
କୋରୋନା ଭାଇରସର ଭୟାବହତା ମଧ୍ୟରେ ଭାରତ 24 ଘଣ୍ଟା ମଧ୍ୟରେ ଦୁଇଟି ବଲିଉଡ ଷ୍ଟାର ହରାଇଲା। ଦେଶର ଦୁଇ ସୁପରଷ୍ଟାର ଇରଫାନ ଖାନ ଏବଂ ରିଷି କପୁରଙ୍କ ମୃତ୍ୟୁ ଖବର ନେଇ ଦେଶବାସୀ ଶୋକ ପ୍ରକାଶ କରୁଛନ୍ତି। ଦୁଇ ବର୍ଷରୁ ଅଧିକ ସମୟ ଧରି କର୍କଟ ରୋଗ ସହ ସଂଗ୍ରାମ କରୁଥିବା ରିଷି କପୁରଙ୍କର ଏପ୍ରିଲ୍ 30, 2020 ରେ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଡାକ୍ତରଖାନାର କର୍ମଚାରୀ ରିଷି କପୁରଙ୍କୁ ତାଙ୍କ ହିଟ୍ ଚଳଚ୍ଚିତ୍ର ‘ଦିୱାନା’ର ଏକ ଗୀତ ଗାଇ ତାଙ୍କଠାରୁ ଆଶୀର୍ବାଦ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଦାବି କରାଯାଇଛି ଯେ ଏହା ହେଉଛି ରିଷି କପୁରଙ୍କ ମୃତ୍ୟୁ ପୂର୍ବ ରାତିରେ ଭିଡିଓ ଅଟେ।
ଏହି ଭିଡିଓ ଦେଶର ଅନ୍ୟାନ୍ୟ ସ୍ଥାନ ପରି ଓଡ଼ିଶାରେ ବହୁଳ ଭାବରେ ସେୟାର କରାଯାଇଛି ଏବଂ ଅନେକେ ଏହା ଅଭିନେତାଙ୍କ ଶେଷ ଭିଡିଓ ବୋଲି ଦାବି କରିଛନ୍ତି। ଭିଡିଓଟି ଏପ୍ରିଲ 30, 2020 ରେ Amazing Titilagarh ନାମକ ଏକ ଫେସବୁକ ପ୍ରୋଫାଇଲରେ ଅପଲୋଡ୍ ହୋଇଥିଲା। ଆମ ଅନୁସନ୍ଧାନ ପୂର୍ବରୁ ଭିଡ଼ିଓକୁ 136 ଥର ସେୟାର କରାଯାଇଛି। ଏହା ସହ ଭିଡ଼ିଓକୁ 859 ଲାଇକ ମିଳିଛି ଏବଂ ଭିଡ଼ିଓଟିକୁ 9 ହାଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ତଳେ ଭିଡ଼ିଓର ଲିଙ୍କ ଦେଖନ୍ତୁ।
ଏଠାରେ ଭିଡ଼ିଓର Archive ଲିଙ୍କ ଦେଖନ୍ତୁ। ତେବେ କଣ ଭାଇରାଲ ଭିଡ଼ିଓ ଫିଲ୍ମ ଷ୍ଟାର ରିଷି କପୁରଙ୍କର ହସ୍ପିଟାଲରେ ଶେଷ ଭିଡ଼ିଓ ଥିଲା। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭିଇରାଲ ଭିଡ଼ିଓକୁ ଇନବିଡ଼ରେ ପକାଇ ଭାଙ୍ଗିଲୁ। ଏହା ପରେ ମିଳିଥିବା ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଧୀରଜ କୁମାର ଚାନୁ ନାମକ ଏକ ୟୁଟ୍ୟୁବ୍ ପ୍ରୋଫାଇଲରୁ ଅପଲୋଡ୍ ହୋଇଥିବା ଭିଡିଓକୁ ଆମେ ପ୍ରଥମେ ଦେଖିଲୁ। ଆମେ ପାଇଲୁ ଯେ, ଭିଡିଓଟି ପ୍ରକୃତରେ କିଛି ମାସ ପୁରୁଣା ଏବଂ ଫେବୃଆରୀ 3, 2020 ରେ ୟୁଟ୍ୟୁବରେ ଅପଲୋଡ୍ ହୋଇଥିଲା। ତଳେ ଭିଡ଼ିଓ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- You tube
ଏହା ପରେ ଆମେ ଭିଡ଼ିଓରେ ଥିବା ବ୍ୟକ୍ତିଙ୍କ ଫେସବୁକ୍ ପ୍ରୋଫାଇଲ୍ ସର୍ଚ୍ଚ କରି ଦେଖିଲୁ ଯେ, 30 ଏପ୍ରିଲରେ ସେ ନିଜ ଫେସବୁକ୍ ଟାଇମଲାଇନରେ ଏକ ବ୍ୟାଖ୍ୟା ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡ଼ିଓ ୟୁଟ୍ୟୁବ ଚ୍ୟାନେଲ ଧୀରଜ କୁମାର ସାନୁରେ ଅପଲୋଡ କରାଯାଇଛି। ଭିଡିଓରେ ସେ ଏହା ସ୍ପଷ୍ଟ କରିଛନ୍ତି ଯେ ଏହା ଏକ ପୁରୁଣା ଭିଡିଓ ଏବଂ ଫେବୃଆରୀ 1 କିମ୍ବା 2 ରେ ରେକର୍ଡ କରାଯାଇଥିଲା। ତଳେ ଭିଡ଼ିଓର ଲିଙ୍କ ଦେଖନ୍ତୁ। ଏହା ଛଡ଼ା ଏହି ଭିଡ଼ିଓ ବିଷୟରେ ଧିରଜଙ୍କର ଏକ ଇନ୍ଟରଭିୟୁ ABP ନ୍ୟୁଜରେ ଦେଖା ଯାଇଛି।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଏହି ଭାଇରାଲ୍ ଭିଡିଓ ରିଷି କପୁରଙ୍କ ମୃତ୍ୟୁ ପୂର୍ବ ରାତିରେ କିମ୍ବା ମୃତ୍ୟୁର ପୂର୍ବ ଦିନର ନୁହେଁ। ଭାଇରାଲ ଭିଡ଼ିଓ ପୁରୁଣା ଅଟେ ଏବଂ ଫେବୃଆରୀ 3, 2020 ରେ ପ୍ରଥମେ ୟୁଟ୍ୟୁବରେ ଅପଲୋଡ୍ ହୋଇଥିଲା।

Title:ଦୁଇମାସ ପୁରୁଣା ଭିଡ଼ିଓକୁ ରିଷି କପୁରଙ୍କ ମୃତ୍ୟୁ ପୂର୍ବ ଦିନ ଭିଡ଼ିଓ ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False