କୋରୋନା ରୋଗରେ ପିଡ଼ିତ ଡାକ୍ତର ମୁବାଶିର ଅହମ୍ମଦଙ୍କ ଭିଡିଓକୁ ସ୍ୱର୍ଗୀୟ ପାକିସ୍ତାନୀ ଡାକ୍ତର ଉମାସା ରିୟାଜରଙ୍କ ନାମରେ ଭାଇରାଲ କରାଯାଉଛି।

Coronavirus False Social

କୋରୋନା ଭାଇରସରେ ଲୋକଙ୍କ ମୃତ୍ୟୁ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି। ଏଥିମଧ୍ୟରେ ପାକିସ୍ତାନର ଜଣେ ଡାକ୍ତର ଉମାସା ରିୟାଜଙ୍କ କୋରୋନା ଭାଇରସରେ ମୃତ୍ୟୁ ହୋଇଛି। ଏଥି ପାଇଁ ସୋସିଆଲ ମିଡ଼ିଆରେ ଡାକ୍ତରଙ୍କ ଶ୍ରଦ୍ଧାଞ୍ଜଳିରେ ଲୋକମାନେ ପୋଷ୍ଟ କରୁଛନ୍ତି। Dilip mohanti ନାମକ ଜଣେ ଫେସବୁକ ୟୁଜର ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଜଣେ କୋରୋନା ରୋଗି କୋରୋନା କେତେ ମାହାମାରି ଅଟେ ସେ ବିଷୟରେ କହୁଛନ୍ତି। ଭିଡିଓରେ ପିଡ଼ିତଙ୍କ ସ୍ଥିତି ଗଂଭିର ଥିବାର ଜଣା ପଢୁଛି। ଭାଇରାଲ ଭିଡିଓରେ ପିଡ଼ିତ ଜଣକ ମାସ୍କ ପିନ୍ଧିଥିବାରୁ ତାଙ୍କ ମୁହଁ ଦେଖା ଯାଉନାହିଁ। ଫେସବୁକ ଯୁଜର ଜଣକ ଦାବି କରିଛନ୍ତି ଯେ, ଭାଇରାଲ ଭିଡ଼ିଓରେ ଥିବା ବ୍ୟକ୍ତି ପାକିସ୍ତାନି ଡାକ୍ତର ଉମାସା ରିୟାଜ ଅଟନ୍ତି। ସେ ତାଙ୍କ ମୃତ୍ୟୁ ପୂର୍ବରୁ ଏହି ଭିଡ଼ିଓ ବନାଇଥିଲେ। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 808 କମେଣ୍ଟ ମିଳିବା ସହ 5 ହଜାର ଉପରେ ଲାଇକ କରା ଯାଇଛି। ଏହା ସହ ଭାଇରାଲ ଭଇଡିଓକୁ 16 ହଜାର ଉପରେ ସେୟାର କରିଯାଇଛି। ତେଳେ ପୋଷ୍ଟ ଦେଖନ୍ତୁ।

ଏଠାରେ ପୋଷ୍ଟର Archive  ଲିଙ୍କ ଦେଖନ୍ତୁ।

ତେବେ ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ପାକିସ୍ତାନି ଡାକ୍ତର ଉମାସା ରିୟାଜ ଅଟନ୍ତି ନା ନାହିଁ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡ଼ରେ ପକାଇ ଇମେଜରେ ଭାଙ୍ଗିଲୁ। ଏହା ପରେ ଭାଇରା ଇମେଜକୁ ଗୁଗୁଲରେ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଭାଇରାଲ ଭିଡ଼ିଓ ଉମାସା ରିୟାଜର ବୋଲି ଦାବି କରାଯାଉଥିବାର ମିଳିଲା। ଏହା ପରେ ଆମକୁ ଟ୍ୱିଟର ଆକାଣ୍ଟରେ Sajid hassan khan ନାମକ ଜଣେ ୟୁଜର ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ବିଷୟରେ ସ୍ପଷ୍ଟ କରିଛନ୍ତି। ୟେ ଲେଖିଛନ୍ତି ଯେ, ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ଡାକ୍ତର ଉମାସା ରିୟାଜ ନୁହଁ ବରଂ ତାଙ୍କ ସାଙ୍ଗ Mubashir Ahmad ଅଟନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-TwitterArchive

ଏହା ପରେ ଆମେ Mubashir Ahmad ଙ୍କ ବିଷୟରେ ଜାଣିବା ପାଇଁ ଫେସବୁକରେ ସର୍ଚ କରିଲୁ। ଫେସବୁକରେ ଆମକୁ ମୁବାଶିର ଏହମଦର ଫେସବୁକ ଆକାଉଣ୍ଟ ମିଳିଲା, ଯେଉଁଥିରେ ସେ  22 ମାର୍ଚ୍ଚରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ଏହା ପରେ 25 ମାର୍ଚ୍ଚରେ ସେ ଅନ୍ୟ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ, କୋରୋନା ରୋଗ ସହ ଲଢ଼ୁଥିବା ସମୟରେ ମୁଁ ଯେଉଁ ଭିଡିଓ କରିଥିଲି ତାକୁ ପାକିସ୍ତାନର ସ୍ୱର୍ଗୀୟ ଡାକ୍ତର ଉସାମା ରିୟାଜ ନାମରେ ଭାଇରାଲ କରା ଯାଉଛି। ମୋର ନାମ ଡ଼.  ମୁବାଶିର ଅହମ୍ମଦ। ମୁଁ ମଧ୍ୟ ପାକିସ୍ତାନରୁ କିନ୍ତୁ ବର୍ତ୍ତମାନ ବ୍ରିଟେନରେ ଡାକ୍ତର ଭାବେ କାମ କରେ।  ସେଲିବ୍ରିଟି ଏବଂ ଭାରତୀୟ ଲୋକଙ୍କ ସମେତ ପାକିସ୍ଥାନ, ବାଂଲାଦେଶ ଏବଂ ଭାରତର ଲୋକମାନେ ମୋର ଅନୁମତି ବିନା ମୋର ଭିଡିଓ କୁ ସ୍ୱର୍ଗୀୟ ଡାକ୍ତର ଉସାମା ରିୟାଜଙ୍କ ନାମରେ ପୋଷ୍ଟ କରିଛନ୍ତି । ମୁଁ ଚାହୁଁଛି ଏହି ସମୟରେ ଲୋକମାନେ ଶାନ୍ତ ରୁହନ୍ତୁ ଏବଂ ଭୟଭୀତ ହୁଅନ୍ତୁ ନାହିଁ ଏବଂ ଆମ ସମାଜରେ ଦୁର୍ବଳତା ପାଇଁ ଦୟାକରି ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରନ୍ତୁ। ଭିଡିଓର ଶେଷରେ ସେ ତାଙ୍କ ମାସ୍କ ଖୋଲି ଦେଖେଇଥିଲେ। ଜାହାକି ଡାକ୍ତର ଉସାମା ରିୟାଜଙ୍କ ଫୋଟୋ ସହ ମିସୁ ନାହିଁ।  ତଳେ ଭିଡିଓର ଲିଙ୍କ ଦେଖନ୍ତୁ।

ଆମେ ପାକିସ୍ତାନର ଡାକ୍ତର ଉସାମା ରିୟାଜଙ୍କ ଫୋଟୋକୁ ଡାକ୍ତର  ମୁବାଶିର ଅହମ୍ମଦଙ୍କ ଫୋଟୋ ସହ ବିଷ୍ଲେଶଣ କରିଲୁ କିନ୍ତୁ ଦୁଇଟି ଯାକ ଫୋଟୋ ଭିନ୍ନ ଅଟେ। ତଳେ ଫୋଟୋ ଦେଖନ୍ତୁ।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡିଓ ପାକିସ୍ତାନୀ ଡାକ୍ତର ଉମାସା ରିୟାଜର ନୁହେଁ ବରଂ ୟୁକେରେ କାମ କରୁଥିବା ପାକିସ୍ତାନୀ ଡାକ୍ତର  ମୁବାଶିର ଅହମ୍ମଦଙ୍କର ଅଟେ। ସେ କୋରୋନା ସଂକ୍ରମଣରେ ଗତ କିଛି ଦିନ ହେଲା ପିଡ଼ିତ ଥିଲେ। ଏବେ ସମ୍ପୁର୍ଣ୍ଣ ସ୍ୱସ୍ଥ ଅଛନ୍ତି।

Avatar

Title:କୋରୋନା ରୋଗରେ ପିଡ଼ିତ ଡାକ୍ତର ମୁବାଶିର ଅହମ୍ମଦଙ୍କ ଭିଡିଓକୁ ସ୍ୱର୍ଗୀୟ ପାକିସ୍ତାନୀ ଡାକ୍ତର ଉମାସା ରିୟାଜରଙ୍କ ନାମରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *