କ’ଣ ସମ୍ବିତ ପାତ୍ର ଟୁଇଟ ମାଧ୍ୟମରେ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ଦାଦାଜି ନିଜ ଶେଷ ସମୟ ପର୍ଯ୍ୟନ୍ତ ଅବିବାହିତ ରହିଥିଲେ? ଜାଣନ୍ତୁ ସତ୍ୟ।

False Political

ବର୍ତ୍ତମାନ ସୋସିଆଲ ମିଡିଆରେ ସମ୍ବିତ ପାତ୍ରଙ୍କର ଏକ ଟୁଇଟ ଭାଇରାଲ ହେବାରେ ଲାଗିଛି। ଟୁଇଟ ମାଧ୍ୟମରେ ସମ୍ବିତ ପାତ୍ର କହିଛନ୍ତି ଯେ ମୋଦୀଜିଙ୍କର ଦାଦାଜି ନିଜ ଶେଷ ସମୟ ପର୍ଯ୍ୟନ୍ତ ଅବିବାହିତ ଥିଲେ। 

ଟୁଇଟରେ ରେ କୁହା ଯାଇଛି ଯେ ମୋଦୀଜି ଦେଶ ପାଇଁ ନିଜ ପରିବାରକୁ ତ୍ୟାଗ କରିଛନ୍ତି ଏବଂ ତାଙ୍କ ଦାଦାଜି ନିଜ ଶେଷ ସମୟ ପର୍ଯ୍ୟନ୍ତ ଦେଶର ହିତ ପାଇଁ ଅବିବାହିତ ରହିଥିଲେ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଟୁଇଟ ସମ୍ବିତ ପାତ୍ରଙ୍କ ନାମରେ ଥିବା ଏକ ନକଲି ଟୁଇଟର ଏକାଉଣ୍ଟରୁ ଆସିଛି। 

କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ? 

ଟୁଇଟର ସ୍କ୍ରିନଶଟ୍ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଏ ଟୁଇଟ ଟା ସାରା ବିଶ୍ଵରେ ଘୂରିବୁଲୁଛି। ଗୋବରା ପାତ୍ର ନିଶାରେ ଲେଖିଦେଇଛି ନା କଣ। ପଢନ୍ତୁ ତାପରେ ବୁଝନ୍ତୁ ତାପରେ କୁହନ୍ତୁ ମୋଇଜି ଆସିଲେ କେଉଁଠୁ।

Facebook | Archive

ସମାନ ପୋଷ୍ଟ ଗତ ବର୍ଷ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା। ଜଣେ ଉପଭୋକ୍ତା ସମାନ ଟୁଇଟର ସ୍କ୍ରିନଶଟ୍ ସେୟାର କରି ପରିହାର କରିଥିଲେ ଯେ “ବର୍ତ୍ତମାନ ଭାରୋଷା ହେଲା ଯେ ମୋଦୀଜି ଜନ୍ମ ନେଇନଥିଲେ, ସେ ଦେଶ ପାଇଁ ଏକ ଅବତାର ଗ୍ରହଣ କରିଥିଲେ।”

ଆମ ଅନୁସନ୍ଧାନ: 

ମୋଦୀଜୀଙ୍କ ବିଷୟରେ ଏପରି ବିବାଦୀୟ ଟୁଇଟ ଜଣେ ବିଜେପି ଦଳ ବରିଷ୍ଠ ନେତାଙ୍କ ଦ୍ଵାରା ଟୁଇଟ ହେଇଥିବା ଦେଖି ଆମକୁ ଏହି ଟୁଇଟ ଉପରେ ସନ୍ଦେହ ହେଲା। ଏହି ବିଷୟରେ ସତ୍ୟତା ଜାଣିବା ପାଇଁ ଆମେ ପ୍ରଥମେ ଟୁଇଟରର ଯାଇ ଭାଇରାଲ ଟୁଇଟ କରିଥିବା ଏକାଉଣ୍ଟ ସର୍ଚ୍ଚ କରିଲୁ। ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ସମାନ ଟୁଇଟର ଏକାଉଣ୍ଟ ଉପଲବ୍ଧ ନାହିଁ କିମ୍ବା ବାତିଲ କରି ଦିଆ ଯାଇଛି।

ଏହା ପରେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ କ’ଣ ପ୍ରକୃତରେ ସମ୍ବିତ ପାତ୍ର ଏପରି ଟୁଇଟ କରିଛନ୍ତି? ତଥ୍ୟ ଖୋଜିବା ପାଇଁ ଆମେ ଟୁଇଟରରେ ସମ୍ବିତ ପାତ୍ରଙ୍କର ଟୁଇଟର ଏକାଉଣ୍ଟ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ତାଙ୍କ ଟୁଇଟର ଏକାଉଣ୍ଟ ଡିଲିଟ୍ ହୋଇନାହିଁ। ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ସେ ଟୁଇଟରରେ ସକ୍ରିୟ ଅଟନ୍ତି ଏବଂ ସେ ଟୁଇଟରରେ ବର୍ତ୍ତମାନ ମଧ୍ୟ ଅନେକ ଟୁଇଟ ପୋଷ୍ଟ କରନ୍ତି। 

ଏହା ପରେ ଆମେ ଭାଇରାଲ ଘେଉଥିବା ଟୁଇଟର ଏକାଉଣ୍ଟ ଏବଂ ଟୁଇଟରରେ ମିଳିଥିବା ସମ୍ବିତ ପାତ୍ରଙ୍କର ସକ୍ରିୟ ଟୁଇଟର ଏକାଉଣ୍ଟ ମଧ୍ୟରେ ତୁଳନା କରିଲୁ। ତୁଳନା ପରେ ଆମକୁ ଦୁଇଟି ଏକାଉଣ୍ଟ ମଧ୍ୟରେ କିଛି ପାର୍ଥକ୍ୟ ଥିବା ମିଳିଲା। ଦୁଇଟି ଏକାଉଣ୍ଟରେ ସମ୍ବିତ ପାତ୍ରଙ୍କ ନାମରେ ପାର୍ଥକ୍ୟ ଥିବା ସହିତ ତାଙ୍କର ଟୁଇଟର ହେଣ୍ଡେଲର ନାମରେ ବନାନ ତ୍ରୁଟି ମଧ୍ୟ ଅଛି। ଏହା ସହିତ କେଉଁ ଉପକରଣ ମାଧ୍ୟମରୁ ଟୁଇଟ କରା ଯାଇଛି ସେଇଟା ମଧ୍ୟ ଭାଇରାଲ ଟୁଇଟରେ ନିଖୋଜ ଅଛି। ନିମ୍ନରେ ଆପଣ ମାନେ ଦୁଇଟି ଏକାଉଣ୍ଟର ତୁଳନା ଦେଖି ପାରିବେ। ଆମେ ସମ୍ବିତ ପାତ୍ରଙ୍କର ସକ୍ରିୟ ଏକାଉଣ୍ଟରୁ ଏକ ଟୁଇଟ ନେଇ ଏହି ତୁଳନା କରିଛୁ। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଟୁଇଟ ସମ୍ବିତ ପାତ୍ରଙ୍କ ନାମରେ ଥିବା ଏକ ନକଲି ଟୁଇଟର ଏକାଉଣ୍ଟରୁ ଆସିଛି। ସମ୍ବିତ ପାତ୍ରଙ୍କର ଅସଲି ଟୁଇଟର ଏକାଉଣ୍ଟ ଭାଇରାଲ ଟୁଇଟର ଏକାଉଣ୍ଟ ଠାରୁ ଭିନ୍ନ ଅଟେ। ଭାଇରାଲ ଟୁଇଟ ସମ୍ବିତ ପାତ୍ରଙ୍କ ଦ୍ଵାରା କରା ଯାଇ ନାହିଁ।

Avatar

Title:କ’ଣ ସମ୍ବିତ ପାତ୍ର ଟୁଇଟ ମାଧ୍ୟମରେ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ଦାଦାଜି ନିଜ ଶେଷ ସମୟ ପର୍ଯ୍ୟନ୍ତ ଅବିବାହିତ ରହିଥିଲେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *