
ଭାରତୀୟ ସୈନ୍ୟବାହିନୀରେ ରାଫାଲ ଜେଟର ଉଦ୍ଘାଟନୀ ସମାରୋହରେ ଆୟୋଜିତ ହୋଇଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଖ୍ରୀଷ୍ଟୟାନ ଧର୍ମ ପ୍ରଥା’ରେ ଜଣେ ପୁରୋହିତ ବାଇବଲ ପ୍ରାର୍ଥନା କରୁଥିବାର ଦେଖା ଯାଉଛନ୍ତି। 10 ସେପ୍ଟେମ୍ବରରେ ଅମ୍ବାଲା ଏୟାରବେସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲାଟଙ୍କ ଉପସ୍ଥିତିରେ ପାଞ୍ଚଟି ରାଫାଲ ବିମାନର ଉଦ୍ଘାଟନ କରାଯାଇଥିଲା।
ସୋସିଆଲ ମିଡିଆରେ ଭାଇରାଲ କ୍ଲିପ ସହିତ ଦାବି କରାଯଉଛି ଯେ, ଖ୍ରୀଷ୍ଟୟାନ ଧର୍ମ ପ୍ରଥା ଅନୁସାରେ ପ୍ରାର୍ଥନା କରାଯାଇଥିଲା। Mohanty Amita ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରି ଏହା ଦାବି କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ରାଫେଲ ପାଇଁ ଖ୍ରୀଷ୍ଟିଆନରେ କରାଗଲା ପ୍ରାର୍ଥନା…। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛିଲା। ତଳେ ଲିଙ୍କ ଦେଖନ୍ତୁ।
ଏଠଆରେ ପୋଷ୍ଟର Archive ଲିଙ୍କ ଦେଖନ୍ତୁ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ତେବେ କଣ ରାଫେଲ ଉଦ୍ଘାଟନରେ ବାଇବେଲ ପଡ଼ି ପ୍ରାର୍ଥନା କରାଯାଇଥିଲା। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ଏହା ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଖବରକୁ ନେଇ ଅନେକ ଲିଙ୍କ ମିଳିଲା। 13 ସେପ୍ଟେମ୍ବରରେ Indian express ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ରାଫେଲ ଉଦ୍ଘାଟନ ସମାରୋହରେ କେବଳ ଖ୍ରୀଷ୍ଟିୟାନରେ ନୁହେଁ ବରଂ ହିନ୍ଦୁ , ଇସଲାମ, ଶିଖ ଏବଂ ଖ୍ରୀଷ୍ଟିଆନ ଧର୍ମରେ ପ୍ରାର୍ଥନା କରାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Indian express । Archive
ଏହା ପରେ ଆମେ ଭାଇରାଲ ଭିଡିଓର ଫୁଲ ଭିଡିଓ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ DD NATIONAL ୟୁଟ୍ୟୁବ ଚ୍ୟାନେଲ ମିଳିଲା। ଯେଉଁଥିରେ ରାଫେଲ ଉଦ୍ଘାଟନର ସମ୍ପୂର୍ଣ୍ଣ ସମାରୋହ ଦେଖା ଯାଇଛି। ଆମକୁ ମିଳିଥିବା ଭିଡିଓରେ ହିନ୍ଦୁ, ଇସଲାମ, ଶିଖ ଏବଂ ଖ୍ରୀଷ୍ଟିଆନ ଧର୍ମର ପଣ୍ଡିତ ଛିଡ଼ା ହୋଇଥିବାର ଦେଖାଯାଉଛନ୍ତି। ପଣ୍ଡିତମାନେ ପରସ୍ପର ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି। 36.34 ରେ ଖ୍ରୀଷ୍ଟିଆନ ପୁରୋହିତଙ୍କୁ ବାଇବଲ ପଢୁଥିବାର ଦେଖିପାରିବ। ତାଙ୍କ ପୂର୍ବରୁ ଅନ୍ୟ ଧର୍ମର ଧାର୍ମିକ ପ୍ରତିନିଧୀମାନେ ମଧ୍ୟ ପ୍ରାର୍ଥନା କରିଥିଲେ, ଯାହା ଭାଇରାଲ କ୍ଲିପରେ କଟାଯାଇଛି। ଏହି ସମାରୋହରେ ପବିତ୍ର ଶ୍ଳୋକ, ମନ୍ତ୍ର, ନିଜ ନିଜ ଧର୍ମର ଭଜନ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ରାଫେଲ ନାମରେ ଅନ୍ୟ କିଛି ଫେକ ପୋଷ୍ଟ ମଧ୍ୟ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଫେକ ଖବର ପ୍ରକାଶିତ ହୋଇଥିବାର ଅନ୍ୟ କିଛି ଖବର ମଧ୍ୟ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ, ରାଫେଲ ଉଦ୍ଘାଟନରେ କେବଳ ଖ୍ରୀଷ୍ଟାୟନ ଧର୍ମରେ ପ୍ରାର୍ଥନା କରାଯାଇ ନାଥିଲା। ରାଫେଲ ଉଦ୍ଘାଟନ ସମାରୋହରେ ହିନ୍ଦୁ, ଇସଲାମ, ଶିଖ ଏବଂ ଖ୍ରୀଷ୍ଟିଆନ ଧର୍ମର ଧାର୍ମିକ ପ୍ରତିନିଧୀମାନେ ପ୍ରାର୍ଥନା କରାଯାଇଥିଲା।

Title:ରାଫେଲ ବିମାନ ଉଦ୍ଘାଟନ ସମାରୋହରେ କେବଳ ଖ୍ରୀଷ୍ଟିଆନ ପ୍ରାର୍ଥନା କରାଯାଇଥିଲା କି?
Fact Check By: Saritadevi SamalResult: False