
ପ୍ରତ୍ଯେକ ଦିନ କୋରୋନା ସଂଖ୍ୟା ବୃଦ୍ଧି ପାଉଛି। ଭାରତରେ ମଧ୍ୟ କୋରୋନା ସଂଖ୍ୟା ୨ ଲକ୍ଷ ଟପି ସାରିଲାଣି। ଗତ ୩ ଦିନ ମଧ୍ୟରେ ୮୦୦୦ ରୁ ଅଧିକ ଲୋକଙ୍କ ଆକ୍ରାନ୍ତ ହେଇ ଥିବା ଶୁଣିବାକୁ ମିଳିଛି। ଭାରତରେ କୋରୋନା ଆକ୍ରାନ୍ତ କେସ ସବୁ ଠାରୁ ବେସୀ ମାହାରାଷ୍ଟ୍ର ରେ ଦେଖିବା କୁ ମିଳିଛି। ଖବର ଅନୁଯାୟୋ ମାହାରାଷ୍ଟ୍ରରେ ୭୦୦୦୦ ଠାରୁ ଅଧିକ କେସ ଅଛି। ଲୋକେ ଚିକିତ୍ସା ପାଇଁ କଲ ବଳ ହେଲା ବେଳକୁ ପ୍ରଶାସନ ଲୋକଙ୍କ ସାହାଜ୍ଯ କରିବା ରେ ଲାଗିଛି। ହେଲେ ଏହା ମଧ୍ୟରେ କିଛି ଏପରି ଖବର ଦେଖିବା କୁ ମିଳିଛି ଯେଉଟା ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।
୩୦ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋସ୍ତ କରି ଡାନୀ କରିଛନ୍ତି ଯେ ଦିଲ୍ଲୀ ସରକାରୀ ହସ୍ପିଟାଲରେ କୋରୋନା ମୃତ ରୋଗୀ ଏବଂ ଅନ୍ୟ କୋରୋନା ରୋଗୀଙ୍କ ଏକାଠି ଚିକିତ୍ସା ହେଉଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ଆଉ କିଛି ମହିଳା ମାନେ ହସ୍ପିଟାଲର ଦୃଶ୍ୟ ବର୍ଣନା କରୁଛନ୍ତି। ସେମାନେ କହୁଛନ୍ତି ଯେ ସାମନାରେ କିଛି ମୃତ ଶରୀର ଅଛି, ରୋଗୀ ତଳେ ସୋଇଛନ୍ତି ଏବଂ ସେହି ରୋଗୀଙ୍କ ପାଖରେ ଅଳିଆ ପଡ଼ିଛି। ଜଣେ ମହିଳା କହୁଛନ୍ତି କାଲୀ ସନ୍ଧ୍ୟାରୁ ଗୋଟିଏ ଶବ ହସ୍ପିଟାଲ ରେ ପଡ଼ିଛି ଏବଂ ଆଉ ଗୋଟିୟର ଶବ ୪ ଘଣ୍ଟା ରୁ ସେମିତି ପଡ଼ିଅଛି। କେହି ହସ୍ପିଟାଲ କର୍ମଚାରୀ ଏହି ଶବ ବାହାର କରୁ ନାହାନ୍ତି। ଡାକ୍ତର ମାନେ ରୋଗୀଙ୍କ ଚିକିତ୍ସା କରିବା ପାଇଁ ପଛ ଗୁଞ୍ଚା ଦେଉଛନ୍ତି। ଅଳିଆ ଉଠାଇବା ପାଇଁ ମଧ୍ୟ କିଏ ଆସୁ ନାହାନ୍ତି। ଅଳିଆ ଉଠାଇବା ପାଇଁ କହିଲେ ହସ୍ପିଟାଲ କର୍ମଚାରୀ ଲୋକଙ୍କୁ ନିଜେ ସଫା କରିବା ପାଇଁ କହୁଛନ୍ତି। ଏହି ହସ୍ପିଟାଲ ରେ ସାମାଜିକ ଦୂରତା ପାଳନ କରା ଯାଉ ନାହିଁ ବୋଲି ଜଣେ ମହିଳା କହୁଛନ୍ତି।
ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆନେ ଏହି ଭିଡିଓ କୁ ଗୁଗୁଲ ଇନଭିଡ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ୨୭ ମେ ରେ ଜଣେ ଟୁଇଟର ୟୁଜର ଦ୍ଵାରା ଟୁଇଟ କରା ଯାଇଥିବା ଏହି ଭିଡିଓ ମିଳିଲା। ସେ ଏହି ଭିଡିଓ ଟୁଇଟ କରି କହିଛନ୍ତି ଯେ ଯେଉଁ ପ୍ରକାରରେ ମାହାଭାରତ ରେ ଦୁର୍ଯୋଧନ ଦ୍ରୌପଦୀଙ୍କ ବସ୍ତ୍ର ହରଣ କରିଥିଲା, ସେହି ପରି ସରକାର ପୁରା ମାହାରାଷ୍ଟ୍ରର ହରଣ କରୁଛି। KEM ହସ୍ପିଟାଲ ରେ କୋରୋନା ରୋଗୀ ତଳେ ସୋୟୀଥିଲା ବେଳେ ମୃତ ଲୋକଙ୍କ ଶବ କୁ କ୍ଷତ ଉପରେ ରକ୍ଷା ଯାଇଅଛି। ହସ୍ପିଟାଲ ରେ ସ୍ବଚ୍ଛତା ମଧ୍ୟ ନାହିଁ।
ଉପର ଟୁଇଟର ପୋଷ୍ଟ ଦେଖିଲା ପରେ ଆମେ ୟୁଟ୍ୟୁବ ରେ ଯାଇ “KEM ହସ୍ପିଟାଲ ଡେଡ ବୋଡି” ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ନ୍ୟୁଜ ନେସନ ନାମକ ନ୍ୟୁଜ ଛେନାଲ ଦ୍ଵାରା ୟୁଟ୍ୟୁବରେ ପ୍ରସାରିତ ହେଇଥିବା ଏହି ଭିଡିଓ ମିଳିଲା। ୨୯ ମେ ୨୦୨୦ ରେ ପ୍ରସାରିତ ହେଇଥିବା ଏହି ଭିଡିଓ ତଳେ ଲେଖା ଯାଇଅଛି ଯେ ମୁମ୍ବାଇ KEM ହସ୍ପିଟାଲର ଖରାବ ହାଲତ ଅଛି, ରୋଗୀ ତଳେ ସୋଇଥିଲା ବେଳେ ଶବ କ୍ଷତ ଉପରେ ଅଛି।
ଏହା ପରେ ଆମେ ଟୁଇଟରରେ ଯାଇ ମୁଖ୍ୟ ଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଆମ୍ ଆଦ୍ମି ପାର୍ଟିର ଅଫିସିଆଲ ଟୁଇଟର ହେଣ୍ଡେଲ ରେ ଗୋଟିଏ ଟୁଇଟ ମିଳିଲା। ଏହି ଟୁଇଟରେ ଲେଖା ଯାଇଅଛି ଯେ ପୋଷ୍ଟ କରା ଯାଇ ଥିବା ଭିଡିଓ ଦିଲ୍ଲୀ ହସ୍ପିଟାଲର ଦୃଶ୍ୟ ନୁହେଁ। ଏହି ଭିଡିଓଟି ମୁମ୍ବାଇର KEM ହସ୍ପିଟାଲର ଅଟେ। ୨୭ ମେରେ ବିଜେପି ନେତା ରାମ କଦମ ପ୍ରଥମେ ଏହି ଭିଡିଓ ପୋଷ୍ଟ କରିଛନ୍ତି। ଏହି ଟୁଇଟର୍ରେ ଲୋକଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ ବୋଲି ଅନୁରୋଧ କରା ଯାଇଅଛି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ ମୁମ୍ବାଇ KEM ହସ୍ପିଟାଲର ଦୃଶ୍ୟ ଅଟେ। ଏହି ଭିଡିଓର ଦିଲ୍ଲୀ ସରକାରୀ ହସ୍ପିଟାଲ ସହିତ କୌଣସି ସମ୍ବନ୍ଧ ନାହିଁ। ଆମ୍ ଆଦ୍ମି ପାର୍ଟି ନିଜ ଅଫିସିଆଲ ଟୁଇଟର ହେଣ୍ଡେଲରେ ଟୁଇଟ କରି ଏହି କଥା ସ୍ପଷ୍ଟ କରିଛି ଏବଂ ଲୋକଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ ବୋଲି ମଧ୍ୟ ଅନୁରୋଧ କରିଛି।
Title:କ’ଣ କୋରୋନା ମୃତ ଲୋକଙ୍କ ମଧ୍ୟରେ କୋରୋନା ରୋଗୀଙ୍କ ଚିକିତ୍ସା ହେଉଥିବା ଦୃଶ୍ୟ ଦିଲ୍ଲୀ ସରକାରୀ ହସ୍ପିଟାଲ ଅଟେ?
Fact Check By: Siddharth SahuResult: False

