
କରୋନା ଭାଇରସ କୁ ନେଇ ବିଶ୍ୱରେ ଆତଙ୍କ ଭରି ରହିଛି। ଏଥି ମଧ୍ୟରେ ଭାରତର ସବୁ ପର୍ବରେ ଚାଇନାରୁ ଜିନିଷ ଆସି ଥାଏ। ମାର୍ଚ ମାସରେ ହୋଲି ପର୍ବ ବଡ଼ ଧୁମଧାମରେ ମନା ଯିବାର ଆୟୋଜନ ପୁରା ଦେଶରେ ଚେଲିଛି। ବଜାରକୁ ଭଳିକି ଭଳି ରଙ୍ଗ ଆସି ଗଲାନି। ପ୍ରାୟ ରଙ୍ଗ ଏବଂ ପିଚକାରି ଚାଇନାରୁ ଆସିଥାଏ। ତେବେ ଚାଇନାରେ କରୋନା ଭାଇରସ ଆତଙ୍କ ପରଠାରୁ ଲୋକଙ୍କ ମନରେ ମଧ୍ୟ ଆତଙ୍କ ଭରି ରହିଛି। ଏଥି ମଧ୍ୟରେ 20 ଫେବୃଆରିରେ Motilal Panda ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ୱାର୍ଲଡ ହେଲ୍ଥ ଅର୍ଗାନାଇଜରର ଏକ ନୋଟିସ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଚାଇନାରୁ ଆସୁଥିବା ରଙ୍ଗରେ କରୋନା ଭଇରସ ଥିବାର ସମ୍ଭାବନା ଅଛି। ଏହା ସହ କରୋନା ଭାଇରସରୁ ବଞ୍ଚିବା ପାଇଁ ହୋଲିରେ ରଙ୍ଗର ବ୍ୟବହାର ନ କରିବା ପାଇଁ କୁହାଯାଇଛି। ପୋଷ୍ଟର ଶିର୍ଷକରେ ଲେଖା ୟାଇଛି ଯେ, ଆଗକୁ ଆସୁଥିବା ହୋଲି ଉପଲକ୍ଷେ କୌଣସି ଚାଇନା ରଙ୍ଗ ବା ଉପକରଣ କିମନ୍ତୁ ନାହିଁ…କାରଣ ଏସବୁ ଯେଉଁ ସହରରୁ ଆମଦାନୀ ହୋଇଥାଏ ସେହି ସହରରେ କରୋନା ଭାଇରସ ର ସୃଷ୍ଟି ହୋଇଥିଲା…ଏଣୁ ସତର୍କତା ଅବଲମ୍ବନ କରନ୍ତୁ ଏବଂ ମହାମାରୀ କରୋନା ଭାଇରସରୁ ରକ୍ଷ୍ୟା ପାଆନ୍ତୁ…। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ନୋଟିସକୁ ନିରିକ୍ଷ୍ୟଣରେ ପଢ଼ିଲୁ। ପଢ଼ିଲା ପରେ ଆମେ ପୋଷ୍ଟରେ ପାଇଲୁ ଯେ, ଭାଇରାଲ ହେଉଥିବା ନୋଟିସରେ ଅଧିକରୁ ଅଧିକ ମାତ୍ରାରେ ଶବ୍ଦ ଭୁଲ ଲେଖା ଯାଇଛି। ହିନ୍ଦୀ ଭାଷାରେ त्यौहीरों-त्योहार, जितनो-जितने, वीक-विग ଶବ୍ଦ ଭୁଲ ଲେଖା ଯାଇଛି। ଏହା ଛଡ଼ା କିଛି ଯାଗାରେ ପୁର୍ଣ୍ଣଛେଦ ଦିଆଯାଇ ନାହିଁ। ଭାଇରାଲ ନୋଟିସରେ ଅଧିକ ମାତ୍ରାରେ ଗ୍ରାମାରେ ମଧ୍ୟ ଭୁଲ ଦେଖା ଯାଉଛି। ଏହା ଛଡ଼ା ପୋଷ୍ଟରେ ଲେଖା ଯାଇଛି ଯେ, Hunei ଶହରରେ କୋରନା ଭାଇରସର ଉତ୍ପତି ହୋଇଛି। କିନ୍ତୁ ଆମ ସର୍ଚରୁ ପାଇଲୁ ଯେ, Hunei ଶହର ତାଇୱାନର ଏକ ଜିଲ୍ଲା ଅଟେ। ଯେଉଁଠିରେ କରୋନା ଭାଇରସ ପହଁଚି ନାହିଁ।
ଏହା ଛଡ଼ା ଆମେ Business today ର ଏକ ପୋଷ୍ଟ ପାଇଲୁ। ଯେଉଁଥିରେ ଲେଖା ଯାଇଛି ଯେ, କୌଣସି ଭାଇରସ ପିଚକାରି ରଙ୍ଗରେ ନଥାଏ। ଭାରତକୁ ପିଚକାରି ଏବେ ଆସିନଥାଏ ବରଂ କିଛି ମାସ ପୂର୍ବରୁ ଆସିଥାଏ। କରୋନା ଭାଇରସ କୌଣସି ରଙ୍ଗ ଅଥବା ଜିନିସରେ ପ୍ରଭାବିତ ହୋଇନଥାଏ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Business today । Archive
ଏହା ଛଡ଼ା ଆମେ WHO ପେଜରେ ଏହି ନୋଟିସକୁ ସର୍ଚ କରିଲୁ,କିନ୍ତୁ ଏପରି କୌଣସି ନୋଟିସ WHO ଓଫିସିଆଲ ପେଜରୁ ପାଇଲୁ ନାହିଁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ନୋଟିସ WHO ଦ୍ୱାରା ଜାରି କରାଯାଇ ନାହିଁ। ହୋଲି ରଙ୍ଗରେ କରୋନା ଭାଇରସ ଥିବାର କୌଣସି ପ୍ରକାର ବିଜ୍ଞପ୍ତି ଜାରି ହୋଇ ନାହିଁ।
Title:WHO କରୋନା ଭାଇରସରୁ ବଞ୍ଚିବା ପାଇଁ ହୋଲି ରଙ୍ଗ ବ୍ୟବହାର ନ କରିବା ପାଇଁ କୌଣସି ବିଜ୍ଞପ୍ତି ଜାରି କରି ନାହିଁ।
Fact Check By: Saritadevi SamalResult: False

