ସାଇକେଲ ଚାଳକଙ୍କ ଉପରେ ଚିତାବାଘ ଆକ୍ରମଣର ଭିଡିଓ ଦେହରାଡୁନ୍-ରିଷିକେଶ ରାଜପଥର ନୁହେଁ ଆସାମର ଅଟେ। 

False Social

ନାମିବିଆରୁ ଭାରତକୁ 8 ଟି ଚିତା ଆସିବା ସହିତ ସୋସିଆଲ ମିଡିଆରେ ଏହାର ଚର୍ଚ୍ଚା ଲାଗି ରହିଛି। ଏଥିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲେଗିଛି , ଯେଉଁଥିରେ ଜଣେ ସାଇକେଲ ଚାଳକ ଉପରେ ବାଘ ଆକ୍ରମଣ କରୁଥିବାର ଦେଖିବାକୁ ମୁଳୁଛି। ଭିଡିଓ ସହ ଦାବି କରାଯାଇଛି ଯେ, ଏହି ଭିଡିଓଟି ଉତ୍ତରାଖଣ୍ଡର ଦେହରାଡୁନ୍ ରିଷିକେଶ ରାଜପଥର ଅଟେ।

Argus News ଭାଇରାଲ ଭିଡିଓ ପୋଷ୍ଟରେ ଲେକାଯାଇଛି ଯେ, ଜାତୀୟ ରାଜପଥ । ଗାଡି ଯାଉଛି । ପଛରେ ଗୋଟେ ନାଲି କାର ଆଉ ତା ସାଇଡରେ ସାଇକେଲ୍ । ବ୍ୟକ୍ତି ଜଣଙ୍କ କୌଣସି କାର୍ଯ୍ୟରେ ଦ୍ରୁତ ଗତିରେ ସାଇକେଲ ନେଇ ଯାଉଛନ୍ତି । ହେଲେ ହଠାତ୍ ଏ କଣ ହେଉଛି ନଜର ପକାନ୍ତୁ… ଏହି ଭିଡିଓ ଉତ୍ତରାଖଣ୍ଡର ଦେହରାଡୁନ୍ ରିଷିକେଶ ରାଜପଥର ଅଟେ।

ଫେସବୁକଆର୍କାଇଭ

ଅନୁସନ୍ଧାନ-

ଭିଡିଓ ପ୍ରକୃତରେ କେଉଁ ଜାଗାର ତାହା ଜାଣିବା ପାଇଁ ,ଆମେ ଭିଡିଓର ଫୋଟୋକୁ ରିଭର୍ସ ଇମେଜ କରି ସନ୍ଧାନ କରିଥିଲୁ। ANI ୟୁଟ୍ୟୁବରେ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ।  ANI ଅନୁଯାୟୀ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଏକ ଚିତାବାଘ ଜଣେ ସାଇକେଲ ଚାଳକ ଉପରେ ଆକ୍ରମଣ କରିଥିଲା। 

ଏହି ଘଟଣା 19 ଜାନୁଆରୀ 2022 ରେ ହାଲଡିବାରୀ ପଶୁ କରିଡରରେ ଘଟିଥିଲା ।  ତେବେ ଜୁନ୍ ମାସରେ ଏହି ଭିଡିଓ ଭାଇରାଲ ହୋଇଥିଲା। ଏହି ଆକ୍ରମଣର ଭିଡିଓ କାଜିରଙ୍ଗା ଜାତୀୟ ଉଦ୍ୟାନ ପ୍ରାଧିକରଣ ଦ୍ୱାରା ସ୍ଥାପିତ ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଖବର ଅନୁଯାୟୀ ସାଇକେଲ ଚାଳକ ଏହି ଆକ୍ରମଣରେ କୌଣସି ବଡ଼ ଆଘାତ ହୋଇନାହାଁନ୍ତି।

ଦି ଇଣ୍ଡିପେଣ୍ଡେଣ୍ଟ ଅନୁଯାୟୀ, ସେହି ସମୟରେ ପାର୍କ ରେଞ୍ଜରମାନେ ଯାତ୍ରୀମାନଙ୍କୁ ଉକ୍ତ ଅଞ୍ଚଳରେ ଯାନବାହନ ଚଳାଚଳ ନକରିବାକୁ ଅନୁରୋଧ କରିଥିଲେ ଏବଂ ରାସ୍ତାଟି ଏକ ଜଙ୍ଗଲ ଅଞ୍ଚଳରେ ବୋଲି ଚେତାବନୀ ଦେଇଥିଲେ।

ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଦେହରାଡୁନ୍  କୌଷିକେଶ ରାଜପଥରେ ଚିତାବାଘ କିମ୍ବା ବାଘ ଆକ୍ରମଣର ଖବର ନାହିଁ।

ଶେଷକଥା

ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଚିତାବାଘ ସାଇକେଲ ଚାଳକଙ୍କୁ ଆକ୍ରମଣ କରୁଥିବା ଭିଡିଓ ଦେହରାଡୁନ୍-ରିଷିକେଶ ରାଜପଥରୁ ନୁହେଁ। ବାସ୍ତବରେ ଏହା ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନର ଏକ ପୁରୁଣା ଭିଡିଓ। 

Avatar

Title:ସାଇକେଲ ଚାଳକଙ୍କ ଉପରେ ଚିତାବାଘ ଆକ୍ରମଣର ଭିଡିଓ ଦେହରାଡୁନ୍-ରିଷିକେଶ ରାଜପଥର ନୁହେଁ ଆସାମର ଅଟେ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *