
ଏକ ଶ୍ରେଣୀରେ କିଛି ମୁସ୍ଲିମ ଛାତ୍ର ମାନେ ସଂସ୍କୃତ ଶିକ୍ଷା ଗ୍ରହଣ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଶିକ୍ଷକ ଛାତ୍ର ମାନଙ୍କୁ ବିଭିନ୍ନ ଶ୍ଳୋକର ଅର୍ଥ ମଧ୍ୟ ପଚାରୁଛନ୍ତି ଏବଂ ଛାତ୍ର ମାନେ ତାହାର ଉତ୍ତର ଦେଉଛନ୍ତି।
ଦାବି କରା ଯାଉଛି ଯେ ମୁସ୍ଲିମ ଛାତ୍ର ମାନଙ୍କୁ ସଂସ୍କୃତ ଭାଷା ତାଲିମ ଦେଇ ସେମାନଙ୍କୁ କେରଳର ମନ୍ଦିରରେ ପୂଜା କରିବା ପାଇଁ ପ୍ରସ୍ତୁତ କରା ଯାଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରିଛନ୍ତି, “ଏବେ ମୁସଲିମ୍ ବି ସଂସ୍କୃତ ଭାଷା ଶିଖି କେରଳ ର ମନ୍ଦିର ରେ ପୂଜା କରିବେ”
ସମାନ ଭିଡିଓ ଆମକୁ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଦି ଇକୋନୋମିକ୍ ଟାଇମ୍ସ ୱେବସାଇଟରେ ଏକ ରିପୋର୍ଟ ପ୍ରକାଶିତ ହେଇଥବା ମିଳିଲା।
ରିପୋର୍ଟ ଅନୁଯାୟୀ, ମଲିକ୍ ଦେନାର ଇସଲାମିକ୍ କମ୍ପ୍ଲେକ୍ସ (MIC) ଦ୍ୱାରା ପରିଚାଳିତ ଏକାଡେମୀ ଅଫ୍ ଶାରିଆ ଏବଂ ଆଡଭାନ୍ସ ଷ୍ଟଡିଜ୍ (ASAS) ହିନ୍ଦୁ ପଣ୍ଡିତମାନଙ୍କ ସାହାଯ୍ୟରେ ଛାତ୍ରମାନଙ୍କୁ ସଂସ୍କୃତ ଶିକ୍ଷା ଦେଇ ଏକ ଉଦାହରଣ ସୃଷ୍ଟି କରିଛି। ପ୍ରାଚୀନ ଏବଂ ଶାସ୍ତ୍ରୀୟ ଭାଷା ଶିକ୍ଷା ଦେବା ପାଇଁ ଏକ ଗଠନମୂଳକ ସିଲାବସ୍ତିଆରି କରା ଯାଇଛି। ଛାତ୍ରମାନଙ୍କ ମଧ୍ୟରେ ଅନ୍ୟ ଧର୍ମ ବିଷୟରେ ଜ୍ଞାନ ଏବଂ ସଚେତନତା ସୃଷ୍ଟି କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି।

ଫ୍ୟାକ୍ଟ କ୍ରିଷେଣ୍ଡୋ ‘ଏକାଡେମୀ ଅଫ୍ ଶାରିଆ ଏବଂ ଆଡଭାନ୍ସ ଷ୍ଟଡିଜ୍ (ASAS)’ ସହିତ ଯୋଗାଯୋଗ କରିଲା। ସେହି ଶିକ୍ଷା ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଓନାମପିଲ୍ଲି ମୂହମ୍ମଦ ଫାଇଜି ଭାଇରାଲ ଦାବିର ଖଣ୍ଡନ କରିକି କହିଛନ୍ତି ଯେ ସଂସ୍କୃତ, ଉପନିଷଦ, ପୁରାଣ ଇତ୍ୟାଦି ଶିକ୍ଷା କରିବାର ଉଦ୍ଦେଶ୍ୟ ହେଉଛି ଛାତ୍ରମାନଙ୍କର ଅନ୍ୟ ଧର୍ମ ବିଷୟରେ ଜ୍ଞାନ ଏବଂ ସଚେତନତା ସୃଷ୍ଟି କରିବା। ଅନ୍ୟ ଏକ କାରଣ, ଏବଂ ମୁଖ୍ୟ କାରଣ, ASAS ରେ ଛାତ୍ରମାନଙ୍କୁ ସଂସ୍କୃତ ଶିକ୍ଷା କରିବା ତାଙ୍କର ନିଜସ୍ୱ ଏକାଡେମିକ୍ ପୃଷ୍ଠଭୂମି ଥିଲା କାରଣ ସେ ଶଙ୍କରା ଦର୍ଶନରେ ମାଷ୍ଟର ଅଧ୍ୟୟନ କରିଥିଲେ | ଭାଗବଦ୍ ଗୀତା, ଉପନିଷଦ, ମହାଭାରତ, ରାମାୟଣର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡିକ ଦଶମ ଶ୍ରେଣୀରୁ ପାସ୍ ହେବା ପରେ ଆଠ ବର୍ଷ ମଧ୍ୟରେ ଛାତ୍ରମାନଙ୍କୁ ସଂସ୍କୃତରେ ମନୋନୀତ ଭାବରେ ଶିକ୍ଷା ଦିଆଯାଏ।
ସେ ଏହା ମଧ୍ୟ କହିଛନ୍ତି ଯେ ଦୁଇଟି ହିନ୍ଦୁ ଧର୍ମ ଶିକ୍ଷକ ମାନେ ଛାତ୍ର ମାନଙ୍କୁ ସଂସ୍କୃତ ତାଲିମ ଦେଉଛନ୍ତି। ତେଣୁ, ମୁସ୍ଲିମ ଶିକ୍ଷକଙ୍କ ଦ୍ଵାରା ସଂସ୍କୃତ ଭାଷାର ତାଲିମ ଦିଆ ଯାଉଥିବା ଦାବି ମଧ୍ୟ ମିଥ୍ୟା ଅଟେ। ଏହି ଅନୁଷ୍ଠାନ ମୁଖ୍ୟତ ଏକ ଶାରିଆ କଲେଜ ଯେଉଁଠାରେ ଉର୍ଦ୍ଦୁ ଏବଂ ଇଂରାଜୀ ପରି ଅନ୍ୟାନ୍ୟ ଭାଷାର ଶିକ୍ଷା ଦିଆ ଯାଏ। ଏହି ଶିକ୍ଷା ଅନୁଷ୍ଠାନ, କଲିକଟ୍ ବିଶ୍ୱବିଦ୍ୟାଳୟ ସହିତ ଜଡିତ ଥିବାରୁ ଏଥିରେ ଆର୍ଟରେ ଡିଗ୍ରୀ ପାଠ୍ୟକ୍ରମ ବ୍ୟତୀତ ଶିକ୍ଷା ମଧ୍ୟ ଦିଆଯାଏ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଏହି ଭିଡିଓରେ କେରଳର ମଲିକ୍ ଦିନାର ଇସଲାମିକ୍ କମ୍ପ୍ଲେକ୍ସ ଦ୍ୱାରା ପରିଚାଳିତ ଏକାଡେମୀ ଅଫ୍ ଶାରିଆ ଏବଂ ଆଡଭାନ୍ସ ଷ୍ଟଡିଜ୍ (ASAS) ର ଏକ ସଂସ୍କୃତ ଶ୍ରେଣୀ ଦେଖାଯାଇଛି। ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଆମକୁ ସ୍ପଷ୍ଟ କରିଛନ୍ତି ଯେ ମୁସଲିମ ଛାତ୍ରମାନଙ୍କୁ ସଂସ୍କୃତ ଶିକ୍ଷା କରିବାର ଉଦ୍ଦେଶ୍ୟ ହେଉଛି ଅନ୍ୟ ଭାଷା ଏବଂ ଧର୍ମ ଶିଖିବା ଏବଂ ବୁଝିବା। ଏଠାରେ ହିନ୍ଦୁ ଧର୍ମର ଦୁଇଜଣ ଶିକ୍ଷକ ସଂସ୍କୃତ କ୍ଲାସ୍ ନେଉଛନ୍ତି।

Title:କ’ଣ ମନ୍ଦିରରେ ପୂଜା କରିବା ପାଇଁ ବର୍ତ୍ତମାନ ମୁସ୍ଲିମ ମାନଙ୍କୁ ସଂସ୍କୃତ ଭାଷାର ତାଲିମ ଦିଆ ଯାଉଛି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Misleading
