କ’ଣ ଉଲଗ୍ନ ଅବସ୍ଥାରେ ମହିଳା ମାନେ ବିରୋଧ କରୁଥିବା ଏହି ଭିଡିଓ ମଣିପୁରର ଅଟେ? ଜାଣନ୍ତୁ ସତ୍ୟ।

False Social

ଗତ 2 ମାସ ଧରି ମଣିପୁରରେ ହିଂସା କମୁନାହିଁ। ପ୍ରାୟ ପ୍ରତ୍ୟେକ ଦିନ ନୂଆ ଅପରାଧିକ ମାମଲା ଉପରେ ରିପୋର୍ଟ ଦେଖିବାକୁ ମିଳୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଉଲଗ୍ନ ଅବସ୍ଥାରେ ପୋଲିସକୁ ଧମକ ଦେଉଛନ୍ତି ଏବଂ ବାଡ଼ି ଧରି ପୋଲିସକୁ ଗୋଡ଼ାଉଛନ୍ତି। 

ଆମକୁ ଏହି ଭିଡିଓର ତଥ୍ୟ ଯାଞ୍ଚ କରିବା ପାଇଁ ୱ୍ହାଟ୍ସ ଅପ୍ ନମ୍ବର 9049053770 ରେ ଅନୁରୋଧ ଆସିଥିଲା। 

ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ମହିପୁରରେ ଇସାଇ ମହିଳା ମାନେ ଉଲଗ୍ନ ହୋଇ ଭାରତୀୟ ସେନା ଯବାନଙ୍କୁ ଦଉଡ଼ାଉଛନ୍ତି ଏବଂ ଦେଶଦ୍ରୋହୀ ମାନଙ୍କୁ ଏପରି ରକ୍ଷା କରୁଛନ୍ତି। ଏହି ସବୁ ହିଂସା କେବଳ ମଣିପୁରରୁ ହିନ୍ଦୁ ମାନଙ୍କୁ ଭଗାଇ ସେଠାରେ ଇସାଇ ରାଜ୍ୟର ସ୍ଥାପନା କରିବାର ଯୋଜନା ଅଛି। ମଣିପୁରକୁ କାଶ୍ମୀରର ପରିଣତ କରିବା ଦାବି ମଧ୍ୟ କରା ଯାଇଛି। 

ସମାନଭିଡିଓ ଆମକୁ ଫେସବୁକରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଲା। ଭିଡିଓ ସହିତ ଦାବି କରି କୁହା ଯାଇଛି, “ମଣିପୁର ରେ ଉଲଗ୍ନ ହୋଇ ମହିଳା ବୁଲୁଥିଲେ ବୋଲି କିଛି ଭାକୁଡ଼ା ଭୁ ଭୁ କରୁଥିଲେ। ଏ ଉଲଗ୍ନ ମହିଳା ପାଇଁ କିଏ କଣ କହିବ କୁହ। ଏଠି ଆଉ ତୁମ ଦେହରେ ଶିହରଣ ଆସୁନି ନା ରେ।”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁଅନ୍ଧାନରେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଭିଡିଓରେ ଆମେ ଶୁଣିବାକୁ ପାଇଲୁ ଯେ ସେଥିରେ ‘ସୋନୁ କିନ୍ନର ଜିନ୍ଦାବାଦ’ ନାରା ଦିଆ ଯାଉଛି। ଏହାକୁ ନଜରରେ ରଖି ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ଅନେକ ସାମ୍ବାଦିକ ମାନେ ଏହି ଭିଡିଓ ସେୟାର କରି କହିଛନ୍ତି ଯେ ଏହା ଉତ୍ତରପ୍ରଦେଶର ଚନ୍ଦୌଲି ଜିଲ୍ଲାର ଘଟଣା ଅଟେ। 

ଏହି ଭିଡିଓରେ କିନ୍ନର ସମ୍ପ୍ରଦାୟର ସଦସ୍ୟମାନେ ମେ ୨୦୨୩ ରେ ଗୃହ ନିର୍ବାଚନ ପରେ ଉତ୍ତରପ୍ରଦେଶରେ ବିରୋଧ ପ୍ରଦର୍ଶନ କରୁଥିବା ଦେଖାଯାଇଥିଲା। ଜ୍ଞାନେନ୍ଦ୍ର ଶୁଖଲା ନାମକ ଜଣେ ସାମ୍ବାଦିକ ଏହି ଭିଡିଓ ୧୬ ମେ ୨୦୨୩ ରେ ଟୁଇଟ କରିଥିଲେ। ନିମ୍ନରେ ଆପଣ ମାନେ ସେହି ଟୁଇଟ ଦେଖି ପାରିବେ। 

ଟୁଇଟରେ ସେ କହିଛନ୍ତି ଯେ, ମ୍ୟୁନିସିପାଲିଟି କାଉନସିଲ ମୁଗଲସରାଇରେ ସୋନୁ କିନ୍ନର ଆଗରେ ଥିଲେ, କିନ୍ତୁ ପ୍ରଶାସନ ବିଜେପି ପ୍ରାର୍ଥୀ ମାଲ୍ଟି ଦେବୀଙ୍କୁ ୧୩୮ ଭୋଟରେ ବିଜୟୀ ଘୋଷଣା କରିଥିଲା, କିନ୍ନରମାନେ ନିଜ ନିଜ ପଦ୍ଧତିରେ ତୀବ୍ର ବିରୋଧ କରିଥିଲେ। ଏହା ପରେ ପୁନଃ ଗଣନା କରା ଯାଇଥିଲା ଯେଉଁଥିରେ ସୋନୁ କିନ୍ନର ୩୯୭ ଭୋଟରେ ବିଜୟୀ ହୋଇଥିଲେ। 

ସମାନ ଭିଡିଓ ୧୬ ମେ ରେ ୟୁପି ତକ୍ ଚ୍ୟାନାଲରେ ପ୍ରସାରିତ ହେଇଥିଲା ରିପୋର୍ଟ ଅନୁଯାୟୀ, ଏହି ଘଟଣା ଉତ୍ତରପ୍ରଦେଶର ଚାନ୍ଦଉଳି ଜିଲ୍ଲାର ଅଟେ। ସୋନୁ କିନ୍ନର ମ୍ୟୁନିସିପାଲିଟି ନିର୍ବାଚନ ହରରିବା ପରେ ଭୋଟର ପୁନଃ ଗଣନା ଦାବି କରି କିନ୍ନର ସମ୍ପ୍ରଦାୟ ସଦସ୍ୟ ମାନେ ଉଲଗ୍ନ ହୋଇ ଭୋଟ୍ ଗଣନାର ବିରୋଧ କରିଥିଲେ। 

ଏହି ବିରୋଧ ପ୍ରଦର୍ଶନରେ କିଛି କିନ୍ନର ମାନେ ବାଡ଼ି ଧରି ପୋଲିସକୁ ଦଉଡ଼ାଇଥିଲେ ତ କିଛି ଉଲଗ୍ନ ହୋଇ ରାସ୍ତାରେ ଗଡୁଥିଲେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ଭିଡିଓର ମଣିପୁର ହିଂସା ସହିତ କୌଣସି ସମ୍ବନ୍ଧ ନାହିଁ। ଭାଇରାଲ ଭିଡିଓ ଉତ୍ତରପ୍ରଦେଶର ଚାନ୍ଦଉଳିର ମ୍ୟୁନିସିପାଲିଟି ନିର୍ବାଚନ ସମୟର ଭିଡିଓ ଅଟେ ଯାହାକୁ ମଣିପୁରର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। 

Avatar

Title:କ’ଣ ଉଲଗ୍ନ ଅବସ୍ଥାରେ ମହିଳା ମାନେ ବିରୋଧ କରୁଥିବା ଏହି ଭିଡିଓ ମଣିପୁରର ଅଟେ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *