ୟ ଏବଂ ମୁସଲିମ ସଂରକ୍ଷଣକୁ ସମାପ୍ତ କରି ସେମାନଙ୍କୁ ସମାନ ଅଧିକାର ପ୍ରଦାନ କରାଯିବ

ଭିଡିଓର ବର୍ଣ୍ଣନା ଅନୁଯାୟୀ, “ତେଲେଙ୍ଗାନାରେ ଏକ ରାଲିକୁ ସମ୍ବୋଧିତ କରି ଅମିତ ଶାହ ପ୍ରତିଶୃତି ନେଇଛନ୍ତି ଯେ ଯଦି ଦଳ କ୍ଷମତାକୁ ଆସେ ତେବେ ରାଜ୍ୟରେ ମୁସଲମାନ ସଂରକ୍ଷଣକୁ ବର୍ଜନ କରା ଯିବ। ମୁସଲମାନମାନଙ୍କ ପାଇଁ ସଂରକ୍ଷଣକୁ “ଅସାମ୍ବିଧାନିକ” ବୋଲି କହି ଅମିତ ଶାହା କହିଛନ୍ତି ଯେ ଏହି ବ୍ୟବସ୍ଥା କେବଳ ଏସସି / ଏସଟି ଏବଂ ଓବିସିର ଅଟେ। ତାଙ୍କ ମନ୍ତବ୍ୟରେ ଶାସକ BRS ଏବଂ AIMIM ର ମୁଖ୍ୟ ଆସାଦୁଦ୍ଦିନ ଓୱାଇସିଙ୍କ ତୀବ୍ର ପ୍ରତିକ୍ରିୟା ଆମନ୍ତ୍ରଣ କରିଛି।

ନିମ୍ନରେ ଆପଣ ମାନେ ଭାଇରାଲ ଏବଂ ମୂଳ ଭିଡିଓର ତୁଳନା ଦେଖି ପାରିବେ। 

ସିଦ୍ଧାନ୍ତ

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ଏଡିଟେଡ୍ ଅଟେ। ଅମିତ ଶାହ ନିଜ ଭାଷଣରେ କହି ନାହାଁନ୍ତି ଯେ ବିଜେପି କ୍ଷମତାକୁ ଆସିବା ପରେ ଏସସି, ଏସଟି ଏବଂ ଓବିସି ର ସଂରକ୍ଷଣକୁ ରଦ୍ଦ କରିବ। ସେ କହିଛନ୍ତି ଯେ ମୁସଲମାନଙ୍କ ସଂରକ୍ଷଣ ରଦ୍ଦ କରି ସେହି ସୁବିଧା ଏସସି, ଏସଟି ଏବଂ ଓବିସି ଲୋକଙ୍କୁ ଦିଆ ଯିବ।

Avatar

Title:କ’ଣ ଅମିତ ଶାହ କହିଛନ୍ତି ଯେ ବିଜେପି କ୍ଷମତାକୁ ଆସିବା ପରେ ଏସସି, ଏସଟି ଏବଂଓବିସି ସଂରକ୍ଷଣକୁ ରଦ୍ଦ କରିବ? ଜାଣନ୍ତୁ ସତ୍ୟତା।

Written By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *