
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ 3,200 ବର୍ଷ ପୁରୁଣା ଭଗବାନ ନରସିଂହ ମୂର୍ତ୍ତି ଦେଖାଯାଇଛି ଯାହା ତୁର୍କୀ-ସିରିଆ ସୀମା ନିକଟରେ ଖନନ ସମୟରେ ମିଳିଥିବା ନେଇ ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ହେଉଥିବା ପୋଷ୍ଟ ମିଥ୍ୟା ପ୍ରମାଣିତ ହେଲା।
17 ଏପ୍ରିଲରେ Jagannath Samal ନାମକ ଜଣେ ଫେସବୁକ୍ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି ଏବଂ ଓଡ଼ିଆରେ କ୍ୟାପସନରେ ଲେଖାଯାଇଛି ଯେ, “ତୁର୍କୀ-ସିରିଆ” ସୀମାରେ ଥିବା “ଟାଇଗ୍ରିସ୍ ନଦୀ” ରେ ଖନନ ସମୟରେ ମିଳିଥିବା ଏକ 3000 ବର୍ଷ ପୁରୁଣା ପ୍ରଭୁ ନରସିଂହଙ୍କ ପ୍ରତିମୂର୍ତ୍ତି। ! ଜୟ ସନାତନ ଜୟ ହିନ୍ଦୁସ୍ତାନ ଜୟ ଶ୍ରୀ ସୀତା ରାମ। “ବିଶ୍ୱାସ ଅଛି ” ଭଗବାନ ନୃସିଂହ ” ସମାଜରୁ ଦୁଷ୍ଟ ଶକ୍ତିଙ୍କୁ ନିପାତ କରନ୍ତି । ପ୍ରାର୍ଥନା କରିବା ତାଙ୍କ କୃପାରୁ #କରୋନା_ମହାମାରୀର କରାଳ ପ୍ରଭାବରୁ ବିଶ୍ଵ ମୁକ୍ତ ହେଉ ।। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 38ଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ତୁର୍କୀ-ସିରିଆ ସୀମାରେ ଥିବା “ଟାଇଗ୍ରିସ୍ ନଦୀ” ରେ ଖନନ ସମୟରେ 3000 ବର୍ଷ ପୁରୁଣା ପ୍ରଭୁ ନରସିଂହଙ୍କ ପ୍ରତିମୂର୍ତ୍ତି ମିଳିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। VIRTOURIST ପେଜରେ ଭାଇରାଲ ଫଟୋ ପାଇଲୁ। ଖବର ଅନୁସାରେ ଇଣ୍ଡୋନେସିଆର ବାଲିର ଏକ ମନ୍ଦିର ଭିତରେ ଏହି ମୂର୍ତ୍ତି ଅବସ୍ଥିତ। ଫଟୋ କ୍ୟାପସନରେ ଲେଖା ଅଛି, ଫଟୋରେ ଦେଖାଯାଉଥିବା ତିମୂର୍ତ୍ତି କୁଟା ବେଳାଭୂମିରେ ଥିବା ଏକ ହିନ୍ଦୁ ମନ୍ଦିରର ମୁଖ୍ୟ ଫାଟକରେ ସଜାଯାଇଛି। ଏହି ବ୍ୟବସାୟିକ ତଥା ବିକଶିତ ପର୍ଯ୍ୟଟନ ସହରରେ ମଧ୍ୟ ହିନ୍ଦୁ ମନ୍ଦିରଗୁଡିକ ରହିଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- VIRTOURIST । Archive
ଏହା ପରେ ଆମେ ଫଟୋ ସମ୍ପର୍କରେ ଅଧିକ ଜାଣିବା ପାଇଁ ଗୁଗୁଲ ସର୍ଚ୍ଚ କରିଲୁ। tripadvisor ପେଜରେ ଭାଇରାଲ ଫଟୋ ପରି କିଛି ଫଟୋ ପାଇଲୁ ଖବର ଅନୁସାରେ ବାଲିର କୁଟା ବେଳାଭୂମି ନିକଟରେ ଥିବା ‘ପୁର ଡାଲେମ୍ ଏବଂ ପୁର ପେନାଟାରନ୍ ଦେଶା ଆଦତ କୁଟା’ ହିନ୍ଦୁ ମନ୍ଦିର ମଧ୍ୟରେ ଏହି ମୂର୍ତ୍ତି ନିର୍ମାଣ କରାଯାଇଥିବାର ଦର୍ଶାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- tripadvisor । Archive
Google Mapsରେ ଆମକୁ ମିଳିଥିବା ଜାଗା ସର୍ଚ୍ଚ କରିଲୁ। ମୂର୍ତ୍ତିର ସମାନ ଫଟୋ ଗୁଗୁଲ୍ ମ୍ୟାପରେ ପୁର ଡାଲେମ୍ ଏବଂ ପୁର ପେନାଟରନ୍ ଦେଶା ଅଦତ କୁଟା’ର ଚିତ୍ର ଦେଖିବାକୁ ମିଳୁଛି। ପେଜରେ ଭାଇରାଲ ଫଟୋ ସହ ସମାନ ଏକ ଫଟୋ ମଧ୍ୟ ପୋଷ୍ଟ କରାଯାଇଛି। ଏହି ସମସ୍ତ ପ୍ରମାଣରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ମୂର୍ତ୍ତି ଫଟୋ ଇଣ୍ଡୋନେସିଆର ଏକ ହିନ୍ଦୁ ମନ୍ଦିର ସହିତ ଜଡିତ। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ Google Maps ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଇଣ୍ଡୋନେସିଆର ହିନ୍ଦୁ ମନ୍ଦିର ମୂର୍ତ୍ତିକୁ ତୁର୍କୀ-ସିରିଆ ସୀମାରେ ଖୋଳା ଯାଇଥିବା 3,000 ବର୍ଷ ପୁରୁଣା ପ୍ରଭୁ ନରସିଂହଙ୍କ ପ୍ରତିମୂର୍ତ୍ତି ମିଳିଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Title:ତୁର୍କୀ-ସିରିଆ ସୀମାରେ ଥିବା “ଟାଇଗ୍ରିସ୍ ନଦୀ” ରେ ଖନନ ସମୟରେ 3000 ବର୍ଷ ପୁରୁଣା ପ୍ରଭୁ ନରସିଂହଙ୍କ ପ୍ରତିମୂର୍ତ୍ତି ମିଳିଛି ?
Fact Check By: Saritadevi SamalResult: False
