
କୋରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ଅନେକ ଖବର ଏପରି ସାମ୍ନାକୁ ଆସୁଛି ଯେ, ଜାହାର ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଏବଂ ଆଲୋଚନା କରାଯାଉଛି। ସୋସିଆଳ ମିଡିଆରେ ଏକ ଖବର ଭାଇରାଲ ହେଉଛି ଯେ, ବିହାର ରାଜ୍ୟର ସିୱାନ ସଦର ହସ୍ପିଟାଲ ବାହାରେ ଏକ ମହିଳା ରୋଗୀ ଜରୁରୀକାଳୀନ ୱାର୍ଡ ସମ୍ମୁଖରେ ପଡ଼ିଯାଇଥିଲେ। ମହିଳାକୁ କୋରୋନା ହୋଇଥିବା ନେଇ ଦାବି କରାଯାଉଛି। ସକାଳ ଲଗାତାର ବର୍ଷା ହେଉଥିଲା ଏବଂ ମହିଳା ହସ୍ପିଟାଲ ବାହାରେ ପଡ଼ି ରହିଥିଲେ। କିନ୍ତୁ ହସ୍ପିଟାଲ ପ୍ରଶାସନ ମହିଳାର କୌଣସି ସାହାର୍ଯ୍ୟ କରିନଥିଲେ।
20 ଜୁଲାଇରେ Soumya Ranjan Dash ମହିଳାର ଏହି ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ଶିବାନ ସଦର ହସ୍ପିଟାଲ , ବିହାର ।ଭୀଷଣ ବର୍ଷା ରେ କରୋନା ପିଡୀତ ମହିଳା ସହାୟତା ମାଗୁଛନ୍ତି କିନ୍ତୁ ସ୍ୱାସ୍ଥ୍ୟ କର୍ମଚାରୀ ହାତ ଲଗେଇବାକୁ ପ୍ରସ୍ତୁତ ନାହାନ୍ତି । ଚିକିତ୍ସା ପାଇଁ ଝୁରୁଛନ୍ତି କିନ୍ତୁ ବର୍ଷାରେ ହସ୍ପିଟାଲ ସାମ୍ନାରେ ପଡି ଅଛନ୍ତି । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 11 ଥର ସେୟାର କରାଯାଇଛି। ଏହା ସହ ଅନେକ ଲାଇ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook। Archive
ତେବେ କଣ ସିୱାନ ହସ୍ପିଟାଲ ବାହାରେ ପଡ଼ିରହିଥିବା ମହିଳା କୋରୋନା ରୋଗୀଥିଲା କି? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବର ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ପୋଷ୍ଟ ସମ୍ପର୍କରେ କିଛି ଲିଙ୍କ ନିଳିଲା। 20 ଜୁଲାଇରେ AJTAK ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ମହିଳାଟି ପ୍ରବଳ ବର୍ଷାରେ ହସ୍ପିଟାଲ ସାମ୍ନାରେ ପଡ଼ିଥିଲା। ପରେ ଏକ ଯୁବକ ଏହି ମହିଳାକୁ ଦେଖି ବିହାର ସରକାରଠାରୁ ସାହାଯ୍ୟ ପାଇଁ ଅନୁରୋଧ କରିଥିଲା। ଏହା ସହ ଯୁବକ ଜଣକ ତାଙ୍କ Twitter ଆକାଉଣ୍ଟରେ ଏହି ଖବରକୁ ପୋଷ୍ଟକରିଥିଲେ। ପରେ ଏହା ଭାଇରାଲ ହୋଇଥିଲା।
ତେବେ ହସ୍ପିଟାଲର ସିଭିଲ୍ ସର୍ଜନ ଯାଦୁବଂଶ ଶର୍ମାଙ୍କ ସ୍ପଷ୍ଟ କରିଛନ୍ତି ଯେ, ହସ୍ପିଟାଲ ବାହାରେ ପଡିରହିଥିବା ମହିଳା କରୋନା ରୋଗୀ ନୁହଁନ୍ତି। ସିଏସ୍ ଶର୍ମା ଏହା ମଧ୍ୟ କହିଛନ୍ତି ଯେ ଡିଏମ୍ ମୋତେ ସୂଚନା ଦେଇଛି ଏବଂ ଆମେ ତୁରନ୍ତ ମହିଳାକୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲୁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- AJTAK । Archive
ଏହା ପରେ ଆମେ scroll.in ପେଜରେ ମଧ୍ୟ ଲିଙ୍କ ପାଇଲୁ। ଯେଉଁଥିରେ ଖବର ପ୍ରକାଶିତ କରାଯାଇଛି ଯେ, ହସ୍ପିଟାଲର ସିଭିଲ ସର୍ଜନ ସୁ୍ଷ୍ଟ କରିଛନ୍ତି ଭାଇରାଲ ପୋଷ୍ଟରେଥିବା ମହିଳା କୋରୋନା ରୋଗୀ ନୁହେଁ। ମହିଳାର ମାନସିକ ସ୍ଥିତି ଠିକ୍ ନଥିବା କଥା ସ୍ପଷ୍ଟ କରାଯାଇଛି। ଏହା ଛଡ଼ା ଖବରରେ ଯେଉଁ ଯୁବକ ଏହି ଖବରକୁ ଭାଇରାଲ କରିଥିଲେ ତାଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ୟ ପ୍ରକାଶିତ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଖବରର ଲିଙ୍କ ଦେଖନ୍ତୁ- scroll.in
ଏହା ପରେ ଆମେ ହସ୍ପିଟାଲର ସିଭିଲ ସର୍ଜନ ଯଦୁବଂଶ ଶର୍ମାଙ୍କ ସହ ସମ୍ପର୍କ କରିଲୁ , ଯେଉଁଥିରେ ସେ ଆମକୁ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ମହିଳା କୋରୋନା ରୋଗି ନୁହେଁ। ମହିଳାର ସ୍ୱାସ୍ଥ୍ୟ ଅଲଗା କାରଣ ପାଇଁ ଅସୁସ୍ଥ ଅଛି।
ପରେ ଆମକୁ ସିଭିଲ ସର୍ଜନ ଯଦୁବଂଶ ଶର୍ମାଙ୍କ ଏକ ଭିଡିଓ ATN LIVE ୟୁଟ୍ୟୁବ ଚ୍ୟାନେଲରେ ପାଇଲୁ। ଭିଡିଓର 3.00 ମିନିଟରେ ଶର୍ମା କହୁଛନ୍ତି ଯେ, ମହିଳା 18 ଜୁଲାଇରୁ ହସ୍ପିଟାଲରେ ଭର୍ତ୍ତି ଥିଲେ। କେହି ଜଣେ ଅଜଣା ବ୍ୟକ୍ତି ତାଙ୍କୁ ହସ୍ପିଟାଲରେ ଛାଡ଼ି ଚାଲିଯାଇଥିଲେ। ଏହା ପେର ମହିଳା 19 ଜୁଲାଇରେ ନିଜେ ତାଙ୍କ ବେଡରୁ ଉଠି ହସ୍ପିଟାଲ ବାହାରେ ପଡିଥିଲେ। ମହିଳା ମାନସିକ ରୁପରେ ଅସୁସ୍ଥ ଅଟନ୍ତି। ତାଙ୍କର ଅନ୍ୟ ରୋଗ ପାଇଁ ଚିକିତ୍ସା ଚାଲିଛି। କୋରୋନା ସଂକ୍ରମଣ ସମ୍ପର୍କରେ ପଚାରିବାରୁ ସେ ସ୍ପଷ୍ଟ କରିଛନ୍ତି ଯେ, ମହିଳା କୋରୋନା ପଜିଟିଭ ରୋଗୀ ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା–
ଆମ ଅନୁସନ୍ଧାନରୁ ପାଇଲୁ ଯେ, ବିହାର ସିୱାନ ସଦର ହସ୍ପିଟାଲ ବାହାରେ ପଡିଥିବା ମହିଳା କୋରୋନା ରୋଗୀ ନୁହନ୍ତି। ସେ ମାନସିକ ରୂପରେ ଅସୁସ୍ଥ ଅଟନ୍ତି। ହସ୍ପିଟାଲ ବେଡରୁ ନିଜେ ଉଠି ଆସି ବାହାରେ ପଡି ରହିଥିଲେ।

Title:ବିହାର ସିୱାନ ସଦର ହସ୍ପିଟାଲ ବାହାରେ ପଡିଥିବା ମହିଳା କୋରୋନା ରୋଗୀ ନୁହଁନ୍ତି।
Fact Check By: Saritadevi SamalResult: False