
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ସିଂହ ଗର୍ଜନ କରୁଥିବାର ଦେଖାଯାଉଛି। ଏହା ସହ କିଛି ଲୋକ ସିଂହ ଉପରେ ଲାଇଟ ପକାଉଥିବାର ଦେଖାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ, ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସଂଶାଇଲୋ ନିକଟ ଢୋଲପଥର ରେଙ୍ଗାଲି ଡ୍ୟାମ ପାଖରେ ଗତ ଦୁଇଦିନ ତଳେ ସିଂହ ଦେଖାଯାଇଥିବାର ଏହା ଭିଡିଓ।
Khirod Chandra Nayak ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସଂଶାଇଲୋ ନିକଟ ଢୋଲପଥର ରେଙ୍ଗାଲି ଡ୍ୟାମ ପାଖରେ ଗତ ଦୁଇଦିନ ତଳେ ଦେଖାଯାଇଥିବା ସିଂହ ର ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ସ୍ଥାନୀୟ ତଥା ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
ଅନୁସନ୍ଧାନ-
ଭାଇରାଲ ଭିଡିଓର ଫୋଟୋକୁ ରିଭର୍ସ ଇମେଜ କରିବାରୁ ଭାଇରାଲ ଭିଡିଓ ଆମକୁ etv bharatର ଖବର ପାଇଲୁ। 20 ଅକ୍ଟୋବର 2022ରେ ପ୍ରକାଶିତ ଏହି ଖବର ଅନୁସାରେ ଝାରଖଣ୍ଡର ବୋକାରୋ ଜିଲ୍ଲାର ଆବାସିକ ଅଞ୍ଚଳରେ ସିଂହ ପ୍ରବେଶ କରୁଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓ ସାମ୍ନାକୁ ଆସିବା ପରେ ଜଙ୍ଗଲ ବିଭାଗ ସକ୍ରିୟ ଭାବେ ସିଂହକୁ ଖୋଜୁଛି।

ଏହି ଭିଡିଓ Samachar Plus – Jharkhand ୟୁଟ୍ୟୂବ ଚ୍ୟାନେଲରେ ମଧ୍ୟ ଭିଡିଓ ପୋଷ୍ଟ କରି ଦାବି କରାଯାଇଛି ଯେ, ଏହା ଝାଡଖଣ୍ଡ ଏବଂ ଓଡ଼ିଶା ବୋର୍ଡରେ ଏହି ସିଂହ କିଛି ଦିନ ତଳେ ଦେଖିବାରୁ ମିଳିଥିଲା।
ଭିଡିଓକୁ ଆମେ ଅଲଗା ଅଲଗା କି ଶବ୍ଦ ମାଧ୍ୟମରେ ସର୍ଚ୍ଚ କରିବାରୁ ଭାଇରାଲ ଭିଡିଓ ଆମକୁ Rajasthan Patrikaରେ ମିଳିଲା। ଯାହା ଦୁଇ ବର୍ଷ ପୂର୍ବରୁ ଅପଲୋଡ କରାଯାଇଥିଲା। ଖବର ଅନୁସାରେ ରାଜସ୍ଥାନ ସିକରରେ ଏହି ସିଂହ ଦେଖିବାକୁ ମିଳିଥିଲା ବୋଲି ଦାବି କରାଯାଉଛି । ଏକ ଡମ୍ପର ଚାଳକ ସିଂହକୁ ଦେଖି ତା ଉପରେ ଲାଇଟ ପକାଇବାରୁ ସିଂହ ସ୍ଥାନ ଛାଡ଼ି ଚାଲି ଯାଇଥିଲା। ପରେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ।
କିନ୍ତୁ ଯାଞ୍ଚ ପରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଭିଡିଓ ରାଜସ୍ଥାନର ମଧ୍ୟ ନୁହେଁ। ଏହି ଭିଡିଓ ଅଲଗା ଅଲଗା ସମୟରେ ଅଲଗା ଅଲଗା ଦାବିରେ ଅନେକଥର ଭାଇରାଲ କରାଯାଇଛି।
ଏହାର କିଛି ଲିଙ୍କ ଏଠାରେ, ଏଠାରେ, ଏଠାରେ ଦେଖନ୍ତୁ।
ଏହା ପରେ ଯାଜପୁର ଜିଲ୍ଲାରେ ଏପରି କୋଣସି ଘଟଣା ଘଟିଛି ନା ନାହିଁ ତାହା ଜାଣିବା ପାଇଁ ଆମେ ଯାଜପୁର ବନବିଭାଗ ସହ ସମ୍ପର୍କ କରିଲୁ। ୱାଇଲ୍ଡ ଲାଇଫ ବିଭାଗର ତୌତପାଣି ଏବଂ ଡିସିଏମ ଏହା ସ୍ପଷ୍ଟ କରିଛନ୍ତି ଯେ, ଯାଜପୁରରେ ଏପରି କୌଣସି ଘଟଣା ଘଟି ନାହିଁ। ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ।
ଶେଷକଥା-
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ , ଯାଜପୁର ଜିଲ୍ଲାରେ ସିଂହ ଦେଖାଯାଇଥିବାର ଖବର ମିଥ୍ୟା ଅଟେ। ଏବଂ ଭାଇରାଲ ଭିଡିଓ ଦୁଇ ତିନି ବର୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି।

Title:ଭାଇରାଲ ଭିଡିଓ 2 ବର୍ଷ ପୁରୁଣା, ଯାଜପୁର ଜିଲ୍ଲାରେ ବର୍ତ୍ତମାନ ସିଂହ ଦେଖାଯିବା ଖବର ମିଥ୍ୟା।
Fact Check By: Sarita SamalResult: False
