ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି VHP ଲିଡର ଆଚାର୍ଯ୍ୟ ଧର୍ମେନ୍ଦ୍ର ଅଟନ୍ତି।

False Political

6 ଫେବୃଆରିରେ Nrushinghnath Sahu ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଜଣେ ବୃଦ୍ଧ ବ୍ୟକ୍ତି କାରରେ ବସି CAA ସମର୍ଥନରେ କହୁଛନ୍ତି। ଏହା ସହିତ ଭାରତରେ ମୁସ୍ଲିମଧର୍ମର ଲୋକମାନେ ଭାରତରେ ଖୁସିରେ ଅଛନ୍ତି। ଭାରତରେ ମୁସ୍ଲିମମାନଙ୍କୁ କୌଣସି ପ୍ରକାରର ଅସୁବିଧା ନହେଉଥିବାର କଥା କହୁଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଭିଡିଓରେ କହୁଥିବା ବ୍ୟକ୍ତି ହାଇଦ୍ରାବାଦର ଶାହୀ ନବାବୀ ଖାନଦାନର ପ୍ରକୃତ ବାରିସ ଅଟନ୍ତି। ଏହା ସହିତ ଦାବି କରାଯାଇଛି ଯେ, ଭିଡିଓରେଥିବା ବ୍ୟକ୍ତି ମୁସ୍ଲିମ ଅଟନ୍ତି। ତେବେ ଭିଡିଓରେଥିବା ବ୍ୟକ୍ତି କିଏ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ।  

ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ   ଭାଇରାଲ ଭିଡିଓକୁ ଇନଭିଡରେ ପକାଇ ଫୋଟୋରେ ଭାଙ୍ଗିଲୁ। ଏହା ପରେ ଆମେ ଫୋଚୋକୁ Yandex ରେ ଅପଲୋଟ କରି ସର୍ଚ କରିଲୁ। ଭିଡିଓରେ ଦେଖା ଯାଉଥିବା ବ୍ୟକ୍ତି ଆଣକୁ କିଛି ଭିଡିଓ ଓବଂ ଖବରରେ ଦେଖିଲୁ। ଆମେ ଜାଣିଲୁ ଯେ, ଭାଇରାଲ ପୋଷ୍ଟରେ ଦେଖା ଯାଉଥିବା ବ୍ୟକ୍ତି ଆଚାର୍ଯ୍ୟ ଧର୍ମେନ୍ଦ୍ର ଅଟନ୍ତି। ସେ ବିଶ୍ୱ ହିନ୍ଦୁ ପରିଷଦ ସହ ଜୁଡ଼ି ସହିଛନ୍ତି। 

ଏହା ପରେ ଆମେ ୟୁଟ୍ୟୁବରେ Acharya Dharmendra ନାମରେ ସର୍ଚ କରିବାରୁ ଆମକୁ Public 24*7  ରେ ଏକ ଭିଡିଓ ମିଳିଲା। ଯେଉଁଥିରେ Acharya Dharmendra,VHP ନାମରେ ଏକ ଭିଡିଓ ପୋଷ୍ଟ କରାଯାଇଛି। ଭିଡିଓର ଆରମ୍ଭରେ Acharya Dharmendraଙ୍କ ବିଷୟରେ ପରିଚୟ ଦେଉଛନ୍ତି। ସାମ୍ବାଦିକ କହୁଛନ୍ତି ଯେ, Acharya Dharmendra ହିନ୍ଦୁ ଧର୍ମ ଏବଂ ହିନ୍ଦୁତ୍ୱ ପାଇଁ ସବୁ ବେଳେ କାର୍ଯ୍ୟରତ ଥାନ୍ତି। ସେ ଏହି କାମ 8 ବର୍ଷ ବୟଷରୁ କରି ଆସୁଛନ୍ତି। ତେଳେ ଭିଡିଓ ଦେଖନ୍ତୁ। 

ହିନ୍ଦୁତ୍ୱ ପ୍ରତି ତାଙ୍କର ନିଷ୍ଠା ସ୍ପଷ୍ଟ କରଉଛି ଯେ, ସେ ଜଣେ ହିନ୍ଦୁ ଅଟନ୍ତି। ଆମେ ANI news ଟ୍ୱିଟରରେ ପୋଷ୍ଟ କରିଥିବାର ଲିଙ୍କ ପାଇଲୁ। ଆମେ ଗୁଗୁଲ ସର୍ଚରେ ପାଇଲୁ ଯେ, 2008 ମସିହାରେ ଘୃଣା ଯୁକ୍ତ ଭାଷଣ ଦେଇଥିବାରୁ ରାଜସ୍ଥାନ କୋର୍ଟ ଆଚାର୍ଯ୍ୟ ଧର୍ମେନ୍ଦ୍ରଙ୍କୁ 2017ରେ ଗୋଟେ ବର୍ଷ ପାଇଁ ଜେଲଦଣ୍ଡ ଶୁଣାଇଥିଲା। ଏହା ଛଡ଼ା ସେହି ବର୍ଷ ପାକିସ୍ତାନ ଦେଶ ଉପରେ ନ୍ୟୁକ୍ଲିଆର ବମ୍ ପକାଇବାର ଭାଷଣ ଦେବାରୁ ଧର୍ମେନ୍ଦ୍ର ପୁଣି ଖବରରେ ଆସିଲେ ।ଏହା ZEEnewsରେ ପ୍ରକାଶିତ ହୋଇଛି। ନ୍ୟୁଜ ପେଜରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି VHP Leader Acharya Dharmendra ଅଟନ୍ତି। 

ଏଠାରେ ଲିଙ୍କ ଦେଖନ୍ତୁ- ANI news

ଶେଷକଥା

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ପୋଷ୍ଟରେଥିବା ବ୍ୟକ୍ତି ମୁସ୍ଲିମ କିମ୍ବା ହାଇଦ୍ରା ବାଗର ନବାବ ଥିବା ଦାବୀ ମିଥ୍ୟା ଅଟେ। ଭାଇରାଲ ଭିଡିଓରେଥିବା ବ୍ୟକ୍ତି  VHP Leader Acharya Dharmendra ଅଟନ୍ତି। ସେ ଜଣେ ହିନ୍ଦୁ ଧର୍ମର ସମ୍ମାନ ଏବଂ ହିନ୍ଦୁତ୍ୱକୁ ନେଇ ନିଜ ପକ୍ଷ୍ୟ ରଖି ଥାନ୍ତି। ସେ ମୁସ୍ଲିମ ନୁହଁ ବରଂ ହିନ୍ଦୁ ଅଟନ୍ତି।

Avatar

Title:ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି VHP ଲିଡର ଆଚାର୍ଯ୍ୟ ଧର୍ମେନ୍ଦ୍ର ଅଟନ୍ତି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *