
କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଏଥିରେ ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ କହିଛନ୍ତି ଯେ ୫୦ ଏବଂ ୧୫ କୁ ଯୋଡିଲେ କରିଲେ ଫଳଟି ୭୩ ହୋଇଥାଏ। ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ରାହୁଲ ଗାନ୍ଧୀଙ୍କୁ ପରିହାସ କରୁଛନ୍ତି।
ଭାଇରାଲ ଭିଡିଓ ସହିତ ଜଣେ ଲେଖିଛନ୍ତି, “ଅଟା ଲିଟର ୫୦ + ୧୫ = ୭୩”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଭାଇରାଲ ଭିଡିଓର ଅସଲି ମୂଳ ଭିଡିଓ କଂଗ୍ରେସ ଦଳର ଅଫିସିଆଲ ଫେସବୁକ ଏକାଉଣ୍ଟରେ ପୋଷ୍ଟ ହେଇଥିବା ପାଇଲୁ। ଆପଣ ମାନେ ଏହି ଭିଡିଓର ୧୯ ମିନିଟ ସମୟରେ ଭାଇରାଲ କ୍ଲିପ୍ ଦେଖି ପାରିବେ। ଏଥିରେ ରାହୁଲ ଗାନ୍ଧୀ କହିଛନ୍ତି ୫୦, ୧୫ ଏବଂ ୮ ଯୋଡିଲେ ୭୩ ହୁଏ।
ସମାନ ଭିଡିଓ ଆମକୁ ରାହୁଲ ଗାନ୍ଧୀଙ୍କର ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ମଧ୍ୟ ୮ ଫେବ୍ରୁଆରି ରେ ପ୍ରସାରିତ ହେଇଥିବା ମିଳିଲା। ଖବର ଅନୁଯାୟୀ, ରାହୁଲ ଗାନ୍ଧୀଙ୍କର ଏହି ଭାଷଣ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଚତ୍ତିସଗଡର ରାୟଗଡରେ ଆୟୋଜିତ ହୋଇଥିବା ଏକ ସଭାରେ କହିଥିଲେ।
ମୂଳ ଭିଡିଓରେ ରାହୁଲ ଗାନ୍ଧୀ ଦେଶରେ ଜାତିସଂଘ ଜନଗଣନା ବିଷୟରେ କହିଛନ୍ତି, “ଓଡ଼ିଶାରେ ଜଣେ ସାମ୍ବାଦିକ ମୋତେ ପଚାରିଥିଲେ ଯେ ରାହୁଲ ଜୀ, ଆପଣ ଜାତି ଜନଗଣନା ବିଷୟରେ କହୁଛନ୍ତି। ଆପଣ ପ୍ରତ୍ୟେକ ଭାଷଣରେ କହୁଛନ୍ତି ଯେ ପଛୁଆ ଲୋକମାନେ ସେମାନଙ୍କର ଅଧିକାର ପାଇବା ଉଚିତ୍। ଦଳିତ ଓ ଆଦିବାସୀମାନେ ଅଧିକାର ପାଇବା ଉଚିତ, ଏହା ଦେଶକୁ ବିଭାଜନ କରୁନାହିଁ କି? ” ଯେଉଁଥିରେ ରାହୁଲ ଗାନ୍ଧୀ କହିଛନ୍ତି, “ମୁଁ ତାଙ୍କୁ ଆଉ ଏକ ପ୍ରଶ୍ନ ପଚାରିଥିଲି ଯେ ଏହି ସାମ୍ବାଦିକ ସମ୍ମିଳନୀରେ ଅନେକ ସାମ୍ବାଦିକ ଏବଂ କ୍ୟାମେରାମ୍ୟାନ୍ ଆସିଛନ୍ତି। ସଂପୂର୍ଣ୍ଣ ସିଷ୍ଟମ୍ ହେଉଛି … ଏହି ବ୍ୟବସ୍ଥାରେ କେତେ ଆଦିବାସୀ ଏବଂ ପଛୁଆ ଲୋକ ଅଛନ୍ତି? ଜାତୀୟ ଗଣମାଧ୍ୟମରେ କେତେ ଖବରକାଗଜ ମାଲିକ ପଛୁଆ, ଦଲିତ ଏବଂ ଆଦିବାସୀ ଶ୍ରେଣୀର ଅଟନ୍ତି?
“ମୁଁ ତାଙ୍କୁ କହିଲି ଦେଶର ଅତିକମରେ ୫୦% ପଛୁଆ ବର୍ଗର ଅଟନ୍ତି। ଏହା କେହି ଜାଣନ୍ତି ନାହିଁ କାରଣ ନରେନ୍ଦ୍ର ମୋଦୀ ୨୦୧୧ ରେ ପ୍ରସ୍ତୁତ କରିଥିବା ପରିସଂଖ୍ୟାନକୁ ସାର୍ବଜନୀନ କରିନାହାଁନ୍ତି। କିନ୍ତୁ କୁହାଯାଏ ୫୦ ରୁ ୫୫% ଲୋକ ପଛୁଆ ବର୍ଗର ଅଟନ୍ତି | ୧୫% ହେଉଛି ଦଲିତ ଏବଂ ୮ ପ୍ରତିଶତ ଆଦିବାସୀ। ଏହା କେତେ ହୋଇଗଲା… ମୋତେ କୁହ ୫୦, ୧୫ ଏବଂ ୮ ଯୋଡିଲେ ୭୩ ହୋଇଗଲା”
ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓ ଏବଂ ମୂଳ ଭିଡିଓ ମଧ୍ୟରେ ତୁଳନା ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ମୂଳ ଭିଡିଓକୁ ଏଡିଟ୍ କରି ତାହାର ଏକ ଛୋଟ ଅଂଶକୁ ବିଭ୍ରାନ୍ତକାରୀ ଦାବି ସହିତ ସେୟାର କରା ଯାଉଛି। ମୂଳ ଭିଡିଓରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ୫୦, ୧୫ ଏବଂ ୮ କୁ ଯୋଡିଲେ ୭୩ ହେଉଛି।

Title:କ’ଣ ରାହୁଲ ଗାନ୍ଧୀ ନିଜ ଭାଷଣରେ କହିଛନ୍ତି ଯେ ୫୦ ଏବଂ ୧୫ ଯୋଡିଲେ ୭୩ ହୁଏ? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Altered
