
ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦାବି କରାଯାଇଛି, ବହୁ ବର୍ଷ ପୂର୍ବେ ମୋଦୀ ଚଟାଣ ସଫା କରୁଥିଲେ। ସେବା କାର୍ଯ୍ୟରେ ସହଯୋଗକୁ ସମ୍ମାନ ମିଳେ ଅଭିଯୋଗକୁ ନୁହେଁ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
26 ଅକ୍ଟୋବରରେ Manoj Dehury ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଥିଲ୍। ପୋଷ୍ଟରେ ଦାବିକରାଯାଇଛି ଯେ,ବହୁ ବର୍ଷ ପୂର୍ବେ ମୋଦୀ ଚଟାଣ ସଫା କରୁଥିଲେ। ସେବା କାର୍ଯ୍ୟରେ ସହଯୋଗକୁ ସମ୍ମାନ ମିଳେ ଅଭିଯୋଗକୁ ନୁହେଁ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଫଟୋରେ ମୋଦି ଝାଡ଼ୁ ମାରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। jantakareporter ପେଜରେ ଭାଇରାଲ ଫଟୋ ସମ୍ପର୍କରେ ସ୍ପଷ୍ଟିକରଣ କରାଯାଇଛି। ଖବର ଅନୁସାରେ 2014 ବିଧାନସଭା ନିର୍ବାଚନ ସମୟରେ ମୋଦୀ କେତେ ସରଳ ଏବଂ ପ୍ରଧାନମନ୍ତ୍ରୀଙ୍କ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାରେ ସେ କେତେ ପଛୁଆ ଅଛନ୍ତି ତାହା ଦର୍ଶାଇବାକୁ ବିଜେପି ବିଜେତାଙ୍କ ଦ୍ୱାରା ଏହି ଫଟୋ ଭାଇରାଲ କରାଯାଇଛି।
ମୋଦି ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ସୂଚନା ଅଧିକାର ଅଧିନିୟମ ଅନୁଯାୟୀ ଫଟୋ ବିଷୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଚରାଯାଇଥିଲା। ସେତେବେଳେ ସ୍ପଷ୍ଟ କରାଯାଇଥିଲା ଏହା ଏକ ସଂପାଦିତ ପ୍ରତିଛବି। ଏହି ଫଟୋରେ ନରେନ୍ଦ୍ର ମୋଦୀ ନାହାଁନ୍ତି। ତେବେ ଏହି ସଂପାଦିତ ଫଟୋକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା ଓ ଅବମାନନା କରିବା ପାଇଁ ଏହି ପ୍ରତିଛବିକୁ ତାଙ୍କର ସମସ୍ତ ସମର୍ଥକ ଏବଂ ବିରୋଧୀ ବ୍ୟବହାର କରୁଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- jantakareporter । Archive
apimages ପେଜରେ ଆମକୁ ମୂଳ ପ୍ରତିଛବି ଖୋଜି ପାଇଲୁ। ଯେଉଁଥିରେ ସ୍ପଷ୍ଚ ହେଉଛି ଯେ, ଏହା 1946 ରେ ନିଆଯାଇଥିଲା। ଜାଣିବାକୁ ମିଳିଛି ଯେ 1946 ମସିହାରେ ନିଆଯାଇଥିବା ଫଟୋ ଫଟୋଶପ୍ ଦ୍ୱାରା ପ୍ରସ୍ତୁତ ଏବଂ ମୋଦୀଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା । ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- apimages । Archive
ଆମକୁ ମିଳିଥିବା ଭାଇରାଲ ଫଟୋ ଏବଂ ମୂଳ ଫଟୋକୁ ବିଶ୍ଲେଷଣ କରିଲୁ। ତଳେ ବିଶ୍ଳେଷଣ ଦେଖନ୍ତୁ।

ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ମୋଦିଙ୍କ ଚଟାଣ ସଫା କରୁଥିବା ଫଟୋ ନକଲି ଅଟେ। 1946 ରେ ଆସୋସିଏଟେଡ୍ ପ୍ରେସ ଦ୍ୱାରା ମୂଳ ଚିତ୍ର ନିଆଯାଇଥିବା ନିଶ୍ଚିତ ହୋଇଛି।


