
ଚିନରେ କୋରୋନା ଭାଇରସ ଭୟଙ୍କର ରୂପ ଧରିଛି। ବଡ଼ ସଂଖ୍ୟାରେ ଲୋକ ଏହି ଭାଇରସ ସମ୍ପର୍କରେ ଆସିଛନ୍ତି। ଏହି ଭାଇରସ କାରଣରୁ ଲୋକଙ୍କର ମୃତ୍ୟୁ ମଧ୍ୟ ହେଇଛି। ଭାଇରସ କେବଳ ଚିନରେ ନୁହେଁ ବରଂ ଚିନର ଆଖପାଖ ଦେଶରେ ମଧ୍ୟ ଭୟଙ୍କର ରୂପରେ ବ୍ୟାପିଚାଲିଛି। ଏଣେ ଏହି ଭାଇରସ କବଳରୁ ରକ୍ଷ୍ୟା ପାଇବା ପାଇଁ ଏ ପର୍ଯ୍ୟନ୍ତୁ କୌଣସି ସଠିକ ଔଷଧ ବାହାର କରାଯାଇ ନାହିଁ। କୋରୋନା ଭାଇରସ ଥଣ୍ଡା ଜରରୁ ଆରମ୍ଭ ହୋଇଥାଏ ଏବଂ ପରେ ଏହା ଭୟଙ୍କର ରୂପ ନିଏ ଯେଉଁଥିରେ ବ୍ୟକ୍ତିର ବଞ୍ଚିବା ଅସମ୍ଭବ ହୋଇଯାଏ। ଏହି ଭାଇରାସ ଭାରତକୁ ଆସିବାର ସନ୍ଧେହ କରାଯାଇଛି। ଏଥି ମଧ୍ୟରେ ସୋସିଆଲ ମିଡିଆ ଏବଂ ହ୍ୱାଟ୍ସ ଅପରେ ଏକ ଭିଡିଓ ଭାଇରାଲ ହେଉଛି ଏବଂ ଏହି ଭିଡିଓରେ ଦେଖା ଯାଉଥିବା ପଦାର୍ଥକୁ କୋରନା ଭାଇରସ ବୋଲି ଦାବି କରାଯାଉଛି। ଭିଡିଓରେ ଜଣେ ବ୍ୟକ୍ତିର ମୁହଁରୁ କିଛି ପଦାର୍ଥ କାଢ଼ୁଥିବାର ଦେଖା ଯାଉଛି। ଏହି ପଦାର୍ଥକୁ ଅପରେସନ କରି କଢ଼ା ଯାଉଛି। ଏହି ଭିଡିଓକୁ ହ୍ୱାଟ୍ସପରୁ ହ୍ୱାଟ୍ସପ ଭାଇରାଲ କରାଯାଉଛି।

ତେବେ ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। କ’ଣ ଭାଇରାଲ ଭିଡିଓ କୋରନା ଭାଇରସର ପରିଣାମ ଅଟେ। ଏହି ସମ୍ପର୍କରେ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଭାଇରାଲ ଭିଡିଓକୁ ଇନବିଡରେ ପାକାଇ ଇମେଜରେ ଭାଙ୍ଗିଲୁ। ଏହା ପରେ ଏହି ଭିଡିଓର କିଛି ଫୋଟୋକୁ ଗୁଗୁଲରେ ରିଭର୍ସ ଇମେଜ କରିଲୁ। ରିଭର୍ସ ଇମେଜରେ ଆମେ ଏହି ଭିଡିଓ ଏକ ୟୁଟ୍ୟୁବ ଚ୍ୟାନେଲରେ ପାଇଲୁ। ଏହି ଭିଡିଓ 24 ଅକ୍ଟୁବର 2019ରେ Punto Negro ନାମକ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରାଯାଇଥିଲା। ତଳେ ଭିଡିଓ ଦେଖନ୍ତୁ। ଏହି ଭିଡିଓ 2019 ଅକ୍ଟୁବରରୁ ନେଟରେ ଅଛି। କିନ୍ତୁ କୋରନା ଭାଇରସ ଗତ 26 ଜାନୁଆରିରୁ ସାମ୍ନାକୁ ଆସିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓର କୋରନା ଭାଇରସ ସହ କୌଣସି ସମ୍ପର୍କ ନାହିଁ।
ଏହା ପରେ ଆମେ ଭାଇରଲା ଭିଡିଓ ବିଷୟରେ ଜାଣିବା ପାଇଁ ଅଧିକ ଅନୁସନ୍ଧାନ କରିଲୁ। ଆମକୁ 17 ଅଗଷ୍ଟ 2015ରେ Mirror UK ନାମକ ପୋଜରେ ଏହି ଭିଡିଓପରି ଅନ୍ୟ ଏକ ଭିଡିଓ ପୋଷ୍ଟ ହୋଇଥିବାର ମିହିଲା। ପ୍ରକାଶିତ ଅନୁଚ୍ଛେଦରେ ଲେଖା ଯାଇଥିଲା ଯେ, a woman who got a live maggot pulled out from her lips. ଅର୍ଥାତ୍ ମହିଳାର ଓଠରେ ମାଛି ବା ଗୁଣଗୁଣିଆଁ ମାଛିର ଅଣ୍ଡା ଫାଟି ଏହାର କିଟ ପସି ଜାଇଛି ଯାହାକୁ ଏକ ଡାକ୍ତର କାଢ଼ୁଛନ୍ତି।
ଏହା ବିଷୟରେ ଅଧିକ ଜାଣିବା ପାଇଁ ଆମକୁ Animal Planets ଏକ ଭିଡିଓ ମିଳିଲା। ଅଧିକ ଜାଣିବା ପାଇଁ ଏହି ଭିଡିଓ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡିଓର କୋରନା ଭାଇରସ ସହ କୌଣସି ସମ୍ପର୍କ ନାହିଁ। ଭାଇରାଲ ଭିଡିଓରେ ଓଠରୁ କଢ଼ା ଯାଉଥିବା ପଦାର୍ଥ ମାଛିର ଅଣ୍ଡା ଫାଟିଲା ପରେ ମାଛି ଛୁଆର କିଟ ଅବସ୍ଥା ଅଟେ। ଜାହାକି ମଣିସ ଦେହରେ ପ୍ରବେଶ କରିଯାନ୍ତି। ଏହାକୁ କାଢ଼ିବା ପାଇଁ ଭିଡିଓରେ କରାଯାଉଥିବା ପ୍ରକ୍ରିୟା ବ୍ୟବହାର କରାଯାଏ।