
Photo Credit: Odisha Sun Times
୧୫ ଜାନୁଆରୀରେ ଦିଲ୍ଲୀପ ପାଟକୁରା ନିର୍ବାଚାନ ମଣ୍ଡଳୀ ନାମକ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଏକାଉଣ୍ଟରେ ଗୋଟିଏ ପୋସ୍ତରେ ଏହା ଦାବି କରିଛନ୍ତି ଯେ ପୃଥିବୀରାଜ ହରିଚନ୍ଦନ ଓଡ଼ିଶା ରାଜ୍ୟର ନୂଆ ବିଜେପି ସଭାପତି ନିଯୁକ୍ତ ହେଲେ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ପୃଥିବୀରାଜ ହରିଚନ୍ଦନଙ୍କୁ ସଭାପତି ନିଯୁକ୍ତ କରିବା ଫଳେ ଅନେକ ପରତ୍ତି କରଜ୍ୟକର୍ତା ଏହାକୁ ନେଇ ନିରାଶ ଓ ଅନେକ ଯୁବ ପଦାଧିକାରୀ ବିଜେପି ୨୦୨୪ ରେ ମୁହ ଦେଖାଇ ପାରିବତ।
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଗୁଗୁଲ ରେ ଯାଇ “ଓଡ଼ିଶା ବିଜେପି ପ୍ରେସିଡେନ୍ଟ” ଲେଖି ସର୍ଚ କରିଲୁ। ଏହା ସର୍ଚ କରିଲା ପରେ ଆମକୁ ଆନେକ ସମାଚାର ପତ୍ରିକାରେ ଲେଖା ଯାଇ ଥିବା କିଛି ଅନୁଛେଦ ମିଳିଲା।
୧୬ ଜାନୁଆରୀ ଓଡ଼ିଶା ଟିଭି ପତ୍ରିକାରେ ଛପି ଥିବା ଅନୁଛେଦରେ ଏହା ଲେଖା ଯାଇଅଛି ଯେ ବିଜେପି ବରିଷ୍ଠ ନେତା ସମୀର ମୋହାନ୍ତି’ଙ୍କୁ ରାଜ୍ୟର ପାର୍ଟି ସ୍ସଭାପତି ଭାବେ ନିଯୁକ୍ତ କରା ଯାଇଅଛି। ଏହି ବିଷୟର ଘୋଷଣା ଆଜି କରା ଯାଇଅଛି। ସମୀର ମୋହାନ୍ତି ଏହା ଆଗରୁ ପାର୍ଟିର ଉପସଭାପତି ଥିଲେ ଓ ସେ ଏକୁଟିଆ ସଭାପତି ପଦ ପାଇଁ ଜଣେ ଉମ୍ମିଦବାର ଥିଲେ। ତାଙ୍କୁ ପାର୍ଟିର ଆନେକ ସଦସ୍ୟଙ୍କ ଠାରୁ ପୂର୍ଣ ସମର୍ଥନ ମିଳିଅଛି। ଏହା ନେଇ ପାର୍ଟି ମୁଖ୍ୟାଳୟରେ ଆସନ୍ତା କାଲୀ ବଡ ଫଙ୍କସନ ଆୟୋଜନ ହେବ। ବିପକ୍ଷ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଏହା କହିଛନ୍ତି ଯେ ସମୀର ମୋହାନ୍ତିଙ୍କ ନେତୃତ୍ବରେ ବିଜେପି ନିଶ୍ଚିତ ଭାବେ ୨୦୨୪ ନିର୍ବାଚାନରେ ବିଜେଡିକୁ ପରାସ୍ତ କରିବ।
୧୭ ଜାନୁଆରୀ ରେ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ପତ୍ରିକାରେ ଏହା ଲେଖା ଯାଇଅଛି ଯେ ବିଜେପି ର ବରିଷ୍ଠ ନେତା ଓ ଉପସଭାପତି ସମୀର ମୋହାନ୍ତିଙ୍କୁ ବିନା କୌଣସି ବିରୋଦ୍ଧରେ ଗୁରୁବାର ଦିନ ପାର୍ଟିର ସଭାପତି ଭାବେ ନିଯୁକ୍ତ କରା ଯାଇଅଛି। ଏହା କୁ ନେଇ ନରେନ୍ଦ୍ର ସିଂ ତୋମାର ଏହା କହିଛନ୍ତି ଯେ ସମୀର ମୋହାନ୍ତୀ ଏହି ପୋଷ୍ଟ ପାଇଁ ଏକୁଟିଆ ଜଣେ ପଦଦବି ଥିଲେ ଏବଂ ପାର୍ଟି ତାଙ୍କୁ ସମ୍ପୂର୍ଣ ସମର୍ଥନ ଦେଇଛି। ତୋମାର ଏହା ମଧ୍ୟ କହିଛନ୍ତି, “ସମୀର ମୋହାନ୍ତି ନିଜକୁ ଏହି ପୋଷ୍ଟର ଯୋଗ୍ୟ ବୋଲି ପ୍ରମାଣ କରି ଦେଖାଇଛନ୍ତି ଓ ଦିର୍ଘ କିଛି ବର୍ଷରୁ ସେ ନିଜ ଡାଇତ୍ଵକୁ ସମ୍ପୂର୍ଣ ଭାବେ ନିଭାଇଛନ୍ତି। ବିଜେପି ସାମନାରେ ଅନେକ ବଧ ଛିଡା ହୋଇ ଅଛି ଓ ମୁଁ ଆସା କରୁଛି ଯେ ସମୀରଙ୍କ ନେତୃତ୍ବରେ ବିଜେପି ଏହି ସବୁ ସମସ୍ୟାର ସାମନା କରି ବିଜୟୀ ହେଇ ବାହାରିବ।“
The New Indian Express | Archive
ଏହା ବାବଦ ଆମେ ବିଜେପିର ଅଫିସିଆଲ ଫେସବୁକ ଓ ତ୍ଵିତ୍ତ୍ଵର ପେଜରେ ଯାଇ ଏହି ବିଷୟରେ ଅନୁସନ୍ଧାନ କରିଲୁ।
ଫେସବୁକରେ କରା ଯାଇଥିବା ପୋସ୍ତରେ ଏହା ଲେଖା ଯାଇଅଛି ଯେ ଶ୍ରୀ ସମୀର ମୋହାନ୍ତିଙ୍କୁ ରାଜ୍ୟର ବିଜେପି ପାର୍ଟିର ସଭାପତି ଭାବେ ନିଯୁକ୍ତ କରା ଯାଇଅଛି।
ଏହି ବିଷୟରେ ପୁଷ୍ଟି କରିବା ପାଇଁ ଆମେ ଓଡ଼ିଶା ବିଜେପି ମୁଖ୍ୟାଳୟ ଫୋନ କରି କଥା ଲାଗିଲୁ। ପାର୍ଟି ଅଧ୍ୟକ୍ଷ ଶ୍ରୀ ଭଞ୍ଜନ କହିଲେ ଯେ ସମୀର ମୋହାନ୍ତିଙ୍କୁ ସଭାପତି ନିଯୁକ୍ତ କରା ଯାଇଅଛି ଓ ପୃଥିବୀରାଜ ହରିଚନ୍ଦନଙ୍କ ସଭାପତି ହେବା କଥା ମିଥ୍ୟା। ଯେତେବେଳେ ପୃଥିବୀରାଜଙ୍କ ପଦ୍ଦବି ବିଷୟରେ ପଚାରିଲାରୁ ସେ କହିଲେ ଯେ ପୃଥିବୀରାଜ ପାର୍ଟିର ଗେନେରାଲ ସେକ୍ରେଟାରୀ ଭାବେ ଅଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ଯେ ପୃଥିବୀରାଜ ହରିଚନ୍ଧନଙ୍କୁ ବିଜେପି ସଭାପତି ଭାବେ ନିଯୁକ୍ତ କରା ଯାଇଅଛି, ଗୋଟିଏ ମିଥ୍ୟା କଥା। ସତ୍ୟ କଥା ଏହା ଯେ ସମୀର ମୋହନ୍ତି ଯେ ପୂର୍ବରୁ ଉପସଭାପତି ଥିଲେ, ତାଙ୍କୁ ବର୍ତମାନ ବିଜେପିର ସଭାପତି ଭାବେ ନିଯୁକ୍ତ କରା ଯାଇ ଆଚି। ପୋଷ୍ଟରେ କରା ଯାଇଥିବା ଦାବିର ସତ୍ୟ ସହିତ କଉନାସି ସମ୍ବନ୍ଧ ନାହିଁ ଓ ଏହି ପୋଷ୍ଟଟି ସମ୍ପୂର୍ଣ ଭାବେ ମିଥ୍ୟା।
Title:କ’ଣ ପୃଥଭିରାଜ ହରିଚନ୍ଦନ ନିଯୁକ୍ତ ହେଲେ ଓଡ଼ିଶା ବିଜେପିର ସଭାପଟୁ ରୂପେ? କ’ଣ ଏହା କୁ ନେଇ ନିରାଶ ହୋଇ ପାର୍ଟି ଛାଡିବା ଊପରେ ଅନେକ କାରଜ୍ୟକରତା?? ଜାଣନ୍ତୁ ସତ
Fact Check By: Siddharth SahuResult: False

