କ’ଣ ସ୍ଵିଡେନ ଦେଶର ଯୁବତି ମାନେ ନିଜ ଅଣ୍ଡରୱେଅର ଭିତରେ ରଖି ଥାନ୍ତି ଚାମୁଚ? କ’ଣ ଜୌନାଙ୍ଗ ଛେଦନରୁ ରକ୍ଷା ପାଇବା ପାଇଁ ଏହି ଉପାଏତି ବାହାର କରା ଯାଇଅଛି? ଜାଣନ୍ତୁ ସତ।

False Social

ବର୍ତମାନ ସମୟର ନାରୀ କେଉଁ ଠାରେ ସୁରକ୍ଷିତ ନୁହେଁ। ସାଇଟା ଭାରତ ହେଉ ବା ଅନ୍ୟ କେଉଁ ଦେଶ ହେଉ। ପ୍ରତିଦିନ ନାରିଙ୍କ ଉପରେ ହେଉଥିବା ଅତ୍ୟାଚାର କୁ ନେଇ ଖବର ସୁଣିବାକୁ ମିଳି ଥାଏ। ଏହି କାରଣ ପାଇଁ ଅନେକ ଉପାଏ ମଧ୍ୟ ନିଯା ଯାଇ ଥାଏ।   

୧୨ ଡିସେମ୍ବରକୁ ଓଡ଼ିଆ ସ୍କ୍ରାପ୍ସର ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ସ୍ଵୀଡେନ ଦେଶରେ ଯୁବତି ମାନଙ୍କୁ ତାଙ୍କ ସହମତି ବିନା ଦେଶ ବାହାରକୁ ନେଇ ତାଙ୍କ ଜୌନାଙ୍ଗ ଛେଦନ କରା ଯାଉଅଛି। ଶେଠୀ ପାଇଁ ମହିଳା ମାନଙ୍କୁ ନିଜ ଅଣ୍ଡରୱେଅର ଭିତରେ ଏକ ଚାମଚ ରଖିବାକୁ ନିର୍ଦେଶ ଦିଆଯାଇଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଲୋକେ ଭବିଠନ୍ତି ଯେ ମହିଳା ମାନେ ମେଟାଲ ଡେଟେକ୍ଟର ତଳେ ନିଜର ଅଣ୍ଡରୱେଅରରେ ଚାମଚ ରଖି ଥିବା ଦ୍ଵାରା ଆଲାର୍ମ ବାଜୀବ। ଏହା ପରେ ମହିଳା ମାନଙ୍କୁ ବ୍ୟକ୍ତିଗତ ପରିକ୍ଷା କରାଇବା ପାଇଁ ସେମାନଙ୍କୁ ଗୋଟିଏ କୋଣକୁ ନିଆଯିବ। ସେଇଠି ଅଧିକାରୀ ମାନେ ତାଙ୍କର ସମସ୍ଯାକୁ ନେଇ ଚିନ୍ତିତ ଥାନ୍ତି। 

୧୨ ଡିସେମ୍ବର ଏହି ଖବରଟିକୁ ଜଣେ ଫେସବୁକ ୟୁଜର ଓଡ଼ିଆ ପିପୁଲ ନାମକ ଫେସବୁକ ପେଜରେ ମଧ୍ୟ ପୋଷ୍ଟ କରିଛନ୍ତି।

fb source.jpg

Odia Scraps | Facebook | Archive

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମେ ଆମ ଅନୁସନ୍ଧାନରୁ କଣ ଜାଣିଲୁ ତଳେ ପଢନ୍ତୁ। 

ଆମ ଅନୁସନ୍ଧାନ: 

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଗୁଗୁଲରେ ଯାଇ “ସ୍ପୁନ ଇନ ଅଣ୍ଡରୱେଅର” ଲେଖିକି ସର୍ଚ କରିଲୁ। ଏହା ସର୍ଚ କରିଲା ପରେ ଆମେ କିଛି ସତ୍ୟ ସାମନା କୁ ଆସିଲୁ। 

୧୫ ଅଗସ୍ତ ୨୦୧୫ ମସିହାରେ ଦି ଜର୍ନାଲ ପତ୍ରିକାରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ ନିଜ ଅଣ୍ଡରୱେଅରରେ ଚାମଚ ରଖି ଇଂଲାଣ୍ଡର ଅନେକ ଯୁବତୀଙ୍କୁ ଦେଶ ବାହାରକୁ ନେଇ ଜବରଦସ୍ତି ବିବାହ କରାଇବା କାର୍ଯ୍ୟକୁ ବିଫଳ କରିବା ସମ୍ଭବ ହେଇଛି। ଇଂଲାଣ୍ଡର ବିମାନସ୍ଥଳ ଆଦିକାରୀଙ୍କୁ ମଧ୍ୟ ସଚେଟ ରହିବା ପାଇଁ ନିର୍ଦେଶ ଦିଆ ଯାଇଅଛି। ଇଂଲାନରେ ଖରା ଛୁଟି ସମୟରେ ବାପା-ମାଁ ନିଜ ୧୫-୧୬ ବର୍ଷ ଝିଅ ମାନଙ୍କୁ ଦେଶ ବାହାରକୁ ନେଇ ଝିଅ ଇଚ୍ଛା ବିରୁଦ୍ଧରେ ବିବାହ କରାଇ ଦିଅନ୍ତି।  ଅଣ୍ଡରୱେଅରରେ ଥିବା ଏହି ଚାମଚ ମେଟାଲ ଡିଟେକ୍ଟରରେ ଆଲାର୍ମ ବଜାଇ ଦିଏ ଓ ଏପରି ଝିଅ ମାନଙ୍କୁ ବିମାନସ୍ଥଳ ଆଦିକରି ମାନେ ତାଙ୍କ ବାପା-ମାଁ ଠାରୁ ତାଙ୍କୁ ଦୂରେଇ ନେଇ ଉଧାର କରି ପାରନ୍ତି। ୨୦୧୪ ମସିହାରେ ଏପରି ୧୫୦୦ ଟି କେସ ସାମନାକୁ ଆସିଥିଲା। ଏହି ପତ୍ରିକାରେ ଜଣେ ପୀଡ଼ିତା, ତାଙ୍କ ସହ ଘଟିଥିବା ଘଟଣା ମଧ୍ୟ ବର୍ଣନା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କ ବାପା-ମାଁ ତାଙ୍କୁ ଭାରତର ଗୋଟିଏ ଲୋକ ସହିତ ଜବରଦସ୍ତି ବିବାହ କରାଇ ଥିଲେ ଓ ସେ ଲୋକ ତାଙ୍କ ସହିତ ଦୁଷ୍କର୍ମ କରି ଥିଲା। 

journal.jpg

The Journal | Archive

୧୫ ଅଗସ୍ତ ୨୦୧୩ ମସିହାରେ ଫକ୍ସ ନ୍ୟୁଜ ପତ୍ରିକାରେ ଛପି ଥିବା ଗୋଟିଏ ଅନୁଛେଦରେ “କାର୍ମା ନିର୍ବାନା” ଅଧ୍ୟକ୍ଷ ନତାଶା ରତ୍ତୁ ଏହା କହିଅଛନ୍ତି ଯେ ଯେତେବେଳେ ଯୁବତି ମାନେ ସିକ୍ୟୁରିଟି ମଧ୍ୟରୁ ଯାନ୍ତି, ସେତେବେଳେ ତାଙ୍କ ଅଙ୍ଗରେ ଲୁଚି ଥିବା ଚାମଚ ଦିଶି ଯାଇ ଓ  ତାଙ୍କୁ ଗୋଟିଏ ସୁରଖିତ ଜାଗାକୁ ନିୟା ଯାଏ ଜେଉଟା ତାଙ୍କ ପାଇଁ ଶେଷ ଥର ପାଇଁ ଉଧାର ହେବା ମଉକା ଥାଏ। ୨୦୧୩ ରେ ଏହି ସମସ୍ୟାକୁ ନେଇ ସାରା ଇଂଲାଣ୍ଡରୁ ୬୫୦୦ କଲ୍ ଆସିଥିଲା। ନତାଶାଙ୍କ କହିବା ଅନୁଯାୟୀ ଏହି କାରଣ ପାଇଁ ଇଙ୍ଗଲାଣ୍ଡରେ ଆତ୍ମହତ୍ୟା ସଂଖ୍ୟାରେ ବୃଦ୍ଧି ହେଇଛି। 

fox news.jpg

Fox News | Archive 

ଶେଷକଥା

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ସ୍ଵୀଡେନ ଦେଶରେ ଯୁବାତି ମାନଙ୍କୁ ଦେଶ ବାହାରକୁ ନେଇ ତାଙ୍କ ଜୋନଙ୍ଗ ଛେଦନରୁ ରକ୍ଷା କରିବା ପାଇଁ ନିଜ ଅଣ୍ଡରୱେଅରରେ ଚାମଚ ଲୁଚାଇବା କଥା ଗୋଟିଏ ମିଥ୍ୟା। ଏହାର ସତ୍ୟ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଘଟଣାଟି ଇଂଲଣ୍ଡର ଅଟେ ଓ ଚାମଚ ଲୁଚାଇବାର କାରଣଟି ଏହା ଯେ ଇଂଲାଣ୍ଡର ଯୁବତି ମାନଙ୍କୁ ତାଙ୍କ ଇଛା ବିରୁଦ୍ଧରେ ଦେଶ ବାହାରକୁ ନେଇ ଜବରଦସ୍ତି ବିବାହ କରାଇବା କୁ ବନ୍ଦ କରା ହେଇ ପାରୁ।  

Avatar

Title:କ’ଣ ସ୍ଵିଡେନ ଦେଶର ଯୁବତି ମାନେ ନିଜ ଅଣ୍ଡରୱେଅର ଭିତରେ ରଖି ଥାନ୍ତି ଚାମୁଚ? କ’ଣ ଜୌନାଙ୍ଗ ଛେଦନରୁ ରକ୍ଷା ପାଇବା ପାଇଁ ଏହି ଉପାଏତି ବାହାର କରା ଯାଇଅଛି? ଜାଣନ୍ତୁ ସତ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *