
ଲାଲ ସିଂ ଚଢ଼ା ଫିଲ୍ମକୁ ନେଇ ବୋଏକଟ ଟ୍ରେନ୍ଡ ଚାଲିଥିବା ବେଳେ ଏବେ ଫିଲ୍ମ ରିଲିଜ ହୋଇଛି। ଫିଲ୍ମ ରିଲିଜ ହେବା ପରେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ଫିଲ୍ମ ହୋଲରେ ଆମୀର ଖାନଙ୍କ ବସିଛନ୍ତି। ଏବଂ ହୋଲରେ ଲୋକ ସଂଖ୍ୟା କମ। ଭାଇରାଲ ଫୋଟୋ ସହିତ ଦାବି କରାଯାଇଛି ଯେ, ଅଭିନେତା ଆମୀର ଖାନ ନିଜେ ହୋଲରେ ଉପସ୍ଥିତ ଥିଲେ ମଧ୍ୟ ଫିଲ୍ମର ପ୍ରିମିୟର୍ ସୋ’ରେ କେହି ଲୋକ ଯୋଗ ଦେଇନାହାଁନ୍ତି।
Purna Chandra Mishra ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫୋଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ଲାଲ ସିଂ ଚଢା ପ୍ରିମିୟରରେ |ଆମୀର ଖାନଙ୍କ ନିମନ୍ତ୍ରଣରେ, ଆମୀର ଖାନ ନିଜେ ଥିଏଟରରେ ଥିଲେ ମଧ୍ୟ ଥିଏଟର ଖାଲି ରହିଲା। ଆମେ ଫିଲ୍ମ ଫ୍ଲପ୍ ତିଆରି କରୁଥିଲୁ; ଏଠାରେ ଏହା ହେଉଛି ପ୍ରିମିୟର୍। ଏକ ଫ୍ଲପ୍ ବୋଲି ପ୍ରମାଣିତ …

ଫେସବୁକ । ଆର୍କାଇଭ
ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 27ରୁ ଅଧିକ ସେୟାର କରାଯିବା ସହ ଅଧିକ ଲାଇକ ଏବଂ କମେଣ୍ଟ ମ୍ୟ ମିଳିଛି। ତେବେ ଭାଇରାଲ ଫୋଟୋର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ।
ଅନୁସନ୍ଧାନ-
ଭାଇରାଲ ଫୋଟୋକୁ ରିଭର୍ସ ଇମେଜ କରିବାରୁ ଭାଇରାଲ ଫୋଟୋ ସହିତ ମେଳ ଖାଉଥିବା ଏକ ଫୋଟୋ ଚେନ୍ନାଇଭିଜନ୍ ପେଜରେ ମିଳିଲା। ଯାହା କି 8 ଅଗଷ୍ଟ 2022ରେ ପୋଷ୍ଟ କରାଯାଇଥିଲା। ଖବର ଅନୁସାରେ ଭାଇରାଲ ଫୋଟୋ ଆମୀର ଖାନଙ୍କ ଫିଲ୍ମ ଲାଲ ସିଂ ଚାଢ଼ା ପ୍ରେସ୍ ମିଟର ଅଟେ।
ଏହି ଫୋଟୋରେ ଖାନ ସମାନ ଭାଇରାଲ ଫୋଟୋରେ ଦେଖା ଯାଉଥିବା ହୋଲ ପ୍ରବେଶ କରୁଥିବା ଏବଂ ଭିତରକୁ ଯିବା ସମୟରେ ଫଟୋଗ୍ରାଫରଙ୍କ ଦ୍ୱାରା ଘେରି ରହିଥିବାର ଦେଖାଯାଉଛନ୍ତି। ଖାନ ଭାଇରାଲ ଫଟୋ ପରି ସମାନ ପୋଷାକ ପିନ୍ଧିଛନ୍ତି।

ଏହା ପରେ ଆମେ ଏହି ପ୍ରେସ ମିଟର ଭିଡିଓ ଖୋଜିଲୁ। TN360 ଏବଂ Thi Cinemas ୟୁଟ୍ୟୂବ ଚ୍ୟାନେଲରେ ଏହି ପ୍ରେସ ମିଟ ପୋଷ୍ଟ କରାଯାଇଛି। ବାଇରାଲ ଫୋଟରେ ଆମୀର ଖାନ ଏବଂ ଅନ୍ୟ ଅଭିନେତା ମାନେ ଯେଉଁ ପୋଷାକ ପିନ୍ଧିଛନ୍ତି ଆମକୁ ମିଳିଥିବା ପ୍ରେସ ମିଟ ଭିଡିଓରେ ମଧ୍ୟ ସମାନ ପୋଷାକ ପିନ୍ଧିଥିବାର ଦେଖାଯାଉଛନ୍ତି। ଅଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫୋଟୋ ଫିଲ୍ମ ରିଲିଜର ନୁହଁ ବରଂ ଫିଲ୍ମ ପ୍ରେସ ମିଟର ଅଟେ।
ସିନେମା ଏକ୍ସପ୍ରେସରରେ 7 ଅଗଷ୍ଟ 2022 ର ରିପୋର୍ଟରେୱ ପ୍ରକାଶିତ ଖବରରେ ମୋନା ସିଂ, ନାଗା ଚୈତନ୍ୟ, ଉଦୟାନିଧି ଷ୍ଟାଲିନ ଏବଂ ଆମୀର ଖାନଙ୍କୁ ସମାନ ପୋଷାକରେ ଦେଖିବାକୁ ମିଳୁଛି। ରିପୋର୍ଟରେ ଅନୁସାରେ, ଚେନ୍ନାଇର ସତ୍ୟମ୍ ଥିଏଟରରେ ତାମିଲ ପ୍ରେସ ମିଟ୍ ପାଇଁ ଆମୀର ଖାନ ଏବଂ ‘ଲାଲ ସିଂ ଚାଢ଼ାର ପୁରା ଟିମ୍ ଉପସ୍ଥିତ ଥିଲେ। ଏହି ସମୟରେ ଥିଏଟରରେ ବିରାଟ ବିଲବୋର୍ଡ ଏବଂ ଫିଲ୍ମର ପୋଷ୍ଟର ଲଗାଯାଇଥିଲା। ଚଳଚ୍ଚିତ୍ରର ତାମିଲ ସଂସ୍କରଣ ଉଦୟାନିଧି ଷ୍ଟାଲିନଙ୍କ ରେଡ୍ ଜଏଣ୍ଟ୍ ଚଳଚ୍ଚିତ୍ର ଦ୍ୱାରା ବିତରଣ କରାଯାଇଛି। ଏହି ପ୍ରେସ ମିଟରେ କେବଳ ସାମ୍ବାଦିକଙ୍କୁ ନିମନ୍ତ୍ରଣ କରାଯାଇଥିଲା।
‘ଟିମ୍ ଆମୀର ଖାନ’ ନାମକ ଫେସବୁକ୍ ପୃଷ୍ଠାରେ ଭାଇରାଲ ଫୋଟୋ 7 ଅଗଷ୍ଟରେ ପୋଷ୍ଟ କରାଯାଇଛି।
ତେବେ ଫିଲ୍ମ ହୋଲରେ କିପରି ଚାଲିଛି ଫିଲ୍ମ..
ଆମକୁ କିଛି ୟୁଟ୍ୟୂବ ଚ୍ୟାନେଲ ମିଳିଲା। ଯେଉଁଥିରେ ଲାଲ ସିଂହ ଚଢ଼ାକୁ ଲୋକମାନେ ରିଭ୍ୟୁ ଦେଉଛନ୍ତି। ତେବେ ହୋଲରୁ ବାରିଲା ପରେ ଲୋକଙ୍କର କଣ ମାତାମତ ରହିଛି ଆପଣ ଏଠାରେ, ଏଠାରେ ଏବଂ ଏଠାରେ ଦେଖିପାରିବେ।
ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଆମୀର ଖାନଙ୍କ ପ୍ରେସ ମିଟ ଇଭେଣ୍ଟ ଫୋଟୋକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Title:ଆମୀର ଖାନଙ୍କ ପ୍ରେସ ମିଟ୍ ଫୋଟୋକୁ ଲାଲ ସିଂ ଚଢ଼ା ରିଲିଜ ସମୟରେ ଫିଲ୍ମ ହୋଲ ଖାଲିଥିବା ମିଥ୍ୟା ଦାବିରେ ଭାଇରାଲ. .
Fact Check By: Saritadevi SamalResult: False
