କ’ଣ ଏହି ଭିଡିଓରେ ଭାରତ ଯୋଡ଼ ଯାତ୍ରା ସମେରେ କଂରେଶ ଦଳ ନେତା ମାନେ ମଦ୍ୟପାନ କରିଛନ୍ତି? ଜାଣନ୍ତୁ ସତ୍ୟ। 

False Political

କେରଳର ଦକ୍ଷିଣ ଜିଲ୍ଲା ଠାରୁ ଉତ୍ତର ଜିଲ୍ଲା ପର୍ଯ୍ୟନ୍ତ ଭାରତ ଯୋଡ଼ ଯାତ୍ରା ଜାରି ରହିଛି। ନିକଟରେ ଏର୍ନାକୁଲମ ଜିଲ୍ଲାରେ ଯାତ୍ରା ଚାଲିଥିଲା।

ଯାତ୍ରା ସମେର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ବ୍ୟକ୍ତି ମାନେ ରେଷ୍ଟୁରାଣ୍ଟରୁ ବାହାରୁଛନ୍ତି। ଏହି ବ୍ୟକ୍ତି ମାନଙ୍କ ମଧ୍ୟରେ ରାହୁଲ ଗାନ୍ଧୀ ମଧ୍ୟ ଥିଲେ। ଦାବି ଅନୁଯାୟୀ କଂରେଶ ନେତା ମାନେ ଭାରତ ଯୋଡ଼ ଯାତ୍ରା ସମେରେ ମଦ୍ୟପାନ କରି ହୋଟେଲରୁ ଫେରୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନୁସନ୍ଧାନରୁ ଜଣାପଡିଛି ଯେ ଓଚିରା ଜିଲ୍ଲାର ମାଲାବାର ହୋଟେଲରେ ଜଳଖିଆ ଖାଇବା ପରେ କଂଗ୍ରେସ ନେତାଙ୍କ ଭିଡିଓକୁ ମିଥ୍ୟା ତଥ୍ୟ ସହ ପ୍ରଚାର କରାଯାଉଛି।

କ’ଣ କୁହା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, କେରଳ ରେ ଭାରତ ଯୋଡ ଆନ୍ଦୋଳନ ର ଏକ ଝଲକ, ହୋଟେଲ ରୁ ଢକଲମ କାମ ସାରି ଫେରୁଛନ୍ତି କଂଗ୍ରେସ କର୍ମୀମାନେ। ଫୁଲ୍ ପାୱାର ପ୍ଲସ ପଡ଼ିଲେ ଭାରତ ଯୋଡ଼ିବେ। ରାହୁଲ ଜୀ ମଧ୍ୟ ହୋଟେଲ ରୁ ଫେରୁଛନ୍ତି, ଇଏ ହେଉଛି ଦେଶକୁ ସ୍ୱାଧିନ କରିଥିବା କଂଗ୍ରେସ ଦଳ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଅଚାର ଜିଲ୍ଲାର ମାଲାବାର ହୋଟେଲ ଏବଂ ପୂର୍ବତନ କାର୍ଯ୍ୟକର୍ତ୍ତାଅଂସାରଙ୍କ ସହିତ ଯୋଗାଯୋଗ କରିଲୁ। ସେ ଆମକୁ ସୂଚନା ଦେଲେ ଯେ, “ଆମେ ମଧ୍ୟ ଏହା ଲକ୍ଷ କରିଛୁ ଯେ ଏହି ଭିଡିଓଟି କଂଗ୍ରେସ ନେତା ମାନେ ମଦ୍ୟପାନ କରୁଥିବା ଦାବି ସହିତ ଭାଇରାଲ ହେଉଛି, ଯାହା ସମ୍ପୁର୍ଣ୍ଣ ଭାବରେ ମିଥ୍ୟା ଅଟେ। ସଖାଲେ ପ୍ରାୟ ୭.୩୦ ସମେରେ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ନେତା ମାନେ ଏଠାକୁ ଜଳଖିଆ ଖାଇବାକୁ ଆସିଥିଲେ। ଆମର ହୋଟେଲର ସିସିଟିଭି ରେ ଏହାର ଫୁଟେଜ୍ ରେକର୍ଡ ଅଛି। ଏହି ହୋଟେଲ ଜଣସାଧାରଣ ଲୋକଙ୍କ ଖାଇବାର ଏକ ସାଧାରଣ ହୋଟେଲ ଅଟେ। ଏଠାରେ ମଦ୍ୟପାନ କରିବାର ଅନୁମତି ନାହିଁ। ଏଇ ହୋଟେଲରେ ମଦ ମଧ୍ୟ ବିକ୍ରି କରା ଯାଏ ନାହିଁ। ଭିଡିଓରେ ଦେଖା ଯାଉଥିବା ସ୍ଥାନ ହୋଟେଲର ପ୍ରବେଶ ସ୍ଥାନ। ସେଠାରେ ଗୋଟିଏ ଛୋଟ ସିଢି ଅଛି। ଅନେକ ଲୋକେ ଯିଏ ହୋଟେଲ ଆସିଥିଲେ ସେହି ସିଢିରେ ଝୁଣ୍ଟିଆ ପଡୁଥିଲେ। ଏହା ଏକ କାରଣ ହୋଇପାରେ ଯେ ସୋସିଆଲ ମିଡିଆରେ ମିଥ୍ୟା ଦାବି ସହିତ ଭିଡିଓ ଭାଇରାଲ ହେଉଛି। କଂଗ୍ରେସ କର୍ମୀ ମାନେ ଜଳଖିଆ କରିବାକୁ ଆସିଥିବା ସମେର ଫୋଟୋ ଆମେ ନେଇଛୁ।”

ନିମ୍ନରେ ଆପଣ ମାନେ ହୋଟେଲ ମାଳୀ ଅଂସାରଙ୍କ ଦ୍ଵାରା ଆମ ସହିତ ସେୟାର କରା ଯାଇଥିବା ଫୋଟୋ ଦେଖି ପାରିବେ। 

ଏହା ସହିତ ହୋଟେଲ ମାଲିକ ଅଂସାର ଆମ ସହିତ ଗୋଟିଏ ଭିଡିଓ ମଧ୍ୟ ସେୟାର କରିଛନ୍ତି 

ଭାଇରାଲ ଭିଡିଓରେ କେପିସିସି ରାଜନୈତିକ କମିଟି ସଦସ୍ୟ ଏବଂ କଂଗ୍ରେସ ନେତା ଓକିଲ ଏମ.ଳିଯୁ ଦେଖିବାକୁ ମିଲିଛନ୍ତି। ତାଙ୍କ ସହିତ ଯୋଗାଯୋଗ କରିଲା ପରେ ସେ ଆମକୁ କହିଛନ୍ତି ଯେ, “ଏହା ଏକ ନିମ୍ନସ୍ତରୀୟ ପ୍ରଚାର। ଯେତେବେଳେ ଆମେ ହୋଟେଲ ପହଞ୍ଚି ଥିଲୁ ସେତେବେଳେ ପ୍ରାୟ ସଖାଳ ୭ ତ ସମେ ହୋଇଥିଲା। ଯେପରି ଆପଣ ଫୁଟେଜରେ ଦେଖିପାରିବେ ସେଠାରେ ଏକ ସିଢି ଅଛି। କଥାବାର୍ତ୍ତା କରି ବାହାରକୁ ଆସିବା ସମେରେ କେହି ଏତେ ଧ୍ୟାନ ଦିଅନ୍ତି ନାହିଁ। କୌଣସି ବ୍ୟକ୍ତି ଏହି କଥାରେ ବିଶ୍ଵାସ କରିବ ନାହିଁ ଯେ ଏତେ ପ୍ରସିଦ୍ଧ ଯାତ୍ରା ସମେରେ ଯାହାକୁ ଗଣମାଧ୍ୟମ ସଦା ବେଳେ କଭର କରୁଛି, ସେଥିରେ ଯୋଗଦାନ ଦେଇଥିବା ନେତା ମାନେ ଏପରି ଖୋଲା ସ୍ଥାନରେ ମଦ୍ୟପାନ କରିବେ।”

ଭାରତ ଯୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ କର୍ମୀମାନେ ଓଚିରାର ଜିଲାର ମାଲାବାର ହୋଟେଲକୁ ଜଳଖିଆ ଖାଇବାକୁ ଯାଇଥିଲେ ଏବଂ ଭୋଜନ ପରେ ପ୍ରକାଶିତ ଭିଡିଓ ସୋସିଆଲ ମିଡିଆରେ ମିଥ୍ୟା ତଥ୍ୟ ସହିତ ପ୍ରଚାର କରାଯାଉଥିବା ଜଣାପଡିଛି।

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ସମ୍ପୁର୍ଣ୍ଣ ଭାବରେ ମିଥ୍ୟା ଅଟେ। କେରଳର ଓଚିରା ଜିଲ୍ଲାର ମାଲାବାର ହୋଟେଲରେ ଜଳଖିଆ ଖାଇବା ପରେ କଂଗ୍ରେସ ନେତାଙ୍କ ଭିଡିଓକୁ ମିଥ୍ୟା ତଥ୍ୟ ସହ ପ୍ରଚାର କରାଯାଉଛି। ଭିଡିଓରେ କୌଣସି ନେତା ମଦ୍ୟପାନ କରି ହୋଟେଲରୁ ଫେରୁ ନାହାଁନ୍ତି। 

Avatar

Title:କ’ଣ ଏହି ଭିଡିଓରେ ଭାରତ ଯୋଡ଼ ଯାତ୍ରା ସମେରେ କଂରେଶ ଦଳ ନେତା ମାନେ ମଦ୍ୟପାନ କରିଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *