କ’ଣ ବିଜେପି କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣର ଏହି ଘଟଣା ତାମିଲ ନାଡୁ ରାଜ୍ୟର ଅଟେ? ଜାଣନ୍ତୁ ସତ୍ୟ। 

False Political

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକେ ରାସ୍ତାରେ ବିଜେପି ସମର୍ଥକଙ୍କୁ ମାଡ ମାରୁଛନ୍ତି। ଭିଡିଓ ଦେଖି ଅନୁମାନ ହେଉଛି ଯେ ଏକ ରେଲିର ପ୍ରଦର୍ଶନରେ ଏହି ଘଟଣା ଘଟିଛି। 

ପୋଷ୍ଟର ଦାବି ଅନୁଯାୟୀ ଏହି ଘଟଣା ତାମିଲ ନାଡୁ ରାଜ୍ୟରେ ଘଟିଛି। ମୋଦୀ ସରକାର ଦେଶର ବିଭିନ୍ନ ସଂସ୍ଥାକୁ ଘରୋଇକରଣ ନାମରେ ଉଦ୍ୟୋଗପତିଙ୍କୁ ବିକିଥିବା ନେଇ ତାମିଲ ନାଡୁ ଜନତା ବିଜେପି ସମର୍ଥକଙ୍କୁ ଆକ୍ରମଣ କରିଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଘଟଣା ତାମିଲ ନାଡୁ ନୁହେଁ ବରଂ ତେଲେଙ୍ଗାନା ରାଜ୍ୟର ଅଟେ। ତେଲେଙ୍ଗାନା ରାଜ୍ୟର ଇଭାଜନକୁ ନେଇ ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବାଦୀୟ ମନ୍ତବ୍ୟ ବିରୁଦ୍ଧରେ ତେଲେଙ୍ଗାନାର ଟିଆରଏସ ଦଳ ବିରୋଧ ପ୍ରଦଶନ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। 

କ’ଣ କୁହା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି କୁହା ଯାଇଛି ଯେ ଶ୍ରୀଲଙ୍କା Model ଭାରତ ୱେଷ୍ଟବେଙ୍ଗଲ ପରେ ଏବେ ତାମିଲନାଡୁ ରେ ଆରମ୍ଭ ହେଇଗଲା ଦେଶ ସ୍ବାର୍ଥରେ ମୋଦୀ ଜି 8 ବର୍ଷ ଏତେ କାମ କଲେ , କଣ ଜନତା ତାଙ୍କୁ କିଛି ପୁରସ୍କାର ଦେବେନି କି? ଶଳା fekuaa , ଦେଶକୁ ମୋର ଵିକିକି ଖାଇଗଲା

Facebook | Archive

ଆମ ଅନୁସନ୍ଧାନ: 

ପୋଷ୍ଟରେ ଦାବିର ସତ୍ୟତା ଯାଞ୍ଚ କରିବା ପାଇଁ ଆବଶ୍ୟକୀୟ ମାନେ ହେଉଥିବାରୁ ଆମେ ଅନୁସନ୍ଧାନ ଆରମ୍ଭ କରିଲୁ। ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମେକୁ ସମାନ ଭିଡିଓ ୯ ଫେବୃଆରି ୨୦୨୨ ରେ ଟିଭି ୯ ତେଲୁଗୁର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ କୁହା ଯାଇଛି ଯେ ଏହି ଭିଡିଓ ତେଲେଙ୍ଗାନା ରାଜ୍ୟର ଜନଗାଓଁ ଅଞ୍ଚଳର ଭିଡିଓ ଅଟେ। ଭିଡିଓ ସହିତ ଦିଆ ଯାଇଥିବା ସୂଚନା ଅନୁଯାୟୀ ଏହି ଭିଡିଓଟି ଜନଗାଓଁ ରେ ବିଜେପି ଏବଂ ତେଲୁଗୁ ରାଷ୍ଟ୍ର ସମିତି ଦଳ ମଧ୍ୟରେ ହେଇଥିବା ହିଂସାର ଭିଡିଓ ଅଟେ। 

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ଘଟଣା ବିଷୟରେ ସର୍ଚ୍ଚ କରିଲା ପରେ ଆମକୁ ୧୦ ଫେବ୍ରୁଆରିରେ ୱାନ୍ ଇଣ୍ଡିଆ ନ୍ୟୁଜର ୟୁଟ୍ୟୁବ ଚ୍ୟାନାଲରେ ମଧ୍ୟ ସମାନ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ କୁହା ଯାଇଛି ଯେ ତେଲେଙ୍ଗାନାରେ ବିଜେପି ଏବଂ ଟିଆରଏସ ଦଳ ମଧ୍ୟରେ ହିଂସା କାଣ୍ଡ ହୋଇଥିଲା। ଏହା ଟିଆରଏସ କାର୍ଯ୍ୟକର୍ତ୍ତା ମାନଙ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ଆନ୍ଦୋଳନ କରୁଥିବା ସମୟର ଘଟଣା ବୋଲି ଦାବି କରା ଯାଇଛି।

୯ ଫେବ୍ରୁଆରିରେ ତେଲେଙ୍ଗାନା ଟୁଡେ ପତ୍ରିକାର ୱେବସାଇଟରେ ଘଟଣା ବିଷୟରେ ବିବରଣୀ ଦେଇ କୁହା ଯାଇଛି ଯେ ଟିଆରଏସ କାର୍ଯ୍ୟକର୍ତ୍ତା ମାନେ ମୋଦୀଙ୍କ ପୁତୁଳା ଜଳାଇବା ଚେଷ୍ଟା କରୁଥିବା ସମୟରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ପୋଲିସ ଦୁଇ ଦଳର ସଦସ୍ୟ ଏବଂ ସମର୍ଥକଙ୍କ ବିରୁଦ୍ଧରେ ମାମଲା ମଧ୍ୟ ରୁଜୁ କରିଛି।  

ଦି ହିନ୍ଦୁ ରିପୋର୍ଟ ଅନୁଯାୟୀ ଆନ୍ଧ୍ରପ୍ରଦେଶ ବିଭାଜନ ଠିକ୍ ଭାବରେ ହୋଇନଥିବା ବିଷୟରେ ରାଜ୍ୟସଭାରେ ମୋଦୀଙ୍କ ଦ୍ଵାରା ଦିଆ ଯାଇଥିବା ମନ୍ତବ୍ୟ ବିରୁଦ୍ଧରେ ଟିଆରଏସ କାର୍ଯ୍ୟକର୍ତ୍ତା ଏବଂ ନେତା ମାନେ ବିରୋଧ କରିବା ପାଇଁ ମୋଦୀଙ୍କ ପୁତୁଳା ନେଇ ପହଞ୍ଚିଥିଲେ। ବିଜେପି କାର୍ଯ୍ୟକର୍ତ୍ତା ମାନେ ସେଠାରେ ନିଜ ପାର୍ଟି ପତକା ନେଇ ଟିଆରଏସ ବିରୁଦ୍ଧରେ ଆନ୍ଦୋଳନ କରିଥିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ସୋସିଆଲ ମିଡିଆରେ ପୋଷ୍ଟ କରା ଯାଇଥିବା କିଛି ଭିଡିଓରେ ଦର୍ଶାଅଯାଇଛି ଯେ ଟିଆରଏସ କାର୍ଯ୍ୟକର୍ତ୍ତା ମାନେ ବିଜେପି କର୍ମୀଙ୍କୁ ଗୋଡାଇ ମାରୁଛନ୍ତି। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ତାମିଲ ନାଡୁ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଘଟଣା ତାମିଲ ନାଡୁ ନୁହେଁ ବରଂ ତେଲେଙ୍ଗାନା ରାଜ୍ୟର ଅଟେ। ତେଲେଙ୍ଗାନା ରାଜ୍ୟର ଇଭାଜନକୁ ନେଇ ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବାଦୀୟ ମନ୍ତବ୍ୟ ବିରୁଦ୍ଧରେ ତେଲେଙ୍ଗାନାର ଟିଆରଏସ ଦଳ ବିରୋଧ ପ୍ରଦଶନ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। 

Avatar

Title:କ’ଣ ବିଜେପି କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣର ଏହି ଘଟଣା ତାମିଲ ନାଡୁ ରାଜ୍ୟର ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False