ସାର୍ ଗଙ୍ଗା ରାମ ହସ୍ପିଟାଲର ଡା ରାଜ କମଲ ଅଗ୍ରୱାଲ ନାମରେ ଭାଇରାଲ୍ ହେଉଥିବା COVID19 ପ୍ରେସକ୍ରିପସନ୍ ନକଲି ଅଟେ ।

False Medical

କୋରୋନା କୁ ନେଇ ଚିନ୍ତା ଦିନ କୁ ଦିନ ବଢ଼ିବାରେ ଲାଗିଛି। ଏଥି ମଧ୍ୟରେ ସୋସିଆଲ ମିଡ଼ିଆରେ ଏକ ଫୋଟୋ ଘୁରି ବୁଲୁଛି। ଦିଲ୍ଲୀର ସାର୍ ଗଙ୍ଗା ରାମ ଡାକ୍ତରଖାନା ସାମାଜିକ ଦୂରତା, ହାତ ଧୋଇବା ଏବଂ ମାସ୍କ ପିନ୍ଧିବା ବ୍ୟତୀତ କୋଭିଡ -19 ର ସୁରକ୍ଷା ପାଇଁ ଏକ ଔଷଧର ତାଲିକା ପ୍ରକାଶ କରିଛି ବୋଲି ଦାବି କରାଯାଇଛି।  ଏହି ପ୍ରେସକ୍ରିପସନ୍ ସାର୍ ଗଙ୍ଗା ରାମ ହସ୍ପିଟାଲର ଡ. ରାଜ କମଲ ଅଗ୍ରୱାଲଙ୍କ ଦ୍ୱାରା ଲେଖାଯାଇଛି। ଏହି ପ୍ରେସକ୍ରିପସନ ଫେସବୁକରୁ ନେଇ ହ୍ୱାଟ୍ସ ଅପ ପର୍ଯ୍ୟନ୍ତ ଭାଇରାଲ ହେଇଛି। ପ୍ରେସକ୍ରିପସନରେ ଲେଖା ଯାଇଛି ଯେ, କୋରୋନା ଲକ୍ଷଣ ଦେଖା ଗଲେ ପ୍ରେସକ୍ରିପସନରେ ଦିଆ ଯାଇଥିବା ଔଷଧ ନିଅନ୍ତୁ। ହସ୍ପିଟାଲ ଯିବାଆବଶ୍ୟକତା ନାହିଁ। ତେବେ ଭାଇରଲା ହେଇଥିବା ପ୍ରେସକ୍ରିପସନର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ତଳେ  ଭାଇରାଲ ପ୍ରେସକ୍ରିପସନ ଦେଖନ୍ତୁ।   

ତେବେ କୋରୋନା ଲକ୍ଷଣ ଦେଖା ଦେଲେ କେଉଁ ଔଷଧ ଖାଇବେ ତାହାର ଏହି ପ୍ରେସକ୍ରିପସନ କଣ ଗଙ୍ଗା ରାମ ହସ୍ପିଟାଲର ଡ. ରାଜ କମଲ ଅଗ୍ରୱାଲ ଲେଖି ଛନ୍ତି ।  ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ପୋଷ୍ଟ ସମ୍ଭନ୍ଧରେ ଗୁଗୁଲରେ ସର୍ଚ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ପୋଷ୍ଟ ସହ ଜଡ଼ିତ କିଛି ଲିଙ୍କ ପାଇଲୁ।   ର୍କୋଭିଡ -19 ର ସାମାନ୍ୟ ଲକ୍ଷଣ ଥିଲେ କେଉଁ ଔଷଧ ସେବନ କରିବେ ତାହା ଭାଇରାଲ  ପୋଷ୍ଟରେ କୁହାଯାଇଛି। ସର୍ଚ୍ଚରେ ଆମକୁ ସାର୍ ଗଙ୍ଗା ରାମ ହସ୍ପିଟାଲର ଏକ ଟ୍ୱିଟର ଆକାଉଣ୍ଟ ପାଇଲୁ, ଯେଉଁଥିରେ ଭାଇରାଲ ପୋଷ୍ଟକୁ ନେଇ ଟ୍ୱିଟ କରାଯାଇଛି।  ଏହି ଟ୍ୱିଟରେ ଭାଇରାଲ ଫଟୋ ଉପରେ ଏକ ନକଲି ଷ୍ଟାମ୍ପ୍ ଲଗାଯାଇ ପୋଷ୍ଟକୁ ମିଥ୍ୟା କୁହାଯାଇଛି। ଟ୍ୱିଟରରେ ହସ୍ପିଟାଲ ତରଫରୁ ସ୍ପଷ୍ଟ କରାଯାଇଛି ଯେ, “ଏହା ଆମ ନଜରକୁ ଆସିଛି ଯେଉଁଥିରେ  ଡାକ୍ତର ରାଜକମଲ ୟାଦବଙ୍କର ନକଲି ଦସ୍ତଖତ ଏହି  ନକଲି ପ୍ରେସକ୍ରିପସନ ପ୍ରଚାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- TwitterArchive

ଏହା ପରେ ଫ୍ୟାକ୍ଟ କ୍ରିସକେଣ୍ଡୋ ଓଡ଼ିଆ ଟିମ ଏହାକୁ ନେଇ ଶ୍ରୀ ଗଙ୍ଗାରାମ ହୋସ୍ପଟିଲ କର୍ମିଚାରିଙ୍କ ସହ ସମ୍ପର୍କ କରିଲୁ। ହସ୍ପିଟାଲର କର୍ମିଚାରି ସ୍ପଷ୍ଟ କହିଥିଲେ ଯେ, “ ଭାଇରାଲ ପୋଷ୍ଟ ଫେକ୍ ଅଟେ। ଶ୍ରୀ ଗଙ୍ଗାରାମ ହୋସ୍ପଟାଲର କୌଣସି ଡାକ୍ତର ଏପରି ପ୍ରେସକ୍ରିପସନ ଲେଖି ନାହାନ୍ତି। ଏହାକୁ ନେଇ ଆମେ ନିକଟସ୍ଥ ପୋଲିସଥାନାରେ ଏତଲା ମଧ୍ୟ ଦେଇଛୁ।“

Hydroxy chloroquine ଔଷଧ କୋରୋନା ପାଇଁ କେତେ ଉପଯୋଗୀ ?

କଣ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ୍ ଔଷଧ କୋରୋନା ଲକ୍ଷଣ ଦେଖାଇଲେ ସମସ୍ତେ ବ୍ୟବହାର କରାଯାଇ ପାରିବ ନା ନାହିଁ ତାହା ଗୁଗୁଲରେ ସର୍ଚ୍ଚ କରିଲୁ। ଯେଉଁଥିରେ ଆମେ କିଛି ଲିଙ୍କ ମଧ୍ୟ ପାଇଲୁ। Poison ପେଜରୁ ମିଳିଥାବ ସୂଚନା ଅନୁସାରେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ୍ ସମସ୍ତ କୋରୋନା ଲକ୍ଷଣ ଦେଖା ଯାଉଥିବା ରୋଗୀଙ୍କ ପାଇଁ ନୁହେଁ। ଏହି ଔଷଧକୁ ବୌଜ୍ଞାନିକ ପରୀକ୍ଷଣ ଭାବେ ବ୍ୟବହାର କରୁଛନ୍ତି। ଏହାକୁ ଡାକ୍ତରର ପରାମର୍ଶରେ ବ୍ୟବହାର କରିବା ପାଇଁ କୁହାଯାଇଛି। ଏହା ଛଡ଼ା ଏହି ଔଷଧର ସାଇଡ୍ଇଫେକ୍ଟଥିବା ହେବାର ସମ୍ଭାବନା ମଧ୍ୟ ରହିଥାଏ।  ଅଧିକ ସୂଚନା ପାଇଁ  ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- PoisonArchive

ଏହା ପରେ ଆମକୁ ichowk ପେଜରେ କିଛି ଲିଙ୍କ ମିଳିଲା। ପଜର ଖବର ଅନୁସାରେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ୍ ଔଷଧକୁ ଡାକ୍ତରଙ୍କୁ ନ ପଚାରି ସେବନ କରିବା କ୍ଷତୀକର ହୋଇପାରେ। ଏହି ଔଷଧର ଭୁଲ ପ୍ରଭାବ ମଧ୍ୟ ଦେଖେଇ ପାରେ । ଏହା ଛଡ଼ା ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଏହି ଔଷଧକୁ ଡାକ୍ତରଙ୍କ ବିନା ପରାମର୍ଶରେ ନେଲେ ମୃତ୍ୟୁ ମଧ୍ୟ ହୋଇପାରେ।  ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- ichowkArchive

Vitamin C , Zinc  କୋଭିଡ-19 –

24 ମେ Newindianexpress ଖବର ପଜରେ କୋଭିଡ-19 ସଂକ୍ରମଣରେ Vitamin C ଏବଂ  Zinc ଔଷଧ ଖାଇବା ନେଇ ଖବର ପ୍ରକାଶିତ ହୋଇଛି। ଖବର ଅନୁସାରେ କୋରୋନା ମାହାମାରି ଦିନ କୁ ଦିନ ବଢ଼ିବାରେ ଲାଗିଛି। ଏଥି ପାଇଁ ଲୋକମାନେ ଭୟରେ  ଏହି ଦୁଇ ଔଷଧ ଦୋକାନରୁ ନେଇ ଯାଉଛନ୍ତି। କିନ୍ତୁ ଖବରରେ କୁହା ଯାଇଛି ଯେ, ଡାକ୍ତରଙ୍କ ବିନା ପରାମର୍ଶରେ ଏହି ଔଷଧ ନେଲେ ସ୍ୱାସ୍ଥ୍ୟ ସ୍ଥିତି ବିଗିଡ଼ି ପାରେ। କୋରୋନା ପାଇଁ କୌଣସି ଔଷଧ ଡାକ୍ତରଙ୍କ ବିନା ପରାମର୍ଶରେ ନ ନେବା ପାଇଁ ନିବେଦନ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ। – Newindianexpress Archive

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ପ୍ରେସକ୍ରିପସନ୍ ନକଲି ଅଟେ। ଶ୍ରୀ ଗଙ୍ଗାରାମ ହୋସ୍ପିଟାଲ ତରଫରୁ ସ୍ପଷ୍ଟ କରିଛନ୍ତି ଯେ, ଭାଇରାଲ ପ୍ରେସକ୍ରିପସନ୍ ହସ୍ପିଟାଲ ତରଫରୁ କୌଣସି ଡାକ୍ତର ଲେଖି ନାହାନ୍ତି।

Avatar

Title:ସାର୍ ଗଙ୍ଗା ରାମ ହସ୍ପିଟାଲର ଡା ରାଜ କମଲ ଅଗ୍ରୱାଲ ନାମରେ ଭାଇରାଲ୍ ହେଉଥିବା COVID19 ପ୍ରେସକ୍ରିପସନ୍ ନକଲି ଅଟେ ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *