
ଦେଶରେ ଚାଲିଥିବା ହିଂସା ଏବଂ ଅସାଂନ୍ତି କେବଳ ନ୍ୟୁଜ ଚ୍ୟାନେଲ ଅଥବା ଖବର କାଗଜ ପର୍ଯ୍ୟନ୍ତ ସିମିତ ନୁହଁ। ହିଂସାର ଏହି ବାତାବରଣ ସୋସିଆଲ ମିଡିଆରେ ମଧ୍ୟ ଲାଗି ରହିଛି। ସୋସିଆଲ ମିଡିଆରେ CAA ବିରୋଧ ପ୍ରଦର୍ଶନରୁ ଆରମ୍ଭ କରି ପୋଲିସ ଉପରେ ଲୋକଙ୍କ ପଥର ମାଡ଼ର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥି ମଧ୍ୟରେ 27 ଫେବୃଆରିରେ Motilal panda ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହା ସହ ପୋଷ୍ଟରେ ଦାବି କରିଛନ୍ତି ଯେ, ଭାଇରାଲ ଭିଡିଓ ଦିଲ୍ଲିର ଅଟେ। ଯେଉଁଥିରେ ଲୋକମାନେ ପୋଲିସ ଉପରେ ପଥର ଫିଙ୍ଗୁଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ବାଧହୁଏ ଏସବୁ ଦେଖିବା କଷ୍ଟକର…ଯଦି ଦାୟିତ୍ୱରେ ରହିଥାନ୍ତି ତେବେ ତୁରନ୍ତ ପଥରବାଜ୍ ମାନଙ୍କ ନିମନ୍ତେ ନର୍କାବାସ ଯୋଜନା କାର୍ଯ୍ୟକାରୀ କରିଥାନ୍ତି। କୌଣସି ନାଗରିକର ରାଷ୍ଟ୍ରୀୟ ସମ୍ପତ୍ତି ନଷ୍ଟ କରିବାର ଅଧିକାର ନାହିଁ….ହେଲେ ଏମାନେ ଖୁଲମ ଖୁଲା ଭାବେ କିଛି ରାଜନୈତିକ ଦଳର ଇଙ୍ଗିତରେ ଏମିତି କାଣ୍ଡ ଘଟାଇ ଚାଲିଛନ୍ତି….ଏଥିପ୍ରତି କେନ୍ଦ୍ର ସରକାରଙ୍କ ପକ୍ଷ୍ୟରୁ ଯଥାଶିଘ୍ର କିଛି ଦୃଢ ପଦକ୍ଷେପ ନିଆଯାଉ…ଏହା ଆମ ସାଧାରଣ ଜନତାଙ୍କର ଇଚ୍ଛା…ଜୟ ଭାରତ ମାତା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 49ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟରେ 21 କମେଣ୍ଟ ଏବଂ 61 ଲାଇକ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ Archive ଲିଙ୍କ ଦେଖନ୍ତୁ।
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଇମେଜରେ ଭାଙ୍ଗିଲୁ। ଏହା ପରେ ମିଳିଥିବା ଇମେଜକୁ ଗୁଗୁଲରେ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଏହି ଭିଡିଓ 19 ଡିସେମ୍ବର 2019ରେ ରିପବ୍ଲିକ ୱର୍ଡରେ ପକାଶିତ ହୋଇଥିବା ଏକ ନ୍ୟୁଜ ଭିଡିଓରେ ପାଇଲୁ। ଭିଡିଓକୁ ବିସ୍ତାର ରୂପରେ ଦେଖିବାରୁ ଜାଣିଲୁ ଯେ, ଭାଇରାଲ ଭିଡିଓ ଅହମଦାବାଦର ଅଟେ। Republic Worldର ୟୁଟ୍ୟୁବ ଚ୍ୟାନେଲ ଅନୁସାରେ CAA ବିରୋଧ ପ୍ରଦର୍ଶନ ସମୟର ଅଟେ। ଯେଉଁଥିରେ ପ୍ରଦର୍ଶନକାରିଙ୍କୁ ରୋକିବାକୁ ଯାଇଥିବା ପୋଲିସ କର୍ମିଙ୍କ ଉପରେ ପ୍ରଦର୍ଶନକାରିମାନେ ପଥରମାରି ଆକ୍ରମଣ କରିଥିଲେ।
ଏହା ଛଡ଼ା ଆମକୁ TV9 Gujrati ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଏହି ଭିଡିଓର ନ୍ୟୁଜ ପାଇଲୁ। ଅଧିକ ଜାଣିବା ପାଇଁ ଲିଙ୍କରେ କ୍ଲିକ କରନ୍ତୁ। ଘଟଣା ସମ୍ପର୍କରେ ଅଧିକ ଜାଣିବା ପାଇଁ ଆମେ ଗୁଗୁଲରେ ସର୍ଚ କରିଲୁ। ସର୍ଚରେ ଆମକୁ The times of india ନ୍ୟୁଜ ପେଜରେ ପ୍ରକାଶିତ ହୋଇଥିବା ନ୍ୟୁଜ ପାଇଲୁ। ଯେଉଁଥିରେ ସ୍ପଷ୍ଟ ରୂପରେ ଲେଖା ଯାଇଛି ଯେ, ଭାଇରାଲ ଭିଡିଓରେ ପୋଲିସ ଉପରେ ପଥର ମାରିଥିବା ଅପରାଧିଙ୍କ ନାମରେ ଅହମଦାବାଦ ପୋଲିସ ମାମଲା ରଜୁ କରିଥିଲା। ଏହି ଘଟଣାରେ 20ରୁ ଅଧିକ ପୋଲିସ ଅଧିକାରି ଆଘାତ ହୋଇଥିଲେ। ଅଧିକ ଜାଣିବା ପାଇଁ ଲିଙ୍କରେ କ୍ଲିକ କର।

ଏଠାରେ ଲିଙ୍କ ଦେଖନ୍ତୁ-The times of india। Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ପୋଲିସକୁ ସାଧାରଣ ଲୋକ ପଥର ମାରୁଥିବା ଭାଇରାଲ ଭିଡିଓ ଦିଲ୍ଲିର ନୁହଁ ବରଂ ଅହମଦାବାଦର ଅଟେ। ଭାଇରାଲ ଭିଡିଓ 2019 ଡିସେମ୍ବର ଅଟେ।

Title:ସାଧାରଣ ଲୋକ ପୋଲିସକୁ ପଥର ମାରୁଥିବା ଭାଇରାଲ ଭିଡିଓ ଅହମ୍ମଦାବାଦର ଅଟେ।
Fact Check By: Saritadevi SamalResult: False