
ବାହାଘରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ବର, ନିଶା ଅବସ୍ଥାରେ ଥିବା ପରି ଦେଖାଯାଉଛନ୍ତି। ଏହା ସହିତ ବର ନିଶା ଅବସ୍ଥାରେ ଜଣେ ଝିଅକୁ ପିନ୍ଧାଇବା ବଦଳରେ ଅନ୍ୟ ଜଣେ ଝିଅକୁ ପିନ୍ଧାଉଛନ୍ତି। ପରେ ପାଖରେଥିବା ମହିଳା କ୍ରୋଧରେ ବରକୁ ଚାପୁଡ଼ା ମାରିଥିଲେ।
ଅନେକ ଉପଭୋକ୍ତା ଏହି କ୍ଲିପ୍ ଅଂଶୀଦାର କରିଛନ୍ତି ଏବଂ ଦର୍ଶାଇଛନ୍ତି ଯେ ବିହାରରେ ମଦ୍ୟପାନ ନିଷେଧ ସତ୍ତ୍ୱେ ବର ମଦ୍ୟପାନ କରୁଥିବା ଦେଖାଯାଉଛି ଏବଂ ବୋହୂ ବଦଳରେ ଅନ୍ୟ ଜଣେ ଝିଅକୁ ବରମାଲା ପିନ୍ଧାଉଛି।
Dwitikrushna Das ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ବହୁତ କମ ପିଇବା ହୋଇଥିଲା ।…
ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 800ରୁ ଅଧିକ ଲୋତ ଦେଖିସାରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଭିଡିଓକୁ ଭଲ ଭାବରେ ଦେଖିଲେ ଏହା ସ୍କ୍ରିପ୍ଟ ହୋଇଛି ବୋଲି ସ୍ପଷ୍ଟ ହୋଉଛି। ଭାଇରାଲ ଭିଡିଓକୁ ଅଲଗା ଅଲଗା କୀୱାର୍ଡ ମାଧ୍ୟମରେ ସନ୍ଧାନ କରିବା ପରେ ଆମକୁ ମିଥିଲା ବଜାର ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ ପାଇଲୁ। ଅପଲୋଡ୍ ହୋଇଥିବା ଭିଡିଓକୁ 16 ମେ 2022 ରେ ପୋଷ୍ଟ କରାଯାଇଛି।
ଭିଡିଓର ବର୍ଣ୍ଣନାରେ ଲେଖାଥିଲା, “ଏହି ଭିଡିଓରେ ଥିବା ସମସ୍ତ ଚରିତ୍ର ଏବଂ କାହାଣୀ କେବଳ କାଳ୍ପନିକ ଏବଂ କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ।”
ବର୍ଣ୍ଣନାରେ କଳାକାରମାନଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଏହି ଚ୍ୟାନେଲର ସମସ୍ତ ଭିଡିଓ ପ୍ରାୟତ ମନୋରଞ୍ଜନ ପାଇଁ ଷ୍ଟେଜ୍ ଭିଡିଓ ପ୍ରସ୍ତୁତ କରାଯାଏ।

ସମାନ ଅଭିନେତାଙ୍କୁ ଏକ ଭିନ୍ନ ଭିଡିଓରେ ଦେଖିବାକୁ ମିଳେ। ସେମାନ ପୋଷାକ ଏବଂ ଅବସ୍ଥାନ ମଧ୍ୟ ସମାନ ଦେଖାଯାଇଉଛି। କିନ୍ତୁ ଏହି ଭିଡିଓର ସ୍କ୍ରିପ୍ଟ ଅଲଗା ଅଟେ।
ବର ବହୁକୁ ଜବରଦସ୍ତି ମିଠା ଖାଇବାକୁ ବାଧ୍ୟ କରୁଥିବା ଏଠାରେ ବିବାହର ବ୍ୟାଖ୍ୟା କରାଯାଇଛି। ଏହିପରି, ଏହା ସ୍ଥିର କରେ ଯେ ଭାଇରାଲ୍ ଭିଡିଓ ସ୍କ୍ରିପ୍ଟ ହୋଇଛି ଏବଂ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରାଯାଇଛି।
ଶେଷକଥା-
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ବର ନିଶାରେଥିବା ଭିଡିଓ ସ୍କ୍ରିପଟେଡ ଅଟେ। ଭିଡିଓ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରାଯାଇଥିଲା।

Title:ବର ନିଶାରେ ଥିବା ଭାଇରାଲ ଭିଡିଓ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରାଯାଇଛି।
Fact Check By: Sarita SamalResult: Misleading
