
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସଂଖ୍ୟାଧିକ ଯାନବାହାନ ପାହାଡ ମଧ୍ୟରେ ଥିବା ରାସ୍ତାରେ ଭାରି ଟ୍ରାଫିକ୍ ଜାମ୍ ଅଟକି ରହିଥିବା ଦେଖାଯାଇଛି। ଏହି ଭିଡିଓ ହିମାଚଳ ପ୍ରଦେଶର ବୋଲି ଦାବି କରାଯାଉଛି। ହଜାର ହଜାର ପର୍ଯ୍ୟଟକ ହିମାଚଳ ପ୍ରଦେଶରୁ ଫେରୁଥିବା ଦାବିରେ ଭାଇରାଲ କରାଯାଉଛି।
27 ଜୁଲାଇରେ Ravi Patil ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, Himachal pradesh traffic jam. (ହିମାଚଳ ପ୍ରଦେଶ ଟ୍ରାଫିକ ଜାମ)। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଭିଡିଓକୁ ଅନେକଥର ଲାଇକ କରାଯାଇଛି। ତଳେ ଲିଙ୍କ ଦେଖନ୍ତ।
ତେବେ କଣ ଭାଇରାଲ ଭିଡିଓରେ ହାମଚଳପ୍ରଦେଶର ଟ୍ରାଫିକ୍ ଜାମ ହେଇଥିବା ଦୃଶ୍ୟ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଫଳସ୍ୱରୂପ ଆମେ ଚଳିତ ବର୍ଷ 25 ଜୁଲାଇରେ ପ୍ରକାଶିତ 24 ଡିଜିଟାଲ୍ ନାମକ ଏକ ୱେବସାଇଟରେ ଏକ ଖବର ପ୍ରବନ୍ଧ ପାଇଲୁ। ଏହି ଆର୍ଟିକିଲରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଥିବା ଦୃଶ୍ୟର ଏକ ଚିତ୍ର ପ୍ରକାଶ କରାଯାଇଛି। ପୋଷ୍ଟରେ ଲେଖା ଅଛି, କାଗନ୍ ଉପତ୍ୟକାରେ ପର୍ଯ୍ୟଟକମାନେ ଅଟକି ରହିଛନ୍ତି ଏବଂ ଟ୍ରାଫିକ୍ ଜାମ୍ ଯୋଗୁଁ ହଜାର ହଜାର ଲୋକ ଗଭୀର ଅସୁବିଧାରେ ପଡ଼ିଛନ୍ତି। dailytimes ପେଜରେ ମଧ୍ୟ ଭାଇରାଲ ଭିଡିଓର ଖବର ପ୍ରକାଶିତ ପାଇଛି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- 24 news । Archive । dawn
ଅଧିକ ଅନୁସନ୍ଧାନ ପରେ, ଆମେ ଭିଡିଓର ଏକ ବିସ୍ତୃତ ସଂସ୍କରଣ ପାଇଲୁ ଯାହା ଚଳିତ ବର୍ଷ 26 ଜୁଲାଇ ରେ 24 News HD ରେ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ପ୍ରକାଶିତ କରାଯାଇଛି। ଭିଡିଓର ଶୀର୍ଷକରେ ଲେଖାଅଛି, ପାକିସ୍ତାନର ଉତ୍ତର ଅଞ୍ଚଳକୁ ଯାତ୍ରା କରିବା ପୂର୍ବରୁ ଭିଡିଓ ଦେଖିବା ଜରୁରୀ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ହିମାଚଳପ୍ରଦେଶର ନୁହଁ ବରଂ ପାକିସ୍ତାନର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
Hindi fact crescendo ପାକିସ୍ତାନରେ ରହୁଥିବା ଇଜାରୁଲ୍ଲା ନାମକ ଜଣେ ସାମ୍ବାଦିକଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସେ କହିଥିଲେ ଯେ, ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ଅଟେ। ଏହି ଭିଡିଓ ଭାରତର ହିମାଚଳ ପ୍ରଦେଶର ନୁହେଁ ବରଂ ପାକିସ୍ତାନର ଖାଇବର ପାଖ୍ଟନଖୱା ଅନ୍ତର୍ଗତ ମନସେରା ଜିଲ୍ଲାରେ ଅବସ୍ଥିତ କାଗନ ଉପତ୍ୟକାରୁ ଆସିଛି। ନିକଟରେ, ଇଦ୍ ଅବସରରେ ଅନେକ ଲୋକ କଘାନ୍ ଉପତ୍ୟକା ପରିଦର୍ଶନ କରିବାକୁ ଯାଇଥିଲେ। ପାକିସ୍ତାନର ଲୋକମାନଙ୍କ ପାଇଁ କଘାନ୍ ଉପତ୍ୟକା ଅନ୍ୟତମ।
Himachal Pradesh Police ପେଜରେ ପ୍ରକାଶିତ କରିଥିବା ଖବର ଅନୁସାରେ ଭିଡିଓର ଟାଇଟଲରେ ହିମାଚଳ ପ୍ରଦେଶ ପୋଲିସ ସ୍ପଷ୍ଟ କରିଛି ଯେ ଭାଇରାଲ ଭିଡିଓ ହିମାଚଳ ପ୍ରଦେଶର ନୁହେଁ ଏବଂ ଭାଇରାଲ ଦାବି ମିଥ୍ୟା ଅଟେ। ସେ ଲେଖିଛନ୍ତି, “ସୋସିଆଲ ମିଡିଆରେ ଏକ ନକଲି ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ ଏଚପିରେ ଭାରି ଟ୍ରାଫିକ ଜାମ ଦେଖାଯାଉଥିବା ଭିଡିଓ ଏବଂ ଚିତ୍ର ପ୍ରଚାର କରାଯାଉଛି। ଏହି ଫଟୋ ଏବଂ ଭିଡିଓଗୁଡ଼ିକ ମଧ୍ୟରୁ କୌଣସିଟି ହିମାଚଳ ପ୍ରଦେଶର ନୁହେଁ। ଟ୍ରାଫିକ୍ ସୁରୁଖୁରୁରେ ଚାଲିଛି। ମିଥ୍ୟା ଖବର ପ୍ରସାରଣ କରିବା ପୂର୍ବରୁ ସୂଚନା ଦିଅ। ଏଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ନିଆଜିବ।”
ଶେଷକଥା–
ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ହିମାଚଳପ୍ରଦେଶରେ ହଜାର ହଜାର ପର୍ଯ୍ୟଟକଙ୍କ ଟ୍ରାଫିକ୍ ଜାମ୍ ଦାବିରେ ଭାଇରାଲ ହେଉଥିବା ଭିଡିଓ ପାକିସ୍ତାନର ଅଟେ।

Title:ହିମାଚଳପ୍ରଦେଶରେ ହଜାର ହଜାର ପର୍ଯ୍ୟଟକଙ୍କ ଟ୍ରାଫିକ୍ ଜାମ୍ ଦାବିରେ ଭାଇରାଲ ଭିଡିଓ ପାକିସ୍ତାନର ଅଟେ।
Fact Check By: Saritadevi SamalResult: False
