ପାଣିରେ ବୁଡ଼ିଯାଉଥିବା ପିଲାର ଭିଡିଓ ଭାରତର ନୁହେଁ ବରଂ ବାଂଗଲାଦେଶର ଅଟେ।

False Social

ସୋସିଆଲ ମିଡିଆର ଏକ ଭିଡିଓ ଭାଇରାଲ ହେଉଛି। ଏହି 30 ସେକେଣ୍ଡର ଭିଡିଓରେ, ଛୋଟ ପିଲା ପାଣିରେ ଫସି ରହିଥିବାର ଦେଖାଯାଉଛି।  ଭିଡିଓ ସହିତ ଦାବି କରାଯାଉଛି ଯେ ଚାମ୍ବଲ ନଦୀରେ କୁମ୍ଭୀର ଆକ୍ରମଣରୁ CDRF ଦଳ ଦ୍ୱାରା ଜଣେ ପିଲା ଉଦ୍ଧାର ହୋଇଥିଲେ।  ଭାଇରାଲ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବନିଛି।

Bäblû Mohanty ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ, ବନ୍ୟା ପାଇଁ ବୁଡି ଯାଉଥିବା ଏକ ପିଲା ଚମ୍ବଲ୍ ନଦୀରେ କୁମ୍ଭୀର ମାନଙ୍କ ଦ୍ଵାରା ଘେରି ହୋଇ ଯାଇଥିବା ସମୟରେ ରେସ୍କ୍ୱେ ଟିମ୍ କିଛି ଏମିତି ଭାବରେ ବଞ୍ଚାଇଲେ ପିଲାର ଜୀବନ,ଅଧିକାଂଶ ସମୟରେ ଜୀବନ ମୃତ୍ୟୁ ସଂଘର୍ଷରେ ବିଜୟ ଜୀବନର ହିଁ ହୋଇଥାଏ।

ଫେସବୁକଆର୍କାଇଭ

ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 7 ହଜାରରୁ ଅଧିକ ଲାଇକ ଏବଂ ଅଧିକ କମେଣ୍ଟ ସହିତ ଭିୟ୍ୟୁ ମଧ୍ୟ ମିଳିଛି।

ଅନୁସନ୍ଧାନ-

ଗୁଗୁଲ୍ ରିଭର୍ସ ଇମେଜ୍ ଟୁଲ୍ ସାହାଯ୍ୟରେ ଭାଇରାଲ ଭିଡିଓ ଖୋଜିବାକୁ ଆମେ ଚେଷ୍ଟା କରିଲୁ। ସନ୍ଧାନ ସମୟରେ, ଏହି ଭିଡିଓ ଜୁନ୍ 19 ରେ ବଙ୍ଗଳା ନ୍ୟୁଜ୍ ଅପଡେଟ୍ ଦ୍ୱାରା ଅପଲୋଡ୍ ହୋଇଥିଲା। ଯେଉଁଥିରେ ସୂଚନା ଦିଆଯାଇଥିଲା ଯେ ଏହି ଭିଡିଓ ବାଂଲାଦେଶର ସିଲହେଟରେ ଜିଓଟ୍ୟାଗ କରାଯାଇଛି। 

21 ଅଗଷ୍ଟ 2021 ରେ BD ଟ୍ରାଭେଲର୍ସ 21 ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି।  ଭିଡିଓର ବିସ୍ତୃତ ବର୍ଣ୍ଣନାରୁ ମିଳିଥିବା ସୂଚନା ଅନୁଯାୟୀ, ବାଂଲାଦେସର ଚାନ୍ଦପୁରର ତିନିଟି ନଦୀ ମୁହାଣରେ ଏହି ଘଟଣା ଘଟିଛି। ସେଇଠି ପିଲାଟି ପଡ଼ିଯାଇଥିଲା ପରେ ଟ୍ରଲର ତାଙ୍କୁ ଉଦ୍ଧାର କରିଥିଲା।

ପ୍ରକାଶିତ ଖତବରରେ କୁହାଯାଇଛି ଯେ,ଚାନ୍ଦପୁର ହେଉଛି ତିନୋଟି ନଦୀର ମୁଖ। ବର୍ତ୍ତମାନ ଏହି ତିନୋଟି ନଦୀର ଅସାନ୍ତ ହୋଇଛି। ପ୍ରତିଦିନ କିଛି ଟ୍ରଲର, ଡଙ୍ଗା, ଷ୍ଟିମର କିମ୍ବା ଲୋକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏକ ବାଳକ ଏହି ଭୟଙ୍କର ନଦୀରେ ପଡ଼ିଗଲା। ବାସ୍ତବରେ, କେବଳ ଭାଗ୍ୟ ଯୋଗୁଁ ପିଲାଟି ରକ୍ଷା ପାଇଲା। ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ଏହି ତିନୋଟି ନଦୀ ମୁହାଣକୁ ଆସନ୍ତି ସେମାନେ ନଦୀଠାରୁ କିଛି ଦୂରରେ ରହିବା ଉଚିତ୍ ଏବଂ ଯେଉଁମାନେ ଡଙ୍ଗା ସାହାଯ୍ୟରେ ନଦୀକୁ ଯାଆନ୍ତି ସେମାନେ ଲାଇଫ୍ ଜ୍ୟାକେଟ୍ ପିନ୍ଧିବା ଉଚିତ୍।

ଶେଷକଥା

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ପାଣିରେ ବୁଡ଼ିଯାଉଥିବା ପିଲାଟିର ଏହି ଭାଇରାଲ ଭିଡିଓ ଭାରତର ନୁହେଁ ବରଂ ବାଂଗଲାଦେଶ ଅଟେ।  

Avatar

Title:ପାଣିରେ ବୁଡ଼ିଯାଉଥିବା ପିଲାର ଭିଡିଓ ଭାରତର ନୁହେଁ ବରଂ ବାଂଗଲାଦେଶର ଅଟେ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *