ଭାଇରାଲ ଭିଡିଓରେଥିବା ପିଲା ଭାରତ ରତ୍ନା ପଣ୍ଡିତ ଭୀମସେନ ଯୋଶୀଙ୍କ ନାତି ବିରାଜ ଯୋଶୀ କି?

False Social

ସୋସିଆଲ ମିଡିଆରେ ଜଣେ ପିଲା ଗୀତ ଗାଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦାବି କରାଯାଇଛି ଯେ, ଭିଡିଓରେଥିବା ପିଲା ଭାରତ ରତ୍ନା ପଣ୍ଡିତ ଭୀମସେନ ଯୋଶୀଙ୍କ ନାତି ବିରଜ ଯୋଶୀ ଅଟନ୍ତି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ। ଭାଇରାଲ୍ ଭିଡିଓରେ ଦେଖାଯାଇଥିବା ପିଲା ହେଉଛି ସିଲିଗୁରି ଭିତ୍ତିକ ଆର୍ଯ୍ୟ ବାନିକ୍। 

4 ସେପ୍ଟେମ୍ବର ରେ Prithwi Nath Mukharji ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପଣ୍ଡିତ ଭୀମସେନ ଯୋଶୀଙ୍କ ନାତି ବିରଜ ଯୋଶୀ ମା ସରସ୍ୱତୀଙ୍କ ସହିତ ଆଶୀର୍ବାଦ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ। 

ତେବେ କଣ ଭାଇରାଲ ଭିଡିଓରେ ଭାରତ ରତ୍ନା ପଣ୍ଡିତ ଭୀମସେନ ଯୋଶୀଙ୍କ ନାତି ବିରଜ ଯୋଶୀ ଗୀତ ଗାଉଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଭାଇରାଲ ଭିଡିଓ ଆମକୁ Rajkumar Banik ୟୁଟ୍ୟୁବ ଚ୍ୟାନେଲରେ ମିଳିଲା।  ଏହି ଭିଡିଓ 2018 ରେ ଅପଲୋଡ୍ ହୋଇଥିଲା । ଭିଡିଓ କ୍ୟାପସନରେ ଶିଶୁଟିକୁ ଆର୍ଯ୍ୟ ବାନିକ ବୋଲି ଚିହ୍ନଟ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

2019ରେ Suresh Wadkar’s Ajivasan Music Academy ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଭାଇରାଲ ଭିଡିଓରେଥିବା ପିଲାର ଅନ୍ୟ ଏକ ଭିଡିଓ  ପୋଷ୍ଟ ହୋଇଥିବାର ପାଇଲୁ। ଖବର ଅନୁସାରେ ଭିଡିଓରେ ଦେଖାଯାଇଥିବା ପିଲା ଆର୍ଯ୍ୟ ବାନିକ ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

The hindu ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ପଶ୍ଚିମବଙ୍ଗର ସିଲିଗୁରିରୁ ଆସିଥିବା ତ 12 ବର୍ଷ ବାଶକ ବାନିକ କୋଲକାତାର ପଣ୍ଡିତ ଅଜୟ ଚକ୍ରବର୍ତ୍ତୀଙ୍କ ଶ୍ରୁତିନ୍ଦନ ଶିକ୍ଷକ କୌଶିକ ଗୋସ୍ୱାମୀଙ୍କଠାରୁ ଶିଖୁଥିଲେ । ସେ ଜଣେ ଦକ୍ଷ ଯୁବ କଣ୍ଠଶିଳ୍ପୀ ଯିଏ କି 2018 ରେ କ୍ଷତୀଜୀ ମଥୁରଙ୍କ ସ୍ୱରିତ୍ ଫାଉଣ୍ଡେସନ୍ ଦ୍ୱାରା ଉପସ୍ଥାପିତ ହୋଇଥିବା ଇଣ୍ଡିଆ ହାବିଟାଟ୍ ସେଣ୍ଟରରେ 45 ମିନିଟର ରିଟିଲ୍ ଲାଇଭ୍ ପ୍ରଦର୍ଶନ କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- The hindu । Archive

2016 Patrika ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ପ୍ରକାଶିତ ଖବରରୋ ପଣ୍ଡିତଙ୍କ ନାତିଙ୍କୁ ଦେଖାଯାଇଛି।  ନାତି ସଂଙ୍ଗୀତରେ ଦେଖାଯାଉଛି ତାଙ୍କ ଜେଜେବାପାଙ୍କ ଝଲକ। ପଣ୍ଡିତଙ୍କ ନାତି ବିରଜ କହାଛନ୍ତି ଯେ, ଯେତେବେଳେ ମୋତେ ନଅ ବର୍ଷ ହୋଇଥିଲା, ମୁଁ ସାୱାଇ ଗାନ୍ଧର୍ଭା ସମ୍ମିଳନୀରେ ଗୀତ ଗାଇବା ଆରମ୍ଭ କରିଥିଲି। ତା’ପରେ ଲୋକମାନେ କହିଥିଲେ ଯେ ମୋର ଗୀତରେ ମୋର ଜେଜେବାପାଙ୍କର ଝଲକ ଅଛି। ପଣ୍ଡିତଙ୍କ ନାତି ବିରଜାଙ୍କର the bridge chronicleର ମଧ୍ୟ ଏକ ଖବର ପ୍ରକାଶିତ ହୋଇଛି। 

ଏଠାରେ ଲିଙ୍କ ଦେଖନ୍ତୁ- Patrika । Archive

ଆମକୁ ମିଳିଥିବା ଫଟୋ ଏବଂ ଭାଇରାଲ ପିଲାର ଫଟୋକୁ ବିଶ୍ଲେଷଣ କରିଲୁ। ତଳେ ବିଶ୍ଲେଷଣ ଦେଖନ୍ତୁ।

ଶେଷକଥା

ଅନୁସନ୍ଧାନରେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓରେଥିବା ପିଲା ଭାରତ ରତ୍ନା ପଣ୍ଡିତ ଭୀମସେନ ଯୋଶୀଙ୍କ ନାତି ବିରାଜ ଯୋଶୀ ନୁହଁନ୍ତି।

Avatar

Title:ଭାଇରାଲ ଭିଡିଓରେଥିବା ପିଲା ଭାରତ ରତ୍ନା ପଣ୍ଡିତ ଭୀମସେନ ଯୋଶୀଙ୍କ ନାତି ବିରାଜ ଯୋଶୀ କି?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *