ପ୍ରବଳ ବର୍ଷା ପରେ ବେଙ୍ଗାଲୁରୁ ସହରର ରାସ୍ତାରେ ଦେଖିବାକୁ ମିଳିଛି କୁମ୍ଭୀର। କେତେ ସତ୍ୟ ଏହି ଘଟଣା?

False Social

ପ୍ରବଳ ବର୍ଷା କାରଣରୁ ବେଙ୍ଗାଲୁରୁ ସହର ପାଣିରେ ବୁଡି ରହିଛି ଏହା ଫଳରେ ସହରରେ ଲୋକଙ୍କୁ ଅନେକ ଅସୁବିଧା ଏବଂ ସମସ୍ଯାର ସାମନା କରିବାକୁ ପଡୁଛି। ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ବେଙ୍ଗାଲୁରୁ ସହରର ପରିସ୍ଥିତି ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। 

ଏହା ମଧ୍ୟରେ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଦେଖିବାକୁ ଇଲିଛି ଯେ ରାସ୍ତାରେ ପଣି ଜମି ରହିଥିବା ବେଳେ ସେଠାରେ ଏକ କୁମ୍ଭୀର ବୁଲୁଛି। ସୋସିଆଲ ମିଡିଆ ବ୍ୟବହାର କାରୀ ମାନେ ଦାବି କରିଛନ୍ତି ଯେ ଏହି ଦୃଶ୍ୟ ବେଙ୍ଗାଲୁରୁ ସହରର ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ହେଉଥିବା ଭିଡିଓ ବେଙ୍ଗାଲୁରୁ ସହରର ନୁହେଁ ବରଂ ମଧ୍ୟପ୍ରଦେଶର ଶିବପୁର ସହରର ଅଟେ। 

କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?

୬ ସେପ୍ଟେମ୍ବରରେ ନନ୍ଦିଘୋଷ ଟିଭି ନିଜ ଫେସବୁକ ପେଜରେ ଭିଡିଓ ସେୟାର କରି ଦାବି କରିଛି ଯେ ବେଙ୍ଗାଲୁରୁରେ ବର୍ଷା ସାଙ୍ଗକୁ କୁମବିରର ଭୟ। ରାସ୍ତା ଉପରେ ଭାରି ରହିଥିବା ପାଣିରେ ବୁଲୁଛି କୁମ୍ଭୀର। 

Facebook | Archive

ଆମ ଅନୁସନ୍ଧାନ: 

ୟୁଟ୍ୟୁବର ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଫଳାଫଳରେ ଆମକୁ ୧୬ ଅଗଷ୍ଟ ୨୦୨୨ ରେ ଇଟିଭି ଦ୍ଵାରା ପ୍ରସାରିତ ଏକ ଭିଡିଓ ମିଳିଲା। 

ଏହି ରିପୋର୍ଟ ଅନୁଯାୟୀ, ପାଣିରେ ବୁଲୁଥିବା କୁମ୍ଭୀରର ଏହି ଭିଡିଓ ମଧ୍ୟପ୍ରଦେଶର ଶିବପୁର ଜିଲ୍ଲାର ଏକ ଅଞ୍ଚଳର ଅଟେ। ଶିବପୁର ଜିଲ୍ଲାର ପୁରୁଣା ବସଷ୍ଟାଣ୍ଡ ନିକଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ମାଧବ ନେସନାଲ୍ ପାର୍କର ଉଦ୍ଧାରକାରୀଙ୍କୁ ଘଟଣା ସ୍ଥଳକୁ ଡାକରା ଦିଆ ଯାଇଥିଲା ଏବଂ ଅନେକ ଉଦ୍ୟମ ପରେ କୁମ୍ଭୀରକୁ ଧାରା ଯାଇଥିଲା। ଏହା ପରେ କୁମ୍ଭୀରଟିକୁ ସଂଖ୍ୟା ସାଗର ହ୍ରଦରେ ଛଡା ଯାଇଥିଲା। 

୧୭ ଅଗଷ୍ଟର ନ୍ୟୁଜ୍ ୧୮ ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଗୋଟିଏ ୮ ଫୁଟ୍ ଲାମ୍ବା କୁମ୍ଭୀର ରାସ୍ତାରେ ଜମିଥିବା ପାଣିରେ ବୁଲୁଥିବା ଦେଖି ସେଠିକାର ସ୍ଥାନୀୟ ଲୋକେ ଭୟଭୀତ ହୋଇଥିଲେ। କୁମ୍ଭୀରକୁ ଦେଖି ସ୍ଥାନୀୟ ଲୋକେ ଅଧିକାରୀ ମାନଙ୍କୁ ସୂଚିତ କରିଥିଲେ। ମାଧବ ନେସନାଲ୍ ପାର୍କ ଅଧିକାରୀ ମାନେ ଆସି କୁମ୍ଭୀରକୁ ଉଦ୍ଧାର କରି ନିକଟରେ ଥିବା ସଂଖ୍ୟା ସାଗର ହ୍ରଦରେ ତାକୁ ଛାଡି ଥିଲେ। 

Archive

ହିନ୍ଦୁସ୍ଥାନ ଟାଇମସ ମଧ୍ୟ ଏହି ଘଟଣା ଜଡିତ ଏକ ଭିଡିଓ ନିଜ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ କରିଛି। ଭିଡିଓ ସହିତ ଉଲ୍ଲେଖ କରା ଯାଇଛି ଯେ ଘଟଣାଟି ୧୪ ଅଗଷ୍ଟ ଦିନ ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଗାଟିଥିଲା। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ବେଙ୍ଗାଲୁରୁ ସହରର ନୁହେଁ ବରଂ ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାର ଅଟେ। ଏହି ଭିଡିଓର ସମ୍ପ୍ରତ୍ତି ସମୟରେ ବେଙ୍ଗାଲୁରୁର ବନ୍ୟା ପରିସ୍ଥିତି ସହିତ କୌଣସି ସମ୍ବନ୍ଧ ନାହିଁ।

Avatar

Title:ପ୍ରବଳ ବର୍ଷା ପରେ ବେଙ୍ଗାଲୁରୁ ସହରର ରାସ୍ତାରେ ଦେଖିବାକୁ ମିଳିଛି କୁମ୍ଭୀର। କେତେ ସତ୍ୟ ଏହି ଘଟଣା?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *