
କେନ୍ଦାପଡ଼ା ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନି ବର୍ଷା ପ୍ରିୟଦର୍ଶନି ମଧ୍ୟରେ ବିବାଦ ଲାଗି ରହିଛି। ବର୍ଷା ପ୍ରିୟ ଦର୍ଶନି ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ କଟକ କୋର୍ଟରେ ମାମଲା ରଜୁ କରିବାର ଖବର ସାମ୍ନାକୁ ଆସିଲାପରେ ରାଜ୍ୟରେ ଏହାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି। ଏଥି ମଧ୍ୟରେ ସୋସିଆଳ ମିଡିଆରେ କିଛି ଖବର ଭାଇରାଲ ହେବାରେ ଲାଗିଛି। ଖବର ଅନୁସାରେ ସୋସିଆଲ ମିଡିଆରେ ବର୍ଷା ଓଡ଼ିଶା ବାସୀଙ୍କୁ ତାଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି।
7 ଅଗଷ୍ଟରେ Odisha Exclusive ନାମକ ଏକ ପଜରେ ଏକ ପୋଷ୍ଟ କରିଯାଇଛି। ଯେଉଁଥିରେ ଦାବି କରାଯାଇଛି ଯେ, ବର୍ଷା ପ୍ରିୟଦର୍ଶିନ ଲୋକଙ୍କୁ ସହାୟତା ମାଗୁଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ସୋସିଆଲ ମିଡିଆରେ ଓଡ଼ିଶା ବାସୀଙ୍କ ସହଯୋଗ କାମନା କଲେ ବର୍ଷା। ପୋଷ୍ଟରେ ଲେଖା ଯାଇଛି। ଏ କିଠନ ପରିସ୍ଥିତିରେ ଆପଣମାନେ ମୋ ସହ ରହିବେ ବୋଲି ମୋର ଆଶା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଦୁଇ ଶହରୁ ଅଧିକଥର ସେୟାର କରାଯାଇଛି। ଏହା ସହ ପୋଷ୍ଟରେ ଅନେକ କେମଣ୍ଟ ଏବଂ ଲାଇକ ମଧ୍ୟ ମିଳିଛି। ଏଠାରେ ପୋଷ୍ଟର Archive ଲିଙ୍କ ଦେଖନ୍ତୁ। ତଳେ ପୋଷ୍ଟ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ବର୍ଷା ନିଜେ ସୋସିଆଲ ମିଡିଆରେ ଓଡ଼ିଶା ବାସୀଙ୍କ ସହଯୋଗ ମାଗିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆମ୍ଭରେ ଆମେ ଭାଇରାଲ ପୋଷ୍ଟ ସମ୍ପର୍କରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ Vershaa priyadarshini fan club ପେଜରେ ଭାଇରାଲ ପୋଷ୍ଟର ଲିଙ୍କ ପାଇଲୁ। ଯେଉଁଥିରେ ଲେଖା ଯାଇଛି ଯେ, ଏ କିଠନ ପରିସ୍ଥିତିରେ ଆପଣମାନେ ମୋ ସହ ରହିବେ ବୋଲି ମୋର ଆଶା। ଅଧିକ ସୂଚନାରୁ ପାଇଲୁ ଯେ, ବର୍ଷା ଏପରି କୌଣସି ପୋଷ୍ଟ କରି ନାହାନ୍ତି। ବର୍ଷାଙ୍କ ଫ୍ୟାନ କ୍ଲବରେ ଏପରି ପୋଷ୍ଟ କରାଯାଇଛି। ଯାହାର 40 ହଜାର ଉପରେ ଫୋଲୟର ଅଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଏହା ପେର ଆମେ ସର୍ଚ୍ଚ କରିଲା ପରେ ଦେଖିଲୁ ଯେ, ଆଣ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଏଡ଼ିଟ କରି ଦିଆ ଯାଇଛି। ଏହା ଛଡ଼ା ଫ୍ୟାନକ୍ଲବ ପଜରୁ ପୋଷ୍ଟ ମଧ୍ୟ ଡିଲିଟ କରି ଦିଆ ଯାଇଛି। vershaaପେଜରେ ପ୍ରୋଫାଇଲ୍ ଫଟୋ ମଧ୍ୟ ବଦଳାଇ ଦିଆ ଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଭାଇରାଲ ପୋଷ୍ଟ ମିଥ୍ୟାରେ ବର୍ଷାଙ୍କ ନାମରେ ପୋଷ୍ଟ କରାଯାଇୱଥିଲା।
6 ସେପ୍ଟେମ୍ବରରେ OTV ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ତାଙ୍କ ପତ୍ନି ବର୍ଷାଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ବର୍ଷା କଟକ ଥାନାରେ ମାମଲା ରଜୁ କରିଥିଲେ। ଏହାକୁ ନେଇ ମିଡିଆରେ ଖବର ଚର୍ଚ୍ଚାରେ ରହିଛି। ଏଥି ମଧ୍ୟରେ ବର୍ଷା ଏବେ ପର୍ଯ୍ୟନ୍ତ ମିଡିଆ ସାମ୍ନାକୁ ଆସି ତାଙ୍କର କୌଣସି ମତ ରଖି ନାହାନ୍ତି।
ଏହା ଛଡ଼ା ବର୍ଷାଙ୍କ ନାମରେ ଫେସବୁକରେ ଅନେକ ପେଜ ଖୋଲା ଯାଇଛି। ଯେଉଁଥିରେ 10 ହଜାରୁ ଅଧିକ ଲୋକ ଫଲୋ କରୁଥିବାର ଦେଖା ଯାଉଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ପୋଷ୍ଟ ସହ ବର୍ଷାଙ୍କର କୌଣସି ସମ୍ପର୍କ ନାହିଁ। ତଳେ ଲିଙ୍କ ଦେଖନ୍ତୁ।

ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ପୋଷ୍ଟ ମିଥ୍ୟା ଅଟେ। ବର୍ଷା ସୋସିଆଲ ମିଡିଆରେ ଓଡ଼ିଶା ବାସିଙ୍କ ସହଯୋଗ ମାଗି ନାହାନ୍ତି। ଭାଇରାଲ ଫୋଷ୍ଟ ବର୍ଷାଙ୍କ ଫ୍ୟାନ୍ କ୍ଲବ ପେଜରେ ପୋଷ୍ଟ କରାଯାଇଥିଲା।

Title:ବର୍ଷା ନିଜେ ସୋସିଆଲ ମିଡିଆରେ ଓଡ଼ିଶା ବାସୀଙ୍କ ସହଯୋଗ ମାଗିଛନ୍ତି ?
Fact Check By: Saritadevi SamalResult: False