ସିଏମ୍ ଯୋଗୀ ହାଥରସ୍ ପିଡ଼ିତାର ଅନ୍ତିମ ସଂସ୍କାରର ଲାଇଭ୍ ଭିଡିଓ ଦେଖୁଛନ୍ତି କି ?

False Political Social

ଉତ୍ତରପ୍ରଦେଶର ହାଥରସରେ ଗଣଦୁଷ୍କର୍ମି ମାମଲା ସାମ୍ନାକୁ ଆସିଲା ପରଠାରୁ ସୋସିଆଲ ମିଡିଆରେ ଅନେକ ମିଥ୍ୟା ଖବର ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଏକ ଫଟୋ ସେୟାର କରାଯାଉଛି। ଯେଉଁଥିରେ ସିଏମ ଯୋଗୀ ଲାପଟପ୍ ସାମ୍ନାରେ ବସିଥିବାର ଦେଖିବାକୁ ମିଳୁଛି ଏବଂ ଲ୍ୟାପଟୋପରେ କିଛି ଜଳୁଥିବାର ଚିତ୍ର ଦେଖାଯାଉଛି।  ପୋଷ୍ଟ ଦାବି କରିଛି ଯେ, ସିଏମ୍  ଯୋଗୀ ହାଥରସ୍ ପୀଡିତାର ଅନ୍ତିମ ସଂସ୍କାରର ଲାଇଭ୍ ଭିଡିଓ ଦେଖୁଛନ୍ତି।

ଆମ ଅନୁସନ୍ଧାନରେ ଆମେ ଭାଇରାଲ ଖବର ମିଥ୍ୟା ପାଇଲୁ।

1 ଅକ୍ଟୋବରେ Sk Sajit Islam ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ସିଏମ୍  ଯୋଗୀ ହାଥରସ୍ ପୀଡିତାର ଅନ୍ତିମ ସଂସ୍କାରର ଲାଇଭ୍ ଭିଡିଓ ଦେଖୁଛନ୍ତି। 

ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ,ଡ୍ରାମା ବାଜ୍ ନେତା ମାନଙ୍କୁ ଟିକେ ଦେଖ।ଅଧା ରାତିରେ ସବୋ କୁ ପୋଡ଼ା ଯାଉଛି ଆଉ ମୁର୍ଖୋ ମନ୍ତ୍ରୀ ନିଜେ live ଦେଖୁଛନ୍ତି। କେଡେ ବିଶ୍ୱାସ ନ ହେବ ତାଙ୍କ ଆଦେଶ ଅନୁସାରେ କେହି ଦାଖଲ ଦବନିତ। ଖାତା ଖୋଲା ହୋଇଛି। ଏତେ ରାତିରେ ଖାତା କାମ ମଧ୍ୟ ହେଉଛି। ପୋଲିସ ଯେ ଭାବରେ ମିଡିଆ ସହିତ ବେବହାର କରୁଥିଲା ତାହା ଦେଖି ୟୋଗି ମଧ୍ୟ ଖୁସି ହେଇ ଥିବେ। 

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 36ଥର ସେୟାର କରାଯିବା ସହ ପୋଷ୍ଟକୁ 51 କମେଣ୍ଟ ଏବଂ ଲାଇକ ମିଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଭାଇରାଲ ଫଟୋରେ ସିଏମ୍  ଯୋଗୀ ହାଥରସ୍ ପୀଡିତାର ଅନ୍ତିମ ସଂସ୍କାରର ଲାଇଭ୍ ଭିଡିଓ ଦେଖୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 30 ସେପ୍ଟେମ୍ବରରେ Hindustan times ପେଜରେ ପ୍ରକାଶିତ ହୋଇଥିବା ଖବରରେ ଭାଇରାଲ ଫଟୋ ପାଇଲୁ। ଖବର ଅନୁସାରେ ହାଥରସ ପିଡ଼ିତାର ପରିବାର ସହ ଯୋଗୀ ଆଦିତ୍ୟନାଥ ଭିଡିଓ କଲରେ କଥା ହୋଇଥିଲେ। ଖବରରେ ପ୍ରକାଶିତ ହୋଇଥିବା ଫଟୋରେ ଲ୍ୟାଟର ଭାଇରାଲ ଫଟୋରେଥିବା ଲ୍ୟାଟର ଚିତ୍ର ସହ ସମାନ ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-Hindustan timesArchive

30 ସେପ୍ଟେମ୍ବରରେ Yogi Adityanath ମଧ୍ୟ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଭିଡିଓ କଲିଙ୍ଗର ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ପ୍ରକୃତ ଫଟୋ କୁ ଏଡ଼ିଟ କରି ଭାଇରାଲ କରାଯାଉଥିବା ସ୍ପଷ୍ଟ ଜାଣାପଡ଼ୁଛି। ପ୍ରକୃତ ଫଟୋରେ ନିଆ ଜଳୁଥିବା ଭଳି କୌଣସି ଚିତ୍ର ଦେଖାଯାଉ ନାହିଁ।  ଟ୍ୱିଟରେ ଲେଖାଯାଇଛି ଯେ, ହାଥରସ ପିଡ଼ିତା ପରିବାର ସହ ଭିଡିଓ କଲିଙ୍ଗରେ ସମ୍ପର୍କ, ପିଡ଼ିତା ପିତା ଅପରାଧିଙ୍କୁ ଦଣ୍ଡ ଦେବା ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖେ ଗୁହାରି କଲେ। ଅଧିକ ସୂଚନା ପାଇଁ ତଶଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- TwitterArchive

 ହାଥରସ ପିଡ଼ିତାଙ୍କ ଶବଦାହ ଫଟୋ ଆମକୁ ibc24  ନ୍ୟୁଜ ପେଜରେ ମିଳିଲା। ଯାହା ଭାଇରାଲ ପୋଷ୍ଟରେ ଯୋଗୀଙ୍କ ଲାପଟପ୍ ସ୍କ୍ରିନରେ ଦେଖାଯାଉଛି। ଏଥିରୁ ସ୍ପଷ୍ଟ ଯେ , ଯୋଗୀଙ୍କ ପୀଡିତାଙ୍କ ପରିବାର ସହ କଥାବାର୍ତ୍ତା ହେବା ଫଟୋକୁ ଏଡ଼ିଟ କରି ଭାଇରାଲ କରାଯାଉଛି। 

ଏଠାରେ ଲିଙ୍କ ଦେଖନ୍ତୁ- ibc24  । Archive

ଶେଷକଥା-

ଆମ ଅନୁସନ୍ଧାନରୁ ଆମେ ପାଇଲୁ ଯେ, ସିଏମ୍  ଯୋଗୀ ହାଥରସ୍ ପିଡ଼ିତାର ଅନ୍ତିମ ସଂସ୍କାରର ଲାଇଭ୍ ଭିଡିଓ ଦେଖୁଥିବା ଦାବିରେ ଭାଇରାଲ କରାଯାଉଥିବା ଫଟୋ ମିଥ୍ୟା ଅଟେ। ହାଥରସ ପିଡ଼ିତା ପରିବାର ସହ ଭିଡିଓ କଲିଙ୍ଗରେ ସମ୍ପର୍କ କରାଯାଇଥିବା ଫଟୋକୁ ଏଡ଼ିଟ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। 

Avatar

Title:ସିଏମ୍ ଯୋଗୀ ହାଥରସ୍ ପିଡ଼ିତାର ଅନ୍ତିମ ସଂସ୍କାରର ଲାଇଭ୍ ଭିଡିଓ ଦେଖୁଛନ୍ତି କି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *