କ’ଣ ପାହାଡୀ ଅଞ୍ଚଳରେ ମୋଟର ସାଇକଲ୍ ଚଲାଉଥିବା ମହିଳା ମାନଙ୍କର ଏହି ଭିଡିଓ ଅରୁଣାଚଳ ପ୍ରଦେଶର ଅଟେ? ଜାଣନ୍ତୁ ସତ୍ୟ।

False Social

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ କିଛି ମହିଳା ମାନେ ଏକ ପାହାଡୀ ଅଞ୍ଚଳରେ କଠିନତା ସହିତ ମୋଟର ସାଇକଲ୍ ଚଳଉଛନ୍ତି। ଦାବି କରା ଯାଉଛି ଯେ ଏହା ଅରୁଣାଚଳ ପ୍ରଦେଶର ଦୃଶ୍ୟ ଅଟେ ଯେଉଁଠାରେ ଏପରି କଠିନତା ସହ ଜୀବନ ବ୍ଯତୀତ କରିବାକୁ ପଡୁଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଅରୁଣାଚଳ ପ୍ରଦେଶର ନୁହେଁ, ବରଂ ଚୀନ ଦେଶର ଅଟେ ଏବଂ ଏହି ମହିଳା ମାନେ ଚା’ ଚାଷୀ ଅଟନ୍ତି। 

କ’ଣ ଦାବି କରା ଯାଉଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, କଠିନତା ସହିତ ପାହାଡୀ ଅଞ୍ଚଳରେ ମହିଳା ମାନଙ୍କ ମୋଟର ସାଇକଲ୍ ଚଲାଉଥିବା ଏହି ଭିଡିଓ ଅରୁଣାଚଳ ପ୍ରଦେଶର ଅଟେ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୪ ଜାନୁଆରୀ ୨୦୨୦ ମସିହାରେ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ଏହି ଭିଡିଓର କ୍ୟାପ୍ସନ୍ ରେ ‘ପର୍ବତରେ ରହୁଥିବା ଲୋକଙ୍କ ବହିର୍ଭୂତ ଏବଂ ବିପଦପୂର୍ଣ୍ଣ ମୋଟରସାଇକେଲ ପରିବହନ’ ବୋଲି ଉଲ୍ଲେଖ କରା ଯାଇଛି। 

ଏହା ଦ୍ଵାରା ଆମେ ଜାଣିବାକୁ ପାଇଲୁ ଯେ ଏହା ଏକ ପୁରୁଣା ଭିଡିଓ ଅଟେ। କିନ୍ତୁ ଏହି ଭିଡିଓ କେଉଁଠିକାର ତାହା ସ୍ପଷ୍ଟ ହୋଇ ନାହିଁ। 

ଏହା କେଉଁ ସ୍ଥାନର ଭିଡିଓ ଜାଣିବା ପାଇଁ ଆମେ ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ଅନ୍ୟ ଏକ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ସୂଚନା ଅନୁଯାୟୀ ଭାଇରାଲ ଭିଡିଓଟି ଚୀନ ଦେଶର ଏକ ଚା’ ଚାଷ ସ୍ଥାନର ଅଟେ।

ଏହି ଭିଡିଓରେ ଆମକୁ ଗୋଟିଏ ମୋଟର ସାଇକଲର ପଞ୍ଜୀକରଣ ନମ୍ବର ମଧ୍ୟ ଦେଖିବାକୁ ମିଳିଲା। ଏକ ହଳଦିଆ ନମ୍ବର ପ୍ଲେଟ୍ ରେ A650 ଲେଖା ହୋଇଥିବା ମିଳିଲା। ଆମେ ଜାଣିଛୁ ଯେ ଭାରତରେ କେବଳ ବ୍ଯବସାୟିକ ଗାଡି ଗୁଡିକରେ ହଳଦିଆ ନମ୍ବର ପ୍ଲେଟ୍ ରେ କଳା ଅକ୍ଷରରେ ଲେଖା ହୋଇଥାଏ। ଏହା ବାବଦ ଭାରତରେ ସମସ୍ତ ଗାଡିର ନମ୍ବର ପ୍ଲେଟର ଶେଷରେ ୪ ସଂଖ୍ୟାର ନମ୍ବର ରହିଥିବା ବାଧ୍ୟତାମୂଳକ। 

ଅନ୍ୟ ଏକ ୟୁଟ୍ଯୁବ ଭିଡିଓରେ କୁହା ଯାଇଛି ଯେ ଏହି ଭିଡିଓ ଚୀନର ସିଚୁଆନ ସହରର ଘଟଣା ଅଟେ। ସୂଚନା ଅନୁଯାୟୀ ଏହି ଗ୍ରାମରେ ୭୨ ପରିବାର ଗତ ୨୦୦ ବର୍ଷରୁ ବାସ କରି ଆସିଛନ୍ତି। ଏହି ମହିଳା ମାନେ ଏକ ଚା’ ଚାଷ ଜମିରେ କାମ କରନ୍ତି। ପ୍ରତ୍ଯେକ ଦିନ ସେମାନେ ଚା’ ପତ୍ର ତୋଳି ନିଜ ପରିବାରର ପୋଷଣ କରନ୍ତି। ଏହି ଚା’ ଚାଷ ଜମିରେ ୮୦ ଜଣ ମହିଳା କାମ କରନ୍ତି। 

https://www.youtube.com/watch?v=Pv0sHxVj1SA&t=46s

ଭିଡିଓରେ ସମାନ ନମ୍ବର ଥିବା ମୋଟର ସାଇକଲ୍ ଦେଖିବାକୁ ମିଳିଲା। ମୋଟର ସାଇକଲରେ ଗୋଟିଏ ବ୍ଯାଗ୍ ମଧ୍ୟ ଅଛି ଯେଉଁଥିରେ ଚୀନ ଭାଷାରେ କିଛି ଲେଖା ଯାଇଛି। ନିମ୍ନରେ ଆପଣ ମାନେ ଫୋଟୋରେ ତାହା ଦେଖି ପାରିବେ। 

ଅଧିକ ସର୍ଚ୍ଚ କରିବା ପରେ ଆମେ ୱିକିପେଡିଆ ମାଧ୍ୟମରୁ ଜାଣିବାକୁ ପାଇଲୁ ଯେ ଏହି ନମ୍ବର ପ୍ଲେଟ୍ ଚୀନର ଫୁଜିଆନ୍ ପ୍ରାନ୍ଥର କ୍ଵାଞ୍ଜହୌ ସହରର ଅଟେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଏହି ଭିଡିଓ ଅରୁଣାଚଳ ପ୍ରଦେଶର ନୁହେଁ, ବରଂ ଚୀନ ଦେଶର ଅଟେ ଏବଂ ଏହି ମହିଳା ମାନେ ଚା’ ଚାଷୀ ଅଟନ୍ତି। 

Avatar

Title:କ’ଣ ପାହାଡୀ ଅଞ୍ଚଳରେ ମୋଟର ସାଇକଲ୍ ଚଲାଉଥିବା ମହିଳା ମାନଙ୍କର ଏହି ଭିଡିଓ ଅରୁଣାଚଳ ପ୍ରଦେଶର ଅଟେ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *