
ବର୍ତ୍ତମାନ କିଛି ଲୋକମାନେ ପୋଲିସର ଉପସ୍ଥିତିରେ ଇଭିଏମ ଭାଙ୍ଗାରୁଜା କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଲାଗିଲା। ଦାବି କରା ଯାଉଛି ଯେ ବେଲଟ୍ ପେପର ରେ ନିର୍ବାଚନ ନହେବା ପର୍ଯ୍ୟନ୍ତ ଲୋକମାନେ ଏପରି ଇଭିଏମ୍ ଭଙ୍ଗାରୁଜା କରିବେ ବୋଲି କହିଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହି ଭିଡିଓର ଇଭିଏମ୍ କିମ୍ବା ବେଲଟ୍ ପେପର ସହିତ କୌଣସି ସମ୍ବନ୍ଧ ନାହିଁ। ନିର୍ବାଚନ ସମୟରେ ମଣିପୁରରେ ନକଲି ଭୋଟ୍ ନେଇ ହୋଇଥିବା ଘଟଣାକୁ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରିଛନ୍ତି, “ବାଲାଟ ପେପରରେ ନିର୍ବାଚନ ନହେବା ପର୍ଯ୍ୟନ୍ତ ଲୋକମାନେ ଇଭିଏମ ଭାଙ୍ଗୁଥିବେ,ଇସି ପୁନର୍ବାର ନିର୍ବାଚନ କରାଇ କରାଇ ଥକିପଡିବ କିନ୍ତୁ ନିର୍ବାଚନ ସମ୍ପୂର୍ଣ୍ଣ ହେବନାହିଁ“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୭ ଏପ୍ରିଲ୍ ରେ ଇଣ୍ଡିଆନ ଟାଇମ୍ସ ମିରର ର ଏକ ଟୁଇଟରେ ସମାନ ଭିଡିଓ ମିଳିଲା। ସୂଚନା ଅନୁଯାୟୀ, ଏହି ଘଟଣା ମଣିପୁରର ଅଟେ। ଯେତେବେଳେ ସେଠିକାର ମହିଳା ମାନେ ଜାଣିବାକୁ ପାଇଲେ ଯେ, ଯେ କୌଣସି ବଟନ୍ ଦବେଇଲା ପରେ ମଧ୍ୟ ଇଭିଏମ୍ ରୁ କେବଳ ପଦ୍ମ ଚିହ୍ନ ବାହାରୁଛି, ସେତେବେଳେ ସେମାନେ ପୋଲିଂ ବୁଥ୍ ରେ EVM ଭଙ୍ଗାରୁଜା କରିଥିଲେ।
ଏହି ଘଟଣା ଜଡ଼ିତ ଆମକୁ ଦି ଇଣ୍ଡିଆନ ଏକ୍ସପ୍ରେସ୍ ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଏପ୍ରିଲ 19 ରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସମାପ୍ତ ହୋଇଥିବାରୁ ଏଜେଣ୍ଟ ଏବଂ ଭୋଟରଙ୍କୁ ଭୟଭୀତ କରାଇବା, ମଣିପୁରର ବିଭିନ୍ନ ସ୍ଥାନରୁ ବନ୍ଧୁକ ଚାଳନା ଏବଂ ମତଦାନ କେନ୍ଦ୍ର ଭଙ୍ଗାରୁଜା କରାଯାଇଥିବା ଖବର ଆସିଥିଲା।
ଏହି ଚ୍ୟାନାଲରେ ଭାଇରାଲ ଭିଡିଓ ଆମେ ଦେଖିବାକୁ ପାଇଲୁ। ଅନେକ ସ୍ଥାନରେ ସଶସ୍ତ୍ର ବ୍ୟକ୍ତି ମାନେ ପୋଲିଂ ବୁଥ୍ କୁ ଅଧିକାର କରିବାକୁ ଚେଷ୍ଟା କରିଥିଲେ। ଅନେକ ଭୋଟର ମାନେ ଅଭିଯୋଗ ଆଣିଥିଲେ ଯେ ତାଙ୍କୁ ବିଜେପି କୁ ଭୋଟ୍ ଦେବା ପାଇଁ ଜୋର କରା ଯାଇଥିଲା।
NDTV ରୂପୋର୍ଟ ଅନୁଯାୟୀ, ଏକ ସ୍ଥାନରେ ଗୁଳି ଚାଳନା ମଧ୍ୟ ହୋଇଥିଲା ଯେଉଁଥିରେ ୪ ଟି ଲୋକ ଆଘାତ ହୋଇଥିଲେ। ଅନେକ ସ୍ଥାନରେ ଲୋକଙ୍କୁ ଭୋଟ୍ ଦେବା ପାଇଁ ଘରୁ ନବାହାରିବା ପାଇଁ ଧମକ ମଧ୍ୟ ଦିଆ ଯାଇଥିଲା।

ଏଏନଆଇ ନ୍ୟୁଜ୍ ନିର୍ବାଚନ ଆୟୋଗର ଏକ ନୋଟିସ୍ ଟୁଇଟ କରିଛି ଯେଉଁଥିରେ ମଣିପୁରର ୧୧ ଟି ପୋଲିଂ ବୁଥ୍ ରେ ପୁନର୍ବାର ଭୋଟିଂର ଯୋଜନା ଦିଆ ଯାଇଛି।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଏହି ଭିଡିଓର ଇଭିଏମ୍ ହେର-ଫେର କିମ୍ବା ବେଲଟ୍ ପେପର ସହିତ କୌଣସି ସମ୍ବନ୍ଧ ନାହିଁ। ନିର୍ବାଚନ ସମୟରେ ମଣିପୁରରେ ନକଲି ଭୋଟ୍ ନେଇ ହୋଇଥିବା ଘଟଣାକୁ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ବେଲଟ୍ ପେପର ରେ ନିର୍ବାଚନ ନହେବା କାରଣରୁ ଲୋକମାନେ ଇଭିଏମ୍ ଭଙ୍ଗାରୁଜା କରୁଛନ୍ତି? ଜାଣନ୍ତୁ ସତ୍ୟତା।
Written By: Siddharth SahuResult: False
