
ଏକ ନବ ବିବାହିତ ଦମ୍ପତି ମଞ୍ଚରେ ପରସ୍ପର ସହ ଲଢୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଏକ ବାସ୍ତବ ଜୀବନର ଘଟଣା ଭାବରେ ବ୍ୟାପକ ପ୍ରସାରିତ ହେଉଛି। ଉପଭୋକ୍ତାମାନେ ଏହି ଭିଡିଓକୁ ଏକ ପ୍ରକୃତ ଘଟଣା ଭାବରେ ସେୟାର କରୁଛନ୍ତି ଯେଉଁଥିରେ ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଚାପୁଡ଼ା ମାରିଛନ୍ତି, କାରଣ ତାଙ୍କୁ ଦେଇଥିବା ଖାଦ୍ୟ ଖାଇବା ପରିବର୍ତ୍ତେ ଫୋଟୋ କ୍ଲିକ୍ କରିବାରେ ବ୍ୟସ୍ତଥିଲେ। ଉପଭୋକ୍ତାମାନେ ଏହି ଭିଡିଓକୁ ନିମ୍ନରେ ଦେଖାଯାଇଥିବା ପରି ବ୍ୟଙ୍ଗାତ୍ମକ କ୍ୟାପସନ୍ ସହିତ ଏକ ମଜାଳିଆ କିନ୍ତୁ ପ୍ରକୃତ ଘଟଣା ଭାବରେ ଅଂଶୀଦାର କରୁଛନ୍ତି।
Nilanchal Pradhan ଭାଇରାଲ ପୋଷ୍ଟ ସେୟାର କରି ଲେଖାଯାଇଛି, ଆଜି କାଲି ବିବାହ ମଣ୍ଡପ ରେ ଏଭଳି ଘଟଣା ସାଧାରଣ ହେଇଗଲାଣି ଯାହାକି ଭବିଷ୍ୟତରେ ସନାତନ ସଂସ୍କୃତି ପାଇଁ ଭୟଙ୍କର ଅଭିଶାପ ବୋଲି ପ୍ରମାଣିତ ହେବ । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଅନୁସନ୍ଧାନ-
ଗୁଗୁଲରେ ଏକ ଓଲଟା ପ୍ରତିଛବି ସନ୍ଧାନ ଏବଂ ଏକ କୀୱାର୍ଡ ସନ୍ଧାନ କରି ଆମେ ଆମର ଅନୁସନ୍ଧାନ ଆରମ୍ଭ କଲୁ। ଯାହା ଆମକୁ 5 ଏପ୍ରିଲ 2022 ରେ “AVI MUSIC” ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ ଦ୍ୱାରା ପୋଷ୍ଟ କରାଯାଇଥିବା ଭିଡିଓର ପାଇଲୁ। ପୋଷ୍ଟର କ୍ୟାପସନରେ ଦର୍ଶାଯାଇଛି ଯେ ଏହା ଏକ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଉଥିବାର ଦେଖାଯାଉଛି। ଭିଡିଓରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଏଥିରେ ମାଥିଲି କମେଡି ଦେଖାଯାଉଛି। ଭିଡିଓଟି #maithilicomedy #ishikacomedy #laduwacomedy ଭଳି ଟ୍ୟାଗ୍ ସହିତ ସେୟାର୍ ହୋଇଛି।
ଭିଡିଓର ବର୍ଣ୍ଣନା ଅନୁଯାୟୀ ଏଥିରେ ଏକ ସ୍କ୍ରିପ୍ଟିଡ୍ ଭିଡିଓ ଦେଖାଯାଇଛି ଯାହା ଅରୁଣ ବିଜୟଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି। ଅଭିନେତାମାନଙ୍କ ନାମ ହେଉଛି ଇଶିକା, ଅଭିନାଶ, ଗଜେନ୍ଦ୍ର ଗଜୁ, ପିପି ଏବଂ ଲଭଲି। ଏହିପରି, ଭିଡିଓ ହେଉଛି ଏକ ସ୍କ୍ରିପ୍ଟିଡ୍ ସୁଟ୍।
ଆମେ ପାଇଲୁ ଯେ ଚ୍ୟାନେଲ AVI ମ୍ୟୁଜିକ୍ ମାଥିଲି କମେଡି ନାମକ ଅନ୍ୟ ଏକ ଚ୍ୟାନେଲ ସହିତ ଜଡିତ। ଫ୍ୟାକ୍ଟ କ୍ରେସେଣ୍ଡୋ ଚ୍ୟାନେଲ ମାଥିଲି କମେଡିରୁ ସଞ୍ଜୟ ଭୁଜେଲ ନାମକ ଜଣେ ଟେକ୍ନିସିଆନଙ୍କୁ ଇମେଲ ମାଧ୍ୟମରେ ଯୋଗାଯୋଗ କରିଥିଲେ। ସେ ଆମକୁ ନିଶ୍ଚିତ କରିଛନ୍ତି ଯେ ଭାଇରାଲ୍ ଭିଡିଓ ପ୍ରକୃତ ଘଟଣା ନୁହେଁ। ଏହା ଏକ ସ୍କ୍ରିପ୍ଟିଡ୍ ଭିଡିଓ। ଏହା ଏକ କମେଡି ଭିଡିଓର ଏକ ଅଂଶ ଏବଂ ସେଠାରେ ଅନେକ ଭିଡିଓ ଅଛି । ଆମେ ସେଟ୍ ତିଆରି କରି ଏକ ମାସ ପୂର୍ବରୁ ଭିଡିଓ ସୁଟ୍ କରିଥିଲୁ। ଅଭିନେତାଙ୍କ ନାମ ଇଶିକା ଭୁଜେଲ ଏବଂ ଅଭିନାଶଃ ଦୁହେଁ ନେପାଳର ଜନକପୁରର ଅଟନ୍ତି।
ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ ସ୍କ୍ରିପ୍ଟିଡ୍ ଅଟେ। ଭିଡିଓରେ କୌଣସି ସ୍ତ୍ରୀ ନିଜ ବରକୁ ପିଟୁଥିବାର ପ୍ରକୃତ ଘଟଣା ନାହିଁ ।

Title:କ’ଣ ଏକ ଏକ ନବ ବିବାହିତ ଦମ୍ପତି ମଞ୍ଚରେ ପରସ୍ପରକୁ ପିଟୁଛନ୍ତି ?
Fact Check By: Saritadevi SamalResult: False
