
26 ନଭେମ୍ବରରେ ବିଜିପି ଚାନ୍ଦପୁର ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ବିନା ହେଲମେଟରେ ଗାଡ଼ି ଚଳାଉଥିବା ପୋଲିସ କର୍ମଚାରିଙ୍କ ଫୋଟୋ ଏହି ହ୍ୱାଟ୍ସଅପ ନମ୍ବର 8570885704ରେ ପଠାଇଲେ 1000 ଟଙ୍କା ପୁରଷ୍କାର ମିଳିବ ବୋଲି ଦାବି କରାଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 5ଥର ସେୟାର କରାଯାଇଥିଲା। ତେବେ ପୋଷ୍ଟରେ ଦିଆ ଯାଇଥିବା ନମ୍ବରରେ ଟ୍ରାଫିକ୍ ନିୟମ ଭଙ୍ଗ କରୁଥିବା ପୋଲିସର ଫୋଟୋ ପଠାଇଲେ କ’ଣ ସତରେ 1000 ଟଙ୍କା ପୁରଷ୍କାର ମିଲିବ?

ଏଠାରେ ଲିଙ୍କ୍ ଦେଖନ୍ତୁ- Facebook Archive
ତେବେ ଏହି ପୋଷ୍ଟର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ବରେ ଆମେ ପୋଷ୍ଟରେ ଦିଆ ଯାଇଥିବା ନମ୍ବରକୁ କଲ କରିଲୁ କିନ୍ତୁ ଫୋନ ସମ୍ପର୍କ ହେଲା ନାହଁ। ଏହା ପରେ ଆମେ ଫୋନ ନମ୍ବର ବିଷୟରେ ଅଧିକ ସୂଚନା ପାଇଁ ଗୁଗୁଲ ସର୍ଚ କରିଲୁ। ସର୍ଚରେ ଆମକୁ अमर उजाला ନ୍ୟୁଜ ପେଜରେ 24 ନଭେମ୍ବରରେ ପୋଷ୍ଟ ହୋଇଥିବା ଏହାର ଏକ ନିୟୁଜ ମିଳିଲା। ଅମର ଉଜାଲା ରେ ଲେଖା ଯାଇଥିବା ଅନୁଚ୍ଛେଦ ମୁତାବକ ନଭେମ୍ବର ମାସରେ ଟ୍ରାଫିକ୍ ନିୟମ କଡ଼ା କଡ଼ି ହେଲାପରେ ହରିୟାଣା ରାଜ୍ୟର କର୍ନଲ ଅ଼ଞ୍ଚଳର ଏସପି ପୋଲିସ ଏକ ହ୍ୱାଟ୍ସ ଅପ ନମ୍ବର ଲଞ୍ଚ କରିଥିଲେ। ଯଦି ପୋଲିସ କର୍ମଚିରି ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରୁଥିବାର ଫୋଟୋ କୌଣସି ସାଧାରଣ ବ୍ୟକ୍ତି ଲଞ୍ଚ କରାଯାଇଥିବା ହ୍ୱାଟ୍ସ ନମ୍ବରରେ ପଠାଇଲେ ତାଙ୍କୁ 1000 ପୁରଷ୍କାର ପ୍ରଦାନ କରାଯାବ।

ଏଠାରେ ଲିଙ୍କ୍ ଦେଖନ୍ତୁ- अमर उजाला । Archive
ଏହାପରେ ହିନ୍ଦି ନ୍ୟୁଜ ପେଜ दैनिक भास्कर ରେ ମଧ୍ୟ ଏହାର ଏକ ନ୍ୟୁଜ ପାଇଲୁ। ଯେଉଁଥିରେ ଲେଖା ଯାଇଛି ଯେ, ହିରୟାଣା ରାଜ୍ୟର କର୍ନଲ ଅଞ୍ଚଳର ଏସପି ସୁରେନ୍ଦ୍ର ସିଂହ ଭୌରିୟା ତରଫରୁ 8570885704 ହ୍ୱାଟ୍ସଅପ ନମ୍ବର ଲଞ୍ଚ କରାଯାଇଛି। ଏହି ନମ୍ବରରେ ସାଧାରଣ ଲୋକ ପୋଲିସ କର୍ମଚାରି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ଫୋଟୋ ପଠାଇପାରିବେ ଏବଂ 1000 ପୁରଷ୍କା ପାଇବେ। ଏହା ସହିତ ଅନୁଚ୍ଛେଦରେ ଲେଥା ଯାଇଛି ଯେ, ଏହି ନମ୍ବର କେବଳ କର୍ନଲ ଅଞ୍ଚଳର ଲୋକଙ୍କ ପାଇଁ ଅଛି। କିନ୍ତୁ ଏହି ନମ୍ବରରେ ସାଧାରଣ ଲୋକେ ପୋଲିସ କର୍ମଚାରିର ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନର ଫୋଟୋ ପଠାଇବା ବଦଳରେ କବିତା ଓ ଅନ୍ୟ ଥଟା ମଜା ଫୋଟୋ ପଠଉଛନ୍ତି। ଏଥିରୁ ଜଣା ଗଲା ଯେ, ଏହି ନମ୍ବର କେବଳ କର୍ନଲ ଅଞ୍ଚଳର ଲୋକଙ୍କ ପାଇଁ ଅଟେ।

ଏଠାରେ ଲିଙ୍କ୍ ଦେଖନ୍ତୁ- दैनिक भास्कर । Archive
20 ଡିସେମ୍ବରରେ दैनिक भास्करରେ ପ୍ରକାଶିତ ହୋଇଥିବା ଏକ ନ୍ୟୁଜପେଜ ପାଇଲୁ , ଯେଉଁଥିରେ ଲେଖାଯାଇଛି ଯେ, ଟ୍ରାଫିକ୍ ନିୟମର ଉଲ୍ଲଙ୍ଘନ କରୁଥିବା ପୋଲିସ କର୍ମଚାରିର ଫୋଟୋ 8570885704 ହ୍ୱାଟ୍ସ ଅପ ନମ୍ବରରେ ପଠାଇଲେ ଆଉ 1000 ପୁରଷ୍କାର ମିଳିବ ନାହିଁ। ବଜେଟ ବଢ଼ିବା କାରଣରୁ ଏହି ପୁରଷ୍କାର ଦେବା ପ୍ରକ୍ରିୟା ବନ୍ଦ କରିଦିଆ ଗଲା। 21 ନଭେମ୍ବରରେ ଆରମ୍ଭ ହୋଇଥିବା ଏହି ଯୋଯନାକୁ କରର୍ନଲ ଏସପି ସୁରେନ୍ଦ୍ର ସିଂହ ଭୌରିୟାଙ୍କର ଆଦେଶ ବନ୍ଦ କରି ଦିଆ ଗଲା।

ଏଠାରେ ଲିଙ୍କ୍ ଦେଖନ୍ତୁ- दैनिक भास्कर । Archive
ଶେଷକଥା-
ଆମ ଅନୁସନ୍ଧାନରୁ ଆମେ ପାଇଲୁ ଯେ, ଫେଜବୁକରେ ପୋଷ୍ଟରେ 8570885704 ହ୍ୱାଟ୍ସ ଅପ ନମ୍ବରରେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରୁଥିବା ପୋଲିସର ଫୋଟୋ ପଠାଇଲେ 1000 ପୁରଷ୍କାର ପାଇବାର କରାଯାଇଥିବା ଦାବି ମିଥ୍ୟା ଅଟେ। 8570885704 ହ୍ୱାଟ୍ସ ଅପ ନମ୍ବର କେବଳ ହରିୟାଣା ରାଜ୍ୟର କର୍ନଲ ଅଞ୍ଚଳର ଲୋକମାନଙ୍କ ପାଇଁଥିଲା ,କିନ୍ତୁ 20 ଡିସେମ୍ବରରେ କର୍ନଲର ଏସପି ଏହି ଯୋଯନାକୁ ବନ୍ଦ କରିଦେଇଛନ୍ତି। ଏବେ ଏହି ହ୍ୱାଟ୍ସ ଅପ ନମ୍ବର ଅଚଳନିୟ ଅଟେ।

Title: ଭାଇରାଲ ହେଉଥିବା ଏହି “ 8570885704” ହ୍ୱାଟ୍ସଅପ ନମ୍ବର ପଛର ସତ୍ୟତା ଜାଣନ୍ତୁ।
Fact Check By: Saritadevi SamalResult: False