ବିଜେପି ନେତାଙ୍କ ସମର୍ଥକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷର ଭିଡିଓକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

False Political

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଉତ୍ତପ୍ତ ପରିବେଶରେ ଉତ୍ତର ପ୍ରଦେଶର ଲୋକମାନେ ବିଜେପି ନେତାଙ୍କ ଗାଡି ଭାଙ୍ଗିଥିବାର ବିରୋଧ ପ୍ରଦର୍ଶନ କରୁଥିବା ଦାବିରେ ଏକ ଭିଡିଓ ସେୟାର କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ଭିଡିଓରେ ଦେଖାଯାଇଥିବା ସଂଘର୍ଷ ଦୁଇ ବିଜେପି ନେତାଙ୍କ ସମର୍ଥକଙ୍କ ମଧ୍ୟରେ ଚାଲିଛି। ସାଧାରଣ ଲୋକଙ୍କ ଦ୍ୱାରା ସେମାନଙ୍କ ଗାଡି ଉପରେ ଆକ୍ରମଣ କରାଯାଇ ନଥିଲା।

Odisha Youth Congress ନାମକ ଏକ ଫେସବୁକ ପେଜରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ୟୁପି ବିଧାନସଭା ନିର୍ବାଚନର ଧାରା ଆସିବା ଆରମ୍ଭ କରିଛି …ବିଜେପି ନେତାମାନଙ୍କୁ ସ୍ୱାଗତ କରାଯାଉଛି। ଲୋକମାନେ ବିଜେପି କନଭେନ ଦ୍ୱାରା ଘେରି ରହିଥିବା ଗାଡି ଭାଙ୍ଗିଥିଲେ, ନେତାମାନେ ଜୀବନ ରକ୍ଷା କରିବାକୁ ଦୌଡିଥିଲେ।  

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 2000ଥର ସେୟାର କରାଯିବା ସହ ପୋଷ୍ଟକୁ 80 କମେଣ୍ଟ ଏବଂ 1000ରୁ ଅଧିକ ଲାଇକ ମିଳିଛି। ତଳେ ପୋଷ୍ଟର ଆର୍କାଇଭ ଲିଙ୍କ ଦେଖନ୍ତୁ।

ତେବେ କଣ ବିଧାନସଭା ନିର୍ବାଚନ ମଧ୍ୟରେ ଉତ୍ତର ପ୍ରଦେଶର ଲୋକମାନେ ବିଜେପି ନେତାଙ୍କ ଗାଡି ଭାଙ୍ଗିଥିବାର ବିରୋଧ ପ୍ରଦର୍ଶନ କରୁଥିବାର ଭିଡିଓ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ –

ଅନୁସନ୍ଧାନ ଆରମ୍ଭରେ  ଭାଇରାଲ ଭିଡିଓକୁ ବିଭିନ୍ନ ଗୁଗିୁଲ ସର୍ଚ୍ଚ ସାହାର୍ଯ୍ୟରେ ସର୍ଚ୍ଚ କରିଲୁ। ଆମକୁ UP Tak ନାମକ ଏକ ଚ୍ୟାନେଲରେ ଭାଇରାଲ ଭିଡିଓ ମିଳିଲା। ଯାହାକି 8 ଡିସେମ୍ବରରେ ପ୍ରକାଶିତ  କରାଯାଇଛି।  ପ୍ରକାଶିତ ଖବର ଅନୁସାରେ ଦୁଇ ବିଜେପି ନେତାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।  ଉତ୍ତରପ୍ରଦେଶର ପିନାହାଟ ସହରର ନନ୍ଦାଗାୱା ଛକ ନିକଟରେ ରାଜା ଆରିଦମନ ସିଂ ଏବଂ ସୁଗ୍ରୀବ ସିଂ ଚୌହାନଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ ଏବଂ ମାମଲା ଏତେ ଗୁରୁତର ହୋଇଥିଲା ଯେ ସେମାନଙ୍କ ମଧ୍ୟରେ ମାଡ଼ ଏବଂ ପଥର ଫିଙ୍ଗାଫିଙ୍ଗି କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହା ପରେ ଆମକୁ inKhabar ପେଜରେ ମଧ୍ୟ ଭାଇରାଲ ଭିଡିଓ ମିଳିଲା। ଯାହାକି 7 ଡିସେମ୍ବର 2021ରେ ପୋଷ୍ଟ କରାଯାଇଛି। ପ୍ରକାଶିତ ଖବରରେ ଲେଖାଯାଇଛି ଯେ,  ଆଗ୍ରା ଠାରେ  ବିଜେପିର ଦୁଇ ବଡ ନେତାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପୂର୍ବତନ ମନ୍ତ୍ରୀ ଆରିଦମନ ସିଂଙ୍କ ସମର୍ଥକଙ୍କ ସହ ପୂର୍ବତନ ବ୍ଲକ ମୁଖ୍ୟ ସୁଗ୍ରିଭ ସିଂ ଚୌହାନଙ୍କ ମଧ୍ୟରେ ମାଡ଼ ମିରବା ପରେ ପରଶ୍ପରକୁ ପଥର ଫିଙ୍ଗି ଥିଲା। ଏଥିରେ ସୁଗ୍ରିଭ ଚୌହାନ ପାର୍ଶ୍ୱର ପ୍ରାୟ 6 ରୁ 7 ଗାଡି ନଷ୍ଟ ହୋଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

AJTAK ରେ ପ୍ରକାଶିତ ଖବର ଅନୁଯାୟୀ, ପୂର୍ବତନ ମନ୍ତ୍ରୀ ଅରିଦମନ ସିଂ ଏବଂ ଆଗ୍ରା ର ବାହା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ଟିକେଟ୍ ପାଇବା ପାଇଁ ପୂର୍ବତନ ବ୍ଲକ ମୁଖ୍ୟ ସୁଗ୍ରିଭ ସିଂ ଚୌହାନଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏହି ସମୟରେ ଅରିଦାମାନ ସିଂ ତାଙ୍କ ସମର୍ଥକଙ୍କ ସହ ପିନାହାଟ ଟାଉନରୁ ଜନ-ଜାଗ୍ରନ ସମାବେଶ କରିଥିଲେ; କିନ୍ତୁ ନନ୍ଦାଗାୱା ଛକ ଠାରେ ତାଙ୍କ ସହ ସୁଗ୍ରୀବ ସିଂଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପ୍ରଥମେ ସେମାନଙ୍କୁ ଦୁର୍ବ୍ୟବହାର କରାଯାଇଥିଲା ଏବଂ ପରେ ପଥର ଫିଙ୍ଗିବା ଆରମ୍ଭ ହୋଇଥିଲା। ପୋଲିସ ଖବର ପାଇବା ମାତ୍ରେ ସେମାନେ ନିଜ ଫୋର୍ସ ପଠାଇ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଏହି ଘଟଣାର ତଦନ୍ତ କରୁଥିବା ପୋଲିସ କହିଛି।

ଡିସେମ୍ବର 7 ରେ ଆଗ୍ରା ପୋଲିସ ମଧ୍ୟ ଟୁଇଟ୍ କରି ସେଠାରେ ଏସପି ବିକାଶ କୁମାର କହିଛନ୍ତି ଯେ ପିନାହାଟ ଅଞ୍ଚଳରେ ଆଗ୍ରାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି ଯେଉଁଥିରେ କିଛି ଗାଡି ନଷ୍ଟ ହୋଇଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭିଡିଓ ଫୁଟେଜ ହାସଲ କରାଯାଇଛି ଏବଂ ପ୍ରମାଣ ସଂଗ୍ରହ ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭିଡିଓ ଭାଇରାଲ ହେବା ସହିତ ଦିଆଯାଇଥିବା ଦାବି ମିଥ୍ୟା ଅଟେ। ଭିଡିଓରେ ଦେଖାଯାଇଥିବା ସଂଘର୍ଷ ଦୁଇ ବିଜେପି ନେତାଙ୍କ ସମର୍ଥକଙ୍କ ମଧ୍ୟରେ ଚାଲିଛି। ସାଧାରଣ ଲୋକଙ୍କ ଦ୍ୱାରା ସେମାନଙ୍କ ଗାଡି ଉପରେ ଆକ୍ରମଣ କରାଯାଇ ନଥିଲା।

Avatar

Title:ବିଜେପି ନେତାଙ୍କ ସମର୍ଥକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷର ଭିଡିଓକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *