
ଉତ୍ତରପ୍ରଦେଶର ହାଥରସ ଘଟଣା ଘଟିଲା ପରେ ସୋସିଆଲ ମିଡିଆରେ ଅନେକ ଦୁଷ୍କର୍ମ ସମ୍ବନ୍ଧୀୟ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୋଟିଏ ଭିଡିଓ ସାମନାକୁ ଆସିଛି। ଏହି ଭିଡିଓର ଅନୁସନ୍ଧାନ କରିଲା ପରେ ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। ଆସନ୍ତୁ ଜାଣିବା ପ୍ରକୃତରେ ସତ୍ୟଟି କ’ଣ।
ପୋଷ୍ଟରେ କରା ଯାଇଥିବା ଦାବି:
୧୧ ଅକ୍ଟୋବରରେ ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଜଣସାଧାରଣ ଲୋକେ ଗୋଟିଏ ଲୋକକୁ ବସ୍ତରହୀନ ଅବସ୍ତାରେ ବାନ୍ଧି ଟାଣି ନେଇ ଯାଉଛନ୍ତି। କିଛି ସମୟ ପରେ ଲୋକେ ବସ୍ତରହୀନ ଲୋକକୁ ବାଡ଼ିରେ ମାରୁ ଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓ ପୋଷ୍ଟ କରି ଦାବି କରା ଯାଇଅଛି ଯେ ଆସାମର ଜଣସାଧାରଣ ଲୋକେ ଗୋଟିଏ ଦୁଷ୍କର୍ମ ଦୋଷୀକୁ ଦଣ୍ଡ ଦେଉଛନ୍ତି।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ବିଭିନ୍ନ ମୁଖ୍ୟସ୍ଗାବ୍ଦ ଦେଇ ଏହି ଭିଡିଓ ବିଷୟରେ ଗୁଗୁଲରେ ସର୍ଚ କରିଲୁ। ସରଚି କରିଲା ପରେ ଆମକୁ ୧୨ ମାର୍ଚ ୨୦୧୫ ମସୁହାରେ ହେଡ୍ଲାଇନ୍ସ ଟୁଡେର ୟୁଟ୍ୟୁବ ଚ୍ୟାନାଲରେ ଗୋଟିଏ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ କୁହା ଯାଇଅଛି ଯେ ୧୮ ସେପ୍ଟେମ୍ବର ୨୦୧୪ ମସିହାରେ ନାଗାଲାଣ୍ଡର ମେଲୁରି ସହରରେ ଜଣେ ନାବାଳିକା ସହିତ ଦୁଷ୍କର୍ମ କରିଥିବା ଦୋଷୀକୁ ସ୍ଥାନୀୟ ଲୋକେ ସର୍ବସାଧାରଣ ସ୍ଥାନରେ ଲଟକାଇ ତାକୁ ମାରି ଦେଲେ। ୧୭ ସେପ୍ଟେମ୍ବର ୨୦୧୪ ମସିହାରେ ଜଣେ ନାବାଳିକା ନିଖୋଜ ହେଇଥିବା କଥା ସାମନାକୁ ଆସିଥିଲା ଏବଂ ପରଦିନ ସେହି ନାବାଳିକା ମରୁତ ଶରୀର ଗୋଟିଏ ଜଙ୍ଗଲରେ ମିଳି ଥିଲା। ଦୁଷ୍କର୍ମ କରିଥିବା ବ୍ୟକ୍ତି ନାବାଳିକାର ପଡ଼ୋଶୀ ଥିଲା। ଦୋୟ ଖସି ପଳେଈ ଯାଉଥିବା ଚେଷ୍ଟା କରିଥିବା ସମୟରେ ଲୋକେ ତାକୁ ଧରି ଥିଲେ ଏବଂ ପୋଲିସ କୁ ଗିରଫ କରିବା ଅନୁମତି ଦେଲେ ନାହିଁ। ଏହା ବାବଦ ଲୋକେ ପୋଲିସକୁ ପୋଷ୍ଟ ମୋର୍ଟେମମ ପାଇଁ ମଧ୍ୟ ଦୋଷୀର ମରୁତ ଶରୀର ନେବା ଅନୁମତି ଦେଲେ ନାହିଁ।
ଏହି ବିଷୟନେଇ ଆହୁରି ଗଭୀର ଗବେଷଣା କରିଲା ପରେ ଆମକୁ ୧୨ ମାର୍ଚ ୨୦୧୫ ମସିହାରେ ଦି ଇଣ୍ଡିଆନ ଏକ୍ସପ୍ରେସ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ ଏହି ବିଷୟରେ ତଥ୍ୟ ମିଳିଲା। ଏହି ଅଣୁଚ୍ଛେଦରେ କୁହା ଯାଇଅଛି ଯେ ୨୦୧୪ ମସିହାରେ ନାଗାଲାଣ୍ଡର ଫେକ୍ ଜିଲ୍ଲାର ମେଲୁରି ଅଞ୍ଚଳରେ ବୋବୀ ସିଂହ ନାମକ ଜେନ ବ୍ୟକ୍ତିଙ୍କୁ ଦୁଷ୍କର୍ମ ଅଭିଯୋଗ ଲଗାଇ ସ୍ଥାନୀୟ ଲୋକେ ତାର ହତ୍ୟା କରି ସର୍ବସାଧାରଣ ସ୍ଥାନରେ ତାଙ୍କର ଶରୀର ଲଟକାଇ ଦେଇ ଥିଲେ। ନାଗାଲାଣ୍ଡ ପୁଲିସ କହିବା ଅନୁଯାୟୀ ଏହି ଘାଟଣା ନେଇ ମାମଲା ରୁଜୁ କରା ଯାଇଅଛି କିନ୍ତୁ କେହି ମଧ୍ୟ ଗିରଫ ହେଇ ନାହାନ୍ତି। ସୂଚନା ଉତ୍ସ ଅନୁସାରେ ୧୭ ସେପ୍ଟେମ୍ବେ ୨୦୧୪ ମସିହାରେ ୧୧ ବର୍ଷୀୟ ନାବାଳିକା ନିଖୋଜ ହେଇଥିଲା। ପରଦିନ ସଖାଳ ସମୟରେ ନାବାଳିକାର ମରୁତ ଶରୀର ଗୋଟିଏ ଜଙ୍ଗାଳରେ ମିଳିଥିଲା।

ଶେଷକଥା:
ଆମ ଅନୁସନ୍ଧାରୁ ପ୍ରମାଣ ହେଲା ଯେ ପୋଷ୍ଟ କରା ଯାଇଥିବା ଭିଡିଓ ନାଗାଲାଣ୍ଡର ଫେକ୍ ଜିଲ୍ଲାର ମେଲୁରି ଅଞ୍ଚଲର ଘଟନା ଅଟେ। ଏହି ଘଟଣା ସେପ୍ଟେମ୍ବର ୨୦୧୪ ମସିହାରରେ ଘଟିଥିଲା। ଏହି ଭିଡିଓ ଆସାମରେ ଘଟିଥିବା ଦାବି ସମ୍ପୂର୍ଣ ଭାବରେ ମିଥ୍ୟା ଅଟେ।

Title:କ’ଣ ଭିଡିଓରେ ଘଟୁଥିବା ଦୃଶ୍ୟ ଆସାମ ଦୁଷ୍କର୍ମ ଦୋଷୀଙ୍କୁ ମାରୁ ଥିବା ଦ୍ରୁଶ୍ଯ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False