ଦୁଷ୍କର୍ମର 15 ମିନିଟ ମଧ୍ୟରେ ଅପରାଧିକୁ ମୃତ୍ୟୁ ଦଣ୍ଡ ଦେବାର ଭିଡିଓ ଦୁବାଇର ନୁହଁ। ଜାଣନ୍ତୁ ସତ।

False Social

30 ନଭେମ୍ବରରେ Surajit Dhali ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟକରି ଦାବି କରିଛନ୍ତି ଯେ, ଦୁବାଇରେ ଦୁଷ୍କର୍ମର 15 ମିନିଟ ମଧ୍ୟରେ ଅପରାଧିକୁ ବିଚ ରାସ୍ତାରେ ଲୋକଙ୍କ ସାମନାରେ ମୃତ୍ୟୁ ଦଣ୍ଡ ଦିଆ ଯାଉଛି। ସୁରଜିତ ପୋଷ୍ଟ କରିଥିବା ଭିଡିଓକୁ ଦେଖିଲେ ଆପଣ ହୁଏତ ଡରିଯିବେ। ଭିଡିଓରେ ରାସ୍ତା ଉପରେ କିଛି ଗାଡ଼ି ଗୋଟେ ପଛରେ ଗୋଟେ ଆସିବାର ଦେଖା ଯାଉଛନ୍ତି। ଏହି ଭିତରେ ସେହି ଜାଗାରେ ଲୋକଙ୍କର ଭିଡ଼ ମଧ୍ୟ ଜମିଗଲା। ଭିଡିଓରେ ଦେଖୁ ଦେଖୁ କିଛି ପୁଲିସ ଜଣେ ବ୍ୟକ୍ତିର ହାତ ବାନ୍ଧି ରାସ୍ତାରେ ପକାଇ ଦେଲେ ଏବଂ ବ୍ୟକ୍ତି ଦେହରେ ଗୁଳି ମାରିଲେ। ଲୋକଟିର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଗଲା। ଭିଡିଓଟିରେ ଆଗକୁ ଆଖପାଖରେ ଥିବା ଲୋକ ମୃତ ଶବକୁ ମାରୁଥିବାର ଦେଖାଯାଉଛି। 

ତେବେ କଣ ସତରେ ଦୁବାଇରେ ଦୁଷ୍କର୍ମର 15 ମିନିଟ ମଧ୍ୟରେ ଅପରାଧିକୁ ରାସ୍ତା ମଝିରେ ମୃତ୍ୟୁ ଦଣ୍ଡ ଦିଆଯାଏ। ଏହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟଟିକୁ 1000ରୁ ଅଧିକ ଥର ସେୟାର କରାଯାଇଛି ଏବଂ 335 ଲାଇକ ମିଳିଛି।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Facebook 

ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନର ଆରମ୍ବରେ ଆମେ ଭିଡିଓଟିକୁ ଇନଭିଡରେ ପାକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମେ Yandex ରେ ଏହି ଭିଡିଓକୁ ପାଇଲୁ। ଭିଡିଓ ବିଷୟରେ ଜାଣିବା ପାଇଁ ଆମେ ଗୁଗୁଲରେ man shoted by police for rape a child ମାରି ସର୍ଚ କରିଲୁ। ଏହି ସର୍ଚରେ ଆମକୁ ଭାଇରାଲ ଭିଡିଓର ଏକ ଫୋଟୋ INDEPENDENT ନ୍ୟୁଜ ପେଜରେ ମିଳିଲା। ଏହି ନ୍ୟୁଜ 14 ଅଗଷ୍ଟ 2017 ରେ ପ୍ରକାଶିତ କରାଯାଇଥିଲା। ନ୍ୟୁଜକୁ ପଢ଼ିବାରୁ ଆମେ ଜାଣିଲୁ ଯେ, ଏହି ଘଟଣା ପ୍ରକୃତରେ ୟାମିନ୍ (Yemeni) ରାଜ୍ୟର ଅଟେ। ନ୍ୟୁଜର ହେଡଲାଇନରେ ଲେଖା ଯାଇଥିଲା ଯେ, ୟାମିନର ଜଣେ ବ୍ୟକ୍ତିକୁ  4 ବର୍ଷର ଏକ ନାବାଳିକା ସହିତ ଦୁଷ୍କର୍ମ ଏବଂ ମୃତ୍ୟୁ ଅପରାଧରେ ବିଚ ରାସ୍ତାରେ ମୃତ୍ୟୁ ଦଣ୍ଡ ଦିଆ ଯାଇଥିଲା। ନ୍ୟୁଜରେ ଲେଖା ଯାଇଥିବା ଅନୁଚ୍ଛେଦକୁ ପୁରା ପଢ଼ିବାରୁ ଜାଣାଗଲା ଯେ, ଅପରାଧିର ନାଁ ହୁସେନ ଅଲସାକେତ ଅଟେ ଏବଂ ଏହି ଘଟଣାଟି 14 ଅଗଷ୍ଟ 2017ରେ ୟାମିନର ରାଜଧାନି ସନାର ଘଟିଥିଲା। 

 ଏଠାରେ ଲିଙ୍କ ଦେଖନ୍ତୁ- INDEPENDENTArchive

ନ୍ୟୁଜରେ ଲେଖାଯାଇଛି ଯେ, ହୁସେନ ଅଲସାକେତ 4 ବର୍ଷର ନାବାଳିକାକୁ ଅପହରଣ କରିଥିଲେ ଏବଂ ପରେ ନାବାଳିକା ସହିତ ଦୁଷ୍କର୍ମ କରି ତାର ହତ୍ୟା କରିଦେଇଥିଲେ। ଏହା ପରେ ହୁସେନ ଅଲସାକେତ ମୃତ ନାବାଳିକାର ଶବକୁ ଭୂଇଁ ଭିତରେ ପୋତି ଦେଇଥିଲେ। ଏଠି କହିଦେଉଛୁ ଯେ, ୟାମିନରେ ସିରିଆ ଆଇନ ମୁତାବକ ଦୁଷ୍କର୍ମ ଏବଂ ହତ୍ୟା ଅପରାଧିଙ୍କୁ ବିଚ ରାସ୍ତାରେ ଲୋକଙ୍କ ମଝିରେ ମୃତ୍ୟୁ ଦଣ୍ଡ ଦିଆଯାଏ। ଏହା ସହିତ ଅପରାଧିର ଶବକୁ ରାସ୍ତାରେ ଝୁଲାଇ ଦିୟା ଯାଏ। 

ଏହାପରେ ଆମେ ଏହି ଭିଡିଓ ବିଷୟରେ ଅଧିକ ଜାଣିବା ପାଇଁ yemen man publicly executed for rapinf 4 year old ମାରି ସର୍ଚ କରିଲୁ । ଆମେ ସର୍ଚରେ ଭାଇରାଲ ଭିଡିଓର ଅନ୍ୟ ଏକ ନ୍ୟୁଜ ପେଜ New York postରୁ ପାଇଲୁ। ଅଥିରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ  ହେଉଥିବା ଭିଡିଓ ଦୁବଇର ନାହିଁ ବରଂ ୟାମିନ ରାଜ୍ୟର ଅଟେ।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ କରାଯାଇଥିବା ଭିଡିଓ ଦୁବାଇର ନୁହଁ। ଏହି ଭିଡିଓ ୟାମିନର ରାଜଧାନି ସନାର ଅଟେ। ଯାମିନ ରାଜ୍ୟରେ ଦୁଷ୍କର୍ମ ଏବଂ ହତ୍ୟା ଅପରାଧିଙ୍କୁ ରାସ୍ତା ମିଝିରେ ମୃତ୍ୟୁ ଦଣ୍ଡ ଦିଆଯାଏ। ଭିଡିଓରେ ମୃତ୍ୟୁ ଦଣ୍ଡ ଦିଆଯାଓଉଥିବା ଅପରାଧି 4 ବର୍ଷର ନାବାଳିକା ସହିତ ଦୁଷ୍କର୍ମ କରିଥିଲେ। ଏହି ଅପରାଧରେ ଅପରାଧିକୁ ବିଚ ରାସ୍ତାରେ ମତ୍ୟୁ ଦଣ୍ଡ ଦିଆଯାଇଥିଲା।

Avatar

Title:ଦୁଷ୍କର୍ମର 15 ମିନିଟ ମଧ୍ୟରେ ଅପରାଧିକୁ ମୃତ୍ୟୁ ଦଣ୍ଡ ଦେବାର ଭିଡିଓ ଦୁବାଇର ନୁହଁ। ଜାଣନ୍ତୁ ସତ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *