
ରାହୁଲ ଗାନ୍ଧୀର ଭାରତ ଜୋଡ଼ୋ ଯାତ୍ରା ମଝିରେ କିଛି ଫୋଟୋ ଏବଂ ଭିଡିଓ ଅଲଗା ଅଲଗା ଦାବିରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଫୋଟୋରେ ରାହୁଲ ଗାନ୍ଧୀ ଉପରକୁ କିଛି ପକାଉଥିବାର ଦେଖାଯାଉଛନ୍ତି। ଭାଇରାଲ ଫୋଟୋ ସହିତ ଦାବି କରାଯାଇଛି ଯେ, ରାହୁଲ ଗାନ୍ଧୀ ଭାରତ ଯୋଡ଼ ଆନ୍ଦୋଳନରେ ଛାତ ଉପରକୁ ଟେକା ପକାଉଛନ୍ତି।
କବି ରୁଦ୍ର ଭଗବାଧାରୀ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫୋଟୋ ପୋଷ୍ଟ କରି ଲେଖଛନ୍ତି ଯେ, ମତେ ବହୁତ ଟ୍ରୋଲ କଲ ଭକ୍ତ ଗଣ ଏବେ ଟେକା ମାରି ତମ ଗୋଟି ଗଳେଇ ପକେଇବି ।

ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Hindustan timesରେ ପ୍ରକାଶିତ ଖବରେ ଭାଇରାଲ ଫୋଟୋ ଦେଖାଯାଉଛି। ପ୍ରକାଶିତ ଖବର ଅନୁସାରେ ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରାରେ ରାହୁଲ ଗାନ୍ଧୀ ଲୋକଙ୍କ ପାଖକୁ ଚୋକଲେଟ ଫିଙ୍ଗୁଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

india.postsenରେ ପ୍ରକାଶିତ ଏକ ଖବର ଅନୁସାରେ 24 ଡିସେମ୍ବରରେ ରାହୁଲ ଗାନ୍ଧୀଙ୍କ ଭରତ ଯୋଡୋ ଯାତ୍ରା ଦିଲ୍ଲୀରେ ପହଞ୍ଚିବା ପରେ ବହୁ ସଂଖ୍ୟାରେ ଗଣମାଧ୍ୟମ କର୍ମଚାରୀ ମଧ୍ୟ ପହଞ୍ଚିଥିଲେ। ତାଙ୍କୁ ଫଟୋଗ୍ରାଫ୍ କରୁଥିବା ଦେଖି ରାହୁଲ ଗାନ୍ଧୀ ତାଙ୍କ ଆଡକୁ ଟଫି ଫିଙ୍ଗି ତାଙ୍କୁ ସ୍ୱାଗତ କରିଥିଲେ।
ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀର ଭାରତ ଯୋଡା ଯାତ୍ରା ସମୟରେ ଗଣମାଧ୍ୟମ ବ୍ୟକ୍ତିଙ୍କ ପ୍ରତି ଟଫି ପକାଉଥିଲେ। ଗଣମାଧ୍ୟମ କର୍ମଚାରୀଙ୍କୁ ସେମାନଙ୍କ ପାଟି ମିଠା କରିବାକୁ କହି ସେ କହିଥଲେ।

ଏହାଛଡ଼ା ପ୍ରକାଶିତ କରାଯାଇଥବା ଫୋଟୋକୁ ଆମେ ଭଲରେ ଜୁମ କରି ଦେଖିବାରୁ ଜଣା ପଡୁଛି ଯେ, ରାହୁଲ ଗାନ୍ଧୀ ହାତରେ ପଠର ନୁହେଁ ଚକ୍ଲେଟ ଧରିଛନ୍ତି। ଫୋଟୋକୁ ମିଥ୍ୟା ଦାବିରେ ଭାଇରାଲ କରାଯାଇଛି।

ରାହୁଲ ଗାନ୍ଧୀଙ୍କ ଦିଲ୍ଲୀ ଯାତ୍ରା
ରାହୁଲ ଗାନ୍ଧୀ ଦିଲ୍ଲୀରେ ପହଞ୍ଚିବା ମାତ୍ରେ ଗାନ୍ଧୀ ଭାରତୀୟ ଜନତା ପାର୍ଟି ଏବଂ ଆରଏସଏସକୁ ଦେଶରେ ଘୃଣା ବ୍ୟାପିଥିବା ଅଭିଯୋଗ କରିଛନ୍ତି ଏବଂ କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟ ଏହି ଘୃଣା ବିରୁଦ୍ଧରେ ଏକ ଛୋଟ ପ୍ରେମ ଦୋକାନ ଖୋଲିବା ଉଚିତ। ଯାତ୍ରୀ ଯୋଗୁଁ ଏହାର ମାର୍ଗରେ ଯାତାୟାତ ପ୍ରଭାବିତ ହେବ। ଯାତ୍ରା ସମ୍ପର୍କରେ ଦିଲ୍ଲୀ ଟ୍ରାଫିକ ପୋଲିସ ପକ୍ଷରୁ ଏକ ପରାମର୍ଶଦାତା ମଧ୍ୟ ଜାରି କରାଯାଇଛି।
ଶେଷକଥା-
ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫୋଟୋରେ ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରାରେ ଲୋକଙ୍କ ଉପରେ ଟେକା ପକାଉ ନାହାନ୍ତି। ସେ ସାମ୍ୱାଦିକ ମାନଙ୍କୁ ଚୋକଲେଟ ବାନ୍ଟୁଥିଲେ।

Title:କ’ଣ ଭାରତ ଯୋଡ଼ ଯାତ୍ରାରେ ରାହୁଲ ଗାନ୍ଧୀ ଲୋକଙ୍କ ଉପରେ ଟେକା ପକାଉଥିଲେ ?
Fact Check By: Sarita SamalResult: False
